କାଶ୍ମୀର ଓ ଉତ୍ତରାଖଣ୍ଡକୁ ପଛରେ ପକାଇଲେ ଓଡ଼ିଆ ପୁଅ ଶିବପ୍ରସାଦ, ଓଡ଼ିଶା ପାଇଁ ଆଣିଲେ ସୁନାମ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲlଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲଡ଼ ମେଡାଲ ଜିତି ରାଜ୍ୟ ଓ ଜିଲା ପାଇଁ ଗୌରବ ଆଣିଛନ୍ତି । ଲେହ ଲାଦାଖରେ ନ୍ୟାସନାଲ ଚମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆସନ୍ତା ମାସରେ ଇଣ୍ଡୋନେସିଆ ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ପେନଚାକରେ ଖେଳିବା ନିଶ୍ଚିତ ହୋଇଥିବା ଶିବପ୍ରସାଦଙ୍କ ବାପା ବଟେଶ୍ୱର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗୁରୁଜନମାନଙ୍କ ଆର୍ଶିବାଦ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ପୁଅ ସଫଳତା ହାସଲ କରିଥିବା ସେ କହିଛନ୍ତି । ଏଥିସହ ଶିବପ୍ରସାଦ ବିଭିନ୍ନ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ଓ ଦୁଇଟି ରୋପ୍ୟ (ସିଲଭର )ପଦକ ମଧ୍ୟ ହାସଲ କରିଥିବା ଗଣମାଧ୍ୟମକୁ ସୂଚନା ମିଳିଛି । କାଶ୍ମୀର ଓ ଉତ୍ତରାଖଣ୍ଡ ଦୁଇ ରାଜ୍ୟର ଖେଳାଳିଙ୍କୁ ପଛରେ ପକାଇ ଶିବପ୍ରସାଦ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଜଣା ପଡିଛି ।

ଆସନ୍ତା 24ରେ ଲଦାଖରୁ ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦର ଠାରେ ସରକାରଙ୍କ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଶିବପ୍ରସାଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଗତ 19,20ଓ 21 ତିନି ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡିଶାରୁ ନିଜ ଜିଲା ଗଞ୍ଜାମ ପାଇଁ ପ୍ରତିନିଧିତ୍ୱ କରିଥିବା ଶିବପ୍ରସାଦଙ୍କୁ ମିଶାଇ ଓଡିଶାରୁ 35 ଜଣ ଭାଗ ନେଇଥିଲେ । ସେଥିରୁ ଓଡିଶାର ଏକ ମାତ୍ର ଶିବପ୍ରସାଦ ଗୋଲଡ଼ ମେଡାଲ ଜିତି ରାଜ୍ୟ ଓ ଜିଲା ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ଶିବପ୍ରସାଦଙ୍କ କୋଚ ପ୍ରେମ ସିଂ ଥୋପା ଏବଂ ରାଜ୍ୟ ଜେନେରାଲ ସେକ୍ରେଟାରୀ ଜିତେନ୍ଦ୍ର କୁମାର ରାଉତଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିବପ୍ରସାଦଙ୍କ ବାପା।

ଗତ ବର୍ଷ ମହାରାଷ୍ଟ୍ରର ନାସିକ ଠାରେ ଆୟୋଜିତ ନେସନାଲ ପେନକାକ ସ୍ପୋଷ୍ଟ ଚମ୍ପିୟାନ ସିପ ସବଜୁନିୟର ବର୍ଗରେ ଶିବପ୍ରସାଦ ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନିଜର ଦକ୍ଷତା ପଦର୍ଶନ କରି ଉକୃଷ୍ଟ ପଦର୍ଶନ ମାଧ୍ୟମରେ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା କହିଛନ୍ତି ଶିବପ୍ରସାଦଙ୍କ ବାପା । ଗୋଲ୍ଡ ମେଡାଲ ଜିତି ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଲକ୍ଷ ରଖିଥିବା ଶିବପ୍ରସାଦ ସଫଳ ହୋଇଛନ୍ତି ବୋଲି କହିଛନ୍ତି ଗୋଲଡ଼ ମେଡାଲ ବିଜେତାଙ୍କ ବାପା। ପ୍ରକାଶଯୋଗ୍ୟ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ନିପଟ ମଫସଲ ଗ୍ରାମ ଗୋଖର କୁଦା ବଟେଶ୍ୱର ଜେନାଙ୍କ ପୁଅ ଶିବପ୍ରସାଦ ଜେନା ।

ଶିବପ୍ରସାଦ ସ୍ଥାନୀୟ ଜୟଶ୍ରୀ ଇଂରାଜୀ ମିଡ଼ିଅମ ସ୍କୁଲର ଦଶମ ଶ୍ରେଣୀରେ ପଢୁଛନ୍ତି । ପୂର୍ବରୁ ସ୍କୁଲ ପକ୍ଷରୁ ବ୍ରହ୍ମପୁର ସ୍ୟାଣ୍ଡ ଭିନସନ ଅନୁଷ୍ଠିତ ଟାଇକୋଣ୍ଡ ପ୍ରତିଯୋଗିତାରେ ଶିବପ୍ରସାଦ ଗୋଲଡ଼ ମେଡାଲ ଜିତି ଜିଲା ଓ ସହର ପାଇଁ ଗୌରବ ଆଣିଥିଲେ । ପରେ ଜିଲାସ୍ତରୀୟ 14 ବର୍ଷ କମ ପ୍ରତିଯୋଗିତାରେ ପୁଣି ଗୋଲଡ଼, କେଉଁଝରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗୋଲଡ଼ ଜିତି ରାଜ୍ୟ ପାଇଁ ଓ ରାଜ୍ୟବାସୀଙ୍କ ମନ ଜିଣିଥିଲେ ଶିବପ୍ରସାଦ । ଗତ ଜାନୁୟାରୀ ଛଅରେ ରାଇପୁରରେ ଅନୁଷ୍ଠିତ କବାଡି ପ୍ରତିଯୋଗିତାରେ ମଧ୍ୟ ସଫଳତା ହାସଲ କରିଥିଲେ ଶିବପ୍ରସାଦ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?