ଗଞ୍ଜାମ

ମୋବାଇଲ ଫୋନ ଜରିଆରେ ଲକ୍ଷାଧିକ ଟଙ୍କା ଠକେଇ

ଶେରଗଡ,୨୨ା୧୦(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଚିକିଲି ଗ୍ରାମର ସୁବାସ ଚନ୍ଦ୍ର ପାଢୀଙ୍କ ଆକାଉଣ୍ଟରୁ ଏକ ମୋବାଇଲ ଆପ୍‌ ଜରିଆରେ ୧ଲକ୍ଷ ୧୬ହଜାର ୬୩୦ ଟଙ୍କା ଠକେଇ ହୋଇଥିବା ସେ ଶେରଗଡ ଥାନାରେ ଅଭିଯୋଗ କରିଛନ୍ତି। ଥାନାଧିକାରୀ ରମେଶ ଚନ୍ଦ୍ର ଦାସ ନଂ.୧୦୦/୧୯ରେ...

ଗଁ।କୁ ଫେରୁନି ଦାଦନ ଶ୍ରମିକଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୧୦(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ଖୋଜାପଲି ଗ୍ରାମର ହରସ ସାମଲ (୨୬)ଙ୍କ ଗତ ୧୧ ଅକ୍ଟୋବରରେ ମୃତ୍ୟୁ ହୋଇଥିବା ନେଇ କୁଏତରୁ ପରିବାରକୁ ଫୋନ ଆସିଥିଲା। ପରିବାର ଲୋକେ ପ୍ରଥମେ ଖଲ୍ଲିକୋଟ ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ଜିଲା ପ୍ରଶାସନକୁ ଏହି...

ଅବସରପ୍ରାପ୍ତ ସୈନିକଙ୍କ ବାସଗୃହରୁ ଚୋରି: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ଜଗନ୍ନାଥ ପ୍ରସାଦ,୨୧।୧୦ (ଡି.ଏନ୍‌. ଏ.) ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଶନିବାର ମଧ୍ୟରାତ୍ରିରେ ଅବସରପ୍ରାପ୍ତ ସୈନିକ ସୁଦର୍ଶନ ନାୟକଙ୍କ ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଘରେ ସମସ୍ତେ ଶୋଇବା ପରେ...

ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

ଗଞ୍ଜାମ,୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ବଜାର ଅସ୍ଥାୟୀ ପୂଜା ମଣ୍ଡପରେ ୮ ଦିନ ଧରି ପୂଜା ପାଉଥିବା ଧନଦାତ୍ରୀ ମା’ ଗଜଲକ୍ଷ୍ମୀ ରବିବାର ସନ୍ଧ୍ୟାରେ ସହରବାସୀଙ୍କଠାରୁ ବିଦାୟ ନେଇଛନ୍ତି। ଏହି ଅବସରରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶେଷ ଦିନରେ ସନ୍ଧ୍ୟା ଆଳତି...

ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର, ୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ ସୋମବାର ପାଳିତ ହୋଇଯାଇଛି। ଛତ୍ରପୁରସ୍ଥିତ ପୋଲିସ ପଡ଼ିଆରେ ଆୟୋଜିତ ପରେଡ୍‌ରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଅଭିବାଦନ ଗ୍ରହଣ କରିଥିଲେ। ଦେଶରେ ଶହୀଦ ହୋଇଥିବା ୨୯୨ ଜଣଙ୍କ ନାମ...

କଙ୍ଗାରୁ କୋର୍ଟରେ ଶିକ୍ଷୟିତ୍ରୀଙ୍କ ପରିବାରକୁ ବାସନ୍ଦ ଘଟଣା ଭିଡିଓ ଭାଇରାଲ ପରେ ଗାଁ କମିଟି ବୈଠକ

ହିଞ୍ଜିଳିକାଟୁ,୨୧ା୧୦(ଡ଼ି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ କମିଟି ନିଷ୍ପତ୍ତି କରି ଗ୍ରାମର ଏକ ପରିବାରକୁ ବାସନ୍ଦ କରିବା ଘଟଣାରେ ରବିବାର ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ବାସନ୍ଦ ପରିବାର ପକ୍ଷରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ଓ ଏହାକୁ...

୧୮ରେ ଦିବ୍ୟାଙ୍ଗଙ୍କୁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ରୋଟାରୀ କ୍ଲବ ଇଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମାଗଣା ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ସକ୍ଷମ-୨ ଶିବିର ପାଇଁ ପଞ୍ଜୀକରଣ ରବିବାର ଅନୁଷ୍ଠିତ ହୋଇଯାଇଛି। ଧର୍ମନଗର ପଞ୍ଚମ ଲେନ୍‌ରେ ଥିବା କମ୍ୟୁନିଟି ହଲ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।...

‘ନିଯୁକ୍ତି ସଂକଟ କବଳରେ ସାରା ଭାରତ’

ବ୍ରହ୍ମପୁର ଅଫିସ୍‌,୨୦ା୧୦-କେନ୍ଦ୍ର ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ଏବେ ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା କ୍ରମଶଃ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୀବାରେ ଲାଗିଛି। ସାରା ଦେଶରେ ଏବେ ନିଯୁକ୍ତିକୁ ନେଇ ସଂକଟ...

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ଛତ୍ରପୁର,୨୧ା୧୦(ଡି.ଏନ.ଏ.)-ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ରବିବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ଚିକିଲଖଣ୍ଡି ଗଁା ରବି ରଞ୍ଜନ ଗୌଡ। ଗଞ୍ଜାମ ଓଡିଆ ଢାମଣା ସାହିର ଜଣେ ଯୁବତୀଙ୍କୁ ୨୦୧୯ ମେ ୧ ରେ ରବି ବିବାହ କରିଥିଲେ।...

ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ମୁତାବକ ଶରୀର ଏବଂ ଚକ୍ଷୁକୁ ବ୍ରହ୍ମପୁର ବଡମେଡିକାଲକୁ ଦାନ କରାଯାଇଛି । ପୂର୍ବରୁ...

ବାଲୁଙ୍କେଶ୍ୱର ବାଣ ବଜ଼ାର ସିଲ୍‌କଲା ପୋଲିସ; ୪୬ ବ୍ୟବସାୟୀଙ୍କୁ ହାଜର ପାଇଁ ନୋଟିସ

ବ୍ରହ୍ମପୁର ଅଫିସ,୨୧ା୧୦ -ଗଞ୍ଜାମ ଜିଲା ବ୍ରହ୍ମପୁରରରେ ଥିବା ବାଲୁଙ୍କେଶ୍ୱର ବାଣ ବଜ଼ାରକୁ ରବିବାର ରାତିରେ ପୋଲିସ ସିଲ୍‌ କରିଛି। ବେପାରୀମାନେ ବେଆଇନ ଭାବେ ବାଣ ମହଜୁଦ ରଖିବା ସହ ବିକ୍ରି କରୁଥିବା ଖବର ଚଢାଉ କରିଥିଲା। ପୋଲିସକୁ ଦେଖି ବ୍ୟବସାୟୀମାନେ...

ଯୁବତୀଙ୍କୁ ଅଶ୍ଳୀଳଇଙ୍ଗିତ, ଅଭିଯୁକ୍ତ ଗିରଫ

ଆସିକା,୨୦ା୧୦(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ଜଣେ ଯୁବତୀଙ୍କୁ ଅଶ୍ଳୀୟଇଙ୍ଗିତ ଅଭିଯୋଗରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପ୍ରଫୁଲ୍ଲ ରଣା (୬୦)। ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଯୁବତୀ ଜଣକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri