ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା: ପରିବା ବ୍ୟବସାୟୀ ପୁଅ ସୁନୀଲଙ୍କ ସଫଳତା
ବୁଗୁଡ଼ା,୧୪।୯(ଡି.ଏନ.ଏ.):ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନ୍ଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁବାସ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର୍ଥିକ ଅବସ୍ଥା ସେତେଟା…
ରେଗିଢ଼ି ଛକରେ ଠିକାଦାରଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୧୩।୯: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଛକ ନିକଟ ରେଗିଢ଼ି ଛକରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି। ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା…
ସନ୍ତୋଷ ସାହୁ ପୁରୁଷୋତ୍ତମପୁରର ନୂଆ ତହସିଲଦାର
ପୁରୁଷୋତ୍ତମପୁର,୧୩।୯(ଡି.ଏନ୍.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂଆ ତହସିଲଦାର ଭାବେ ସନ୍ତୋଷ କୁମାର ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ତେବେ ପୁରୁଷୋତ୍ତମପୁରରେ ଥିବା ତହସିଲଦାର ନିତିଶ କୁମାର ତ୍ରିପାଠୀଙ୍କ…
ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ
ଗଞ୍ଜାମ,୧୩।୯(ଡି.ଏନ.ଏ.) ଗାଁ ମଝିରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ। ଉକ୍ତ ଖୁଣ୍ଟକୁ ଲାଗି ରହିଛି ଏକ ବିରାଟ ଉଚ୍ଚତା ସମ୍ପନ୍ନ ହାଇମାକ୍ସ ଲାଇଟ ପୋଲ। ତାହା ପୁଣି ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ଅଚଳ ହୋଇ ପଡିଥିବା ବେଳେ ଜଳୁନି। ଏଭଳି…
୨୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ
ଗୋପାଳପୁର,୧୩ା୯(ଡି.ଏନ୍.ଏ.):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଜିଲାରେ ବର୍ଷା ଲାଗିରହିଛି। ଫଳରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ଅନ୍ତର୍ଗତ ମେଣ୍ଢରାଜପୁର ଗାଁର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଚାଷୀମାନଙ୍କ ପାଇଁ ଏହା ମୁଣ୍ଡବ୍ୟଥାର…
ଭଙ୍ଗାଯାଉନି ଗିରି ମାର୍କେଟ କୋଠା
ବ୍ରହ୍ମପୁର ଅଫିସ,୧୩ା୯:ବ୍ରହ୍ମପୁର ସହରର ହୋଲ୍ସେଲ୍ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଗିରି ମାର୍କେଟ ବେଶ୍ ପରିଚିତ। ଏହି ମାର୍କେଟ ପ୍ରାୟ ୫୦ ବର୍ଷ ପୁରୁଣା। ଉକ୍ତ ମାର୍କେଟ ଉପରେ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ବ୍ୟବସାୟୀ ନିର୍ଭରଶୀଳ। ଏହି ମାର୍କେଟ…
ବନ୍ୟା ପାଣିରେ ବଗି ନଦୀ କେନାଲ ଭାଙ୍ଗିଲା
ପାତ୍ରପୁର,୧୨ା୯(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଚାଷି କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାତ୍ରପୁର ବ୍ଲକ ଭୀମପୁର ଗ୍ରାମ ନିକଟ ବଗି ନଦୀ କେନାଲ ଭାଙ୍ଗିଯାଇଛି। ଉପର…
ଗଞ୍ଜାମରେ ସର୍ବାଧିକ ଦୁର୍ଘଟଣାଜନିତ ମୃତ୍ୟୁ
ଛତ୍ରପୁର,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ ରାଜ୍ୟରେ ସର୍ବାଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଗଞ୍ଜାମ ଜିଲାରେ ହୋଇଥିବା ରିପୋର୍ଟରୁ ଜଣାପଡିଛି। ୨ ଦିନ ପୂର୍ବେ ଛତ୍ରପୁରରେ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଏ…
ଜଳବନ୍ଦୀରେ ଗଣିଆସାହି, ଗତିପଥ ବଦଳାଉଛି ବାହୁଦା
ଦିଗପହଣ୍ଡି,୧୨ା୯(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକ ସି.ଏଚ୍ ଟିକରପଡା ଗ୍ରାମର ଗଣିଆସାହି ବାସିନ୍ଦା ଗତ ତିନିଦିନ ହେଲା ଜଳବନ୍ଦୀରେ କାଳାତିପାତ କରୁଛନ୍ତି। ସାହି ମଝିରେ ତିନିଫୁଟ ଉଚ୍ଚର ପାଣି ଲହଡି ମାରୁଛି। ଜଳ ନିଷ୍କାସନ ପାଇଁ କୌଣସି ବିକଳ୍ପ…
ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ
ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏ ନେଇ ପୋଲିସ ଲୋକଙ୍କୁ ସଚେତନ କରୁଛି। ହେଲେ…
ବୃଦ୍ଧାଙ୍କୁ ହତ୍ୟା କରି ସୁନା ଅଳଙ୍କାର, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୧୧ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି କଲେଜ ଛକ ନିକଟ ଗଡ଼ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟାକରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ସୁନା ଅଳଙ୍କାର ଓ ନଗଦ ଟଙ୍କା।…
ଡ୍ୟାମର ଜଳସ୍ତର ବୃଦ୍ଧି: ଖୋଲିଲା ଗୋଟିଏ ଗେଟ୍, ନଦୀକୂଳିଆବାସୀଙ୍କୁ ସତର୍କ ସୂଚନା
ଦିଗପହଣ୍ଡି,୧୦ା୯(ଡି.ଏନ୍.ଏ.): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଘୋଡ଼ାହାଡ଼ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କୁଳ ପାଖାପାଖି ହୋଇଛି। ଡ୍ୟାମର ସୁରକ୍ଷା ପାଇଁ ୬ଟି ଗେଟ୍ ମଧ୍ୟରୁ ଗୋଟିଏ ଗେଟ୍ ଶନିବାର ଖୋଲାଯାଇ ଉଦ୍ବୃତ ଜଳକୁ ନଦୀଗର୍ଭକୁ ଛଡ଼ାଯାଇଛି। ଆଗକୁ ପ୍ରବଳ ବର୍ଷା…
Archives


