ଗଞ୍ଜାମ

ମାନବିକତା ଦେଖାଇଲେ ଏସଡିପିଓ: ରାସ୍ତାରୁ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ପହଞ୍ଚାଇଲେ ମେଡିକାଲ

ଭଞ୍ଜନଗର, ୨୦।୬(ବାବୁଲା ପ୍ରଧାନ)- ପୋଲିସଙ୍କ ଭିତରେ ଥିବା ସମ୍ବେଦନଶୀଳ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ। ଡ୍ୟୁଟି ସାରି ଫେରିବା ବେଳେ ରାସ୍ତାକଡ଼ରେ ପଡ଼ିଥିବା ଜଣେ ଆହତ ଯୁବକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସ୍ଥାନୀୟ…

ରାମଜୀ ଡିଗ୍ରୀ କଲେଜରେ ଯୋଗ ଶିବିର: ମାନସିକ ସୁସ୍ଥତା ପାଇଁ…

ଦିଗପହଣ୍ଡି, ୨୦|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଏକ ଯୋଗ ଶିବିର ଓ ସଚେତନତା ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରବିବାର ପାଳିତ ହେବାକୁ ଥିବା…

ଦିଗପହଣ୍ଡିରେ ‘ବିକାଶର ଧାରା ଓଡ଼ିଶା ସାରା’ କର୍ମଶାଳା: ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ ଚାଷୀଙ୍କୁ …

ଦିଗପହଣ୍ଡି, ୨୦।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି କୃଷି ବିଭାଗ ପକ୍ଷରୁ ଶନିବାର ଦିନ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଏକ ବ୍ଲକ ସ୍ତରୀୟ କୃଷକ ସମ୍ବାଦର ‘କ୍ଷେତ ବଚାଓ…

ହଠାତ୍ ହେଲା ବଜ୍ରପାତ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଛେଳି

ଭଞ୍ଜନଗର,୨୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାତାରସିଂ ଥାନା ଅନ୍ତର୍ଗତ କୁଟୁଣୀକୁମ୍ପା ଗ୍ରାମ ନିକଟରେ ଶନିବାର ଅପରାହ୍ନରେ ବଜ୍ରପାତ ମାରିବାରୁ ୧୭ଟି ଛେଳି ମୃତ୍ୟୁବରଣ କରିଛି। କ୍ଷତିଗ୍ରସ୍ତ ଚାଷୀମାନେ ଗରିବ ଶ୍ରେଣୀର। ତେଣୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ସେମାନେ…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୦।୬: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଗୋଳନ୍ଥରା ଥାନା ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ମୁତାବକ, ପଙ୍ଖାରେ ଛାତ୍ରୀ ଜଣକ ଝୁଲୁଥିବା ସାଙ୍ଗମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ୍‌, ଥାନାରେ ଏତଲା ସ୍ଥାନୀୟ ଅଞ୍ଚଳରେ ସହରରେ ପୁଣି ସକ୍ରିୟ…

ବିକାଶର ଧାରା ଓଡ଼ିଶା ସାରା: ୧୬୩ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ଭାଜପା ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ୧୬୩ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଥିଲା।…

ଭୋଟର ତାଲିକାରୁ ନାଁ କଟିଯିବା ନେଇ ପ୍ରଶାସନ ପକ୍ଷରୁ ତଦନ୍ତ, ସେଟେଲମେଣ୍ଟ ଅଫିସର କହିଲେ କେହି ବି…

ପୁରୁଷୋତ୍ତମପୁର,୨୦ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୋଟର ତାଲିକାରୁ କିଛି ଭୋଟରଙ୍କ ନାମ ପୂର୍ବରୁ କଟିଯାଇଥିବାରୁ ବର୍ତ୍ତମାନ ସେମାନେ ସରକାରଙ୍କ ପକ୍ଷରୁ ଚାଲିଥିବା ଏସ୍‌ଆଇଆର୍‌ରୁ ବଞ୍ଚିତ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିବାରେ ଲାଗିଛନ୍ତି। ଗତ ପୌର ଓ ସାଧାରଣ ନିର୍ବାଚନବେଳେ…

ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାଙ୍କ ସଫଳତା

ପାତ୍ରପୁର/ଦିଗପହଣ୍ଡି, ୧୯।୬ (ଉମା ଚରଣ ନେପାକ/ଅଶେଷ ନାଥ ମିଶ୍ର): କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାମାନେ ସଫଳତା ହାସଲ କରିଛନ୍ତି। ଟାଏକୋଣ୍ଡ ଗତ ୧୬ ତାରିଖରୁ ଆରମ୍ଭ ହୋଇ ୧୮…

ଅନିଲଙ୍କ ଅକାଳ ବିୟୋଗ: ରୋଜଗାରିଆ ପୁଅକୁ ହରାଇ କାନ୍ଧୁଛନ୍ତି ମା’ ବାପା

ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଏନଏସି ୱାର୍ଡ ନଂ ୪ ରାଉଳ ସାହିରେ ।…

କାମ କରିବାକୁ ଯାଇ ସ୍ବାମୀ ନିଖୋଜ, ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ଗୁହାରୀ କଲେ ସ୍ତ୍ରୀ

ଛତ୍ରପୁର,୨୦।୬(ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି ବାହାର କରିବା ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ରେଣୁ ଦାସ।…

ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଜାତୀୟ ସ୍ତରରେ କୃତିତ୍ୱ ହାସଲ କଲେ ଶିବ

ଛତ୍ରପୁର,୧୯ା୬(ଦିଲୀପ ସାମଲ): ଜାତୀୟ ସ୍ତରରେ ଆୟୋଜିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଯୁବକ। ସେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଲିଆବାଦ ଗ୍ରାମର ଶିବ କୁମାର ନାୟକ। ବେଙ୍ଗାଲୁରୁର କେପିଟି ମଲରେ ଜିଜୁ ପକ୍ଷରୁ ଆୟୋଜିତ ଏହି ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri