ଗଞ୍ଜାମ

ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଯୁବକ ମୃତ:ସାଉଥ୍‌କୋ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ତ୍ରୀ

ଭଞ୍ଜନଗର,୧।୬(ଡି.ଏନ.ଏ.): ତାରସିଂ ଥାନା କୁଡୁତାଇ ସୋସାଇଟି ନିକଟରେ ଶନିବାର ସକାଳେ ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ବାଙ୍କତରାର ଯୋଗେନ୍ଦ୍ର ନାୟକ (୨୭)। ଯୋଗେନ୍ଦ୍ର ଶନିବାର କୁଡୁତାଇ ସୋସାଇଟି ନିକଟରେ ଥିବା ଏକ ବିଦ୍ୟୁତ୍‌…

ଆସିକା ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲା: ପୋଲିସ ଏନ୍‌କାଉଣ୍ଟରରେ ୨ ମୁଖ୍ୟ ଅଭିଯୁକ୍ତ ଗିରଫ, ମାଷ୍ଟରମାଇଣ୍ଡଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧ା୬- ଆସିକା କଂଗ୍ରେସ ବିଧାୟକ ର୍ପ୍ରାଥୀ ମନୋଜ ଜେନାଙ୍କୁ ଗତ ୨୨ ତାରିଖ ରାତ୍ର ସାଢ଼େ ୯ଟା ବେଳେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ଲାଞ୍ଜିପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଗୁଳିମାଡ଼ ଓ ତଣ୍ଟି କାଟି…

ଦିନରେ ଗରମ, ଅପରାହ୍ନରେ ଝଡ଼ତୋଫାନ

ଭଞ୍ଜନଗର,୧।୬(ଡି.ଏନ.ଏ.)-ଶୁକ୍ରବାର ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୪୨ ଡ଼ିଗ୍ରୀ ଥିଲା। ପ୍ରବଳ ଗରମ ଯୋଗୁ ମଧ୍ୟାହ୍ନରେ ରାସ୍ତାଘାଟ ଶୁନଶାନ୍‌ ହୋଇପଡ଼ିଥିଲା। ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ଥ ହୋଇପଡୁଥିବାବେଳେ ଲୋ ଭୋଲଟେଜ୍‌ ଯୋଗୁ ଏସି ମଧ୍ୟ ଦିନବେଳେ ଠିକ୍‌ ଭାବେ ଚାଲୁନାହିଁ। ଅପରପେକ୍ଷ ବିଗତ…

ମ୍ୟାଲେରିଆ ନିରାକରଣ ନେଇ ବୈଠକ

ଛତ୍ରପୁର,୧ା୬(ଡି.ଏନ.ଏ.) -ଗଞ୍ଜାମ ଜିଲାରେ ମ୍ୟାଲେରିଆ ପ୍ରତିରୋଧକ ଅଭିଯାନ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଜିଲାରେ…

ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧ା୬-ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭାରେ କେବଳ ଏଏନ୍‌ଏମ୍‌ ଓ ଜିଏନଏମ ଛାତ୍ରୀମାନଙ୍କୁ ସଚେତନ କରାଯାଇଛି।…

ତମାଖୁ ସେବନ ଅଭ୍ୟାସ ଡାକିଆଣେ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୧ା୬-ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇଇସି ହଲ୍‌ଠାରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରି…

ସହରତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ ପ୍ରସଙ୍ଗ : ଉପଜିଲାପାଳଙ୍କୁ ଭେଟିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ରହ୍ମପୁର ଅଫିସ,୧ା୬-ବ୍ରହ୍ମପୁର ସନ୍ନିକଟ ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମ(ବିଏମସି)ରେ ସାମିଲ କରିବା ନେଇ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରହିଛି ା ଏଥିପାଇଁ ଗଠିତ ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ,…

ହିଞ୍ଜିଳି ଥାନା ଅଞ୍ଚଳରୁ ଘନ ଘନ ଚୋରି

ହିଞ୍ଜିଳିକାଟୁ,୩୧।୫(ଡି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗତ ୨ଦିନରେ ଏକାଧିକ ଚୋରି ଅଭିଯୋଗ ହୋଇଛି। ଗୁରୁବାର ରାତିରେ ରାମଚନ୍ଦ୍ରପୁର ଗ୍ରାମର ହେମନ୍ତ ସେଠିଙ୍କ ପରିବାର ଲୋକେ ଘରେ ଶୋଇଥିବାବେଳେ ଲୁଟେରାମାନେ ଘରେ ପଶି ଆଲମିରା ଭାଙ୍ଗି ୬ ତୋଳା…

ବ୍ରହ୍ମପୁରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ: କ୍ୟାନସରର ଏକ ତୃତୀୟାଂଶ ଧୂମପାନ ଲାଗି ହୁଏ

ବ୍ରହ୍ମପୁର ଅଫିସ୍‌,୩୧।୫: ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ଶୁକ୍ରବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖଲ୍ଲିିକୋଟ କଲେଜ ଷ୍ଟାଡିୟମ୍‌ଠାରୁ ବାହାରି ସହର ପରିକ୍ରମା କରିଥିଲା। ତମାଖୁ ସେବନର ଭୟାବହତା ଏବଂ…

ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୩୧ା୫- ଗଞ୍ଜାମ ଜିଲାପାଳଙ୍କ ଛତ୍ରଛାୟା ତଳେ ବେଆଇନ୍‌ ଭାବେ ନିର୍ମାଣ ଚାଲିଥିବା ଗୋପାଳପୁର ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ଏହି ନିର୍ମାଣ ପରିବେଶ ସୁରକ୍ଷା ଆଇନ୍‌-୧୯୮୬ର ଧାରା ୧୯କୁ ଉଲ୍ଲଂଘନ କରୁଛି। ଏଣୁ…

ସକ୍ରିୟ ହେଉଛି ମାନବ ଚାଲାଣ ର଼୍ୟାକେଟ :୩ ଜିଲାରେ ୩୦୦ ପିଲାଙ୍କ ଖୋଜ୍‌ଖବର ମିଳୁନି

ବ୍ରହ୍ମପୁର ଅଫିସ,୩୧ା୫-ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ମାନବ ଚାଲାଣ ର଼୍ୟାକେଟ ଏବେ ସକ୍ରିୟ ରହିଛନ୍ତି। ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ଏଥିନିମନ୍ତେ ଠିକ୍‌ ପଦକ୍ଷେପ ନିଆଯାଇପାରୁ ନ ଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଫଳରେ ନାବାଳିକା…

‘ଅପାରଗ କର୍ମଚାରୀ ବିଦା ହେବେ’

ଛତ୍ରପୁର,୩୧ା୫(ଡି.ଏନ.ଏ)- ଶିକ୍ଷା ପରି ଏକ ସମ୍ବେଦନଶୀଳ ବିଷୟ ଉପରେ କୋହଳନୀତି ଅବଲମ୍ବନ କରାଯିବ ନାହିଁ। ସମସ୍ତ କର୍ମଚାରୀ ଦକ୍ଷତାର ସହିତ କାର୍ଯ୍ୟ କରିବେ। ଅପାରଗ କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦିଆଯିବ। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?