ଅଧାପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲ

ପୋଲସରା,୨୮ା୮(ସୁବ୍ରତ ବେହେରା): ଅଧପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲର କୋଠା। ପୁରୁଣା କୋଠାରେ ବ୍ଲାକ ବୋର୍ଡରେ ଚାଲିଛି ପାଠ ପଢ଼ା। ଆଉ ସ୍କୁଲ ଛୁଟି ପରେ ନିଶାସକ୍ତମାନେ ଆଡ୍ଡା ଜମାଉଛନ୍ତି। ଏଭଳି ଦୃଶ୍ୟ ଦଖିବାକୁ ମିଳିଛି ପୋଲସରା ବ୍ଲକ ଗୋଛାବାଡ଼ି ପଞ୍ଚାୟତରେ ଥିବା ଶ୍ରୀଶ୍ରୀ ଜଗନ୍ନାଥସ୍ବାମୀ ଉଚ୍ଚ ବିଦ୍ୟାଳୟରେ। ଏହି ବିଦ୍ୟାଳୟକୁ ରାଜ୍ୟ ସରକାର ରୂପାନ୍ତରିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। କିନ୍ତୁ ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ୬୦ ଜଣ ଛାତ୍ରୀଛାତୀ ରହିଥିବା ବେଳେ ଦଶମ ଶ୍ରେଣୀରେ ୬୩ ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ମାତ୍ର ୮ ଜଣ ଶିକ୍ଷକ ଥିବା ପ୍ରଧାନ ଶିକ୍ଷକ ହରପ୍ରସାଦ ଗୌଡ କହିଛନ୍ତି। ପୁରୁଣା ସ୍କୁଲକୁ ୫-ଟି ସ୍କୁଲ ନାମରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଅର୍ଥ ପ୍ରଦାନ କଲେ। ହେଲେ ଆଜି ବି ସେହି ପୁରୁଣା କୋଠାରେ ନବମ ଶ୍ରେଣୀର ଛାତ୍ରୀଛାତ୍ରମାନେ ବ୍ଲାକବୋର୍ଡରେ ପାଠ ପଢୁଥିବା ଦେଖିବାକୁ ମିଳୁଛି। ନୂତନ କୋଠା ହୋଇଛି ସତ, ହେଲେ ଦ୍ୱିତୀୟ ମହଲାରେ ଝରକା, କବାଟ ନାହିଁ। ବର୍ତ୍ତମାନ ସୁଦ୍ଧା ଅଧପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲର ନୂତନ କୋଠା। ସ୍କୁଲର ଶିକ୍ଷକ ହେଉ ଅବା ଛାତ୍ରୀଛାତ୍ରମାନଙ୍କ ପାଇଁ ପାନୀୟ ଜଳ ଯୋଗାଣର କୌଣସି ୍ଯଯବସ୍ଥା ନାହିଁ। ଶୌଚାଳୟ ହୋଇଛି ହେଲେ ନାହିଁ ପାଣି ଟାଙ୍କିର ସୁବିଧା, ନାହିଁ କବାଟ। ପାଣିର ସୁବିଧା ନଥିବାରୁ ନୂତନ ଶୌଚାଳୟ କାର୍ଯ୍ୟକାରୀ ହେଉନାହିଁ। ଉକ୍ତ ଶୌଚାଳୟରେ ମଦ ବୋତଲ ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପାଚେରି ନଥିବାରୁ ସ୍କୁଲ ଛୁଟି ପରେ ନିଶାସକ୍ତଙ୍କ ଆଡା ଜମୁଛି। ସ୍କୁଲରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ୧ ଲକ୍ଷ ୯୪ ହଜାର ୨୩୮ ଟଙ୍କା ଉଠାଣ ହୋଇଥିଲେ ମଧ୍ୟ ନାହିଁ କାର୍ଯ୍ୟ ହୋଇନଥିବା ଦେଖିବାକୁ ମିଳିଛି। ସ୍କୁଲ ପରିସରରେ ପାଇଖାନା ନଥିବା ବେଳେ ଅସ୍ଥାୟୀ ପାଇଖାନା ବ୍ୟବହାର କରୁଥିବା କହିଛନ୍ତି ଛାତ୍ରୀଛାତ୍ର। ହେଲେ ଉକ୍ତ ଦୁଇଟି ପ୍ରକଳ୍ପର ଟଙ୍କା ନୂତନ ୫-ଟି କୋଠାରେ ଲାଗିଥିବା ସ୍କୁଲର ପ୍ରଧାନ ଶିକ୍ଷକ ହରପ୍ରସାଦ ଗୌଡ଼ କହିଛନ୍ତି। ତୁରନ୍ତ ଉଚ୍ଚପଦସ୍ଥ ଅଧିକାରୀ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri