ଡ୍ୟାମର ଜଳସ୍ତର ବୃଦ୍ଧି: ଖୋଲିଲା ଗୋଟିଏ ଗେଟ୍‌, ନଦୀକୂଳିଆବାସୀଙ୍କୁ ସତର୍କ ସୂଚନା

ଦିଗପହଣ୍ଡି,୧୦ା୯(ଡି.ଏନ୍‌.ଏ.): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଘୋଡ଼ାହାଡ଼ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କୁଳ ପାଖାପାଖି ହୋଇଛି। ଡ୍ୟାମର ସୁରକ୍ଷା ପାଇଁ ୬ଟି ଗେଟ୍‌ ମଧ୍ୟରୁ ଗୋଟିଏ ଗେଟ୍‌ ଶନିବାର ଖୋଲାଯାଇ ଉଦ୍‌ବୃତ ଜଳକୁ ନଦୀଗର୍ଭକୁ ଛଡ଼ାଯାଇଛି। ଆଗକୁ ପ୍ରବଳ ବର୍ଷା ଆଶଙ୍କା ଦୃଷ୍ଟିରେ ରଖି ଘୋଡ଼ାହାଡ଼ ନଦୀକୂଳିଆ ଗାଁ ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ଏସ୍‌.ଟିକରପଡ଼ା, ଗୋଲଣ୍ଡା,ବୋରିପଦର,ମଧୁବନ,କଇଠଖଣ୍ଡି,ତିଲେଶ୍ୱର,ଧେରେଣ୍ଡି,ନଆଗଡ଼,ଭୋଇପଲ୍ଲୀ,ମହାନଳା,ପଳାଶପୁର,ପାଟପୁରରେ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ନଦୀଗର୍ଭକୁ କୌଣସି ପ୍ରକାର ବ୍ୟବହାର  ସମୟରେ ସାବଧାନତା ଅବଲମ୍ବନ ପାଇଁ ପରାମର୍ଶ ଦେବା ସହ ଗୃହପାଳିତ ପଶୁମାନଙ୍କୁ ନଦୀଗର୍ଭକୁ ନ ଛାଡ଼ିବା ପାଇଁ ବାରଣ କରାଯାଇଛି। ଆଜି ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ୧୧୬.୭୦ମିଟର ଜଳ ରହିଛି। ୧୦ ତାରିଖ ସୁଦ୍ଧା ଡ୍ୟାମ୍‌ର ଉପରମୁଣ୍ଡରେ ୫୦ମିମି ବର୍ଷା ହୋଇଥିବା ବେଳେ ଦିଗପହଣ୍ଡିରେ ୩୮ ମିମି ବର୍ଷା ହୋଇଥିବା ଘୋଡ଼ାହାଡ଼ ଜଳସେଚନ ବିଭାଗ ତରଫରୁ ରେକର୍ଡ କରାଯାଇଛି। ବର୍ତ୍ତମାନ ଘୋଡ଼ାହାଡ଼ ଜଳଭଣ୍ଡାରରେ ମୋଟ୍‌ ଜଳଧାରଣ କ୍ଷମତାର ୭୬ ଭାଗ ଜଳ ଗଚ୍ଛିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ୪୧ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୬୮୭୧କୁ ବୃଦ୍ଧି

କୋରାପୁଟ,୧୮।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ରବିବାର ଆଉ ୪୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୭୧କୁ...

ଆଖଣ୍ଡଳମଣି ମନ୍ଦିର ପରିସରକୁ ପଲିଥିନ ମନା

ଆରଡ଼ି,୨୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରକୁ ସୋମବାରଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜାତୀୟ ଉପକରଣ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଉଭୟ...

କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଗିରଫ

କେନ୍ଦୁଝର, ୨୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଟାଉନ ଥାନା ପୋଲିସ ହାତରେ ମଙ୍ଗଳବାର ଧରାପିଡ଼ିଛନ୍ତି। ସେ...

ଭଦ୍ରକରେ ବଢୁଛି ସ୍ଥାନୀୟ ସଂକ୍ରମଣ: ଆଜି ଚିହ୍ନଟ ହୋଇଛନ୍ତି ୬୬

ଭଦ୍ରକ ଅଫିସ,୨୪ା୮: ସୋମବାର ଭଦ୍ରକରୁ ୬୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୬୫ରେ ପହଞ୍ଚିଥିବା ଜିଲା ପ୍ରଶାସନ...

କନ୍ଧମାଳରେ ଲାଗୁ ହେଲା ୧୪୪ ଧାରା

ଫୁଲବାଣୀ ଅଫିସ, ୧୮ା୩ – ପ୍ରାଣଘାତୀ କରୋନା ଭୂତାଣୁ ଚାରିଆଡ଼େ ଆତଙ୍କ ଖେଳାଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ...

ଦାରିଙ୍ଗବାଡ଼ି ପରେ କେନ୍ଦୁଝରରେ ତୁଷାରପାତ

କେନ୍ଦୁଝର, ୨୧ା୧୨ (ସ୍ବ.ପ୍ର.): ଦାରିଙ୍ଗବାଡ଼ି ପରେ କେନ୍ଦୁଝର ଜିଲାରେ ମଧ୍ୟ ତୁଷାରପାତ ହେଉଛି। କେନ୍ଦୁଝର ଜିଲାର ତାପମାତ୍ରା ହ୍ରାସ ପାଇ ମଙ୍ଗଳବାର ସକାଳେ ୬.୨ ଡିଗ୍ରୀ...

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୮ ଶ୍ରମିକ…

ରାୟଗଡ଼ା ଅଫିସ,୧୩।୧୧: ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ ଟଲଣା ଘାଟିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

କର୍କଟ ରୋଗୀଙ୍କ ପିଇଟି, ସିଟି ସ୍କାନ୍‌ ଖର୍ଚ୍ଚ ସରକାର ବହନ କରିବେ: ହାଇକୋର୍ଟ

କଟକ ଅଫିସ, ୨୦।୧: ରାଜ୍ୟରେ କର୍କଟ ରୋଗରେ ପୀଡ଼ିତଙ୍କ ପାଇଁ ଏକ ଖୁସି ଖବର। କର୍କଟ ପୀଡ଼ିତଙ୍କ ପୋଜିଟ୍ରନ୍‌ ଏମିଶନ ଟୋମୋଗ୍ରାଫି(ପିଇଟି) ଏବଂ ଏକ୍ସ-ରେ କମ୍ପ୍ୟୁଟେଡ...

Advertisement
Archives

Model This Week