ଯୁବକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ କୋର୍ଟଚାଲାଣ
ପୁରୁଷୋତ୍ତମପୁର,୩ ।୬( ଡି.ଏନ୍.ଏ.)- ପୁରୁଷୋତ୍ତମପୁର ଥାନା ଭୂତସରସିଙ୍ଗି ପଞ୍ଚାୟତ କଇଠଡା ଗ୍ରାମରେ ଶନିବାର ସନ୍ଧ୍ୟାରେ ଡାକ୍ତର ପ୍ରଧାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲଶ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଗାନ୍ଧୀ ପ୍ରଧାନ ଓରଫ ମାଧବ। ଥାନା…
ଟ୍ରେନ୍ରେ ଡକାୟତି ଯୋଜନା: ଗ୍ୟାଙ୍ଗର ୬ ଗିରଫ
ବ୍ରହ୍ମପୁର ଅଫିସ,୩ା୬ : ବ୍ରହ୍ମପୁର ରେଳବାଇ ପୋଲିସ ଶନିବାର ବିଳମ୍ବିତ ରାତିରେ ୪ ନମ୍ବର ପ୍ଲାଟଫର୍ମରୁ କୋଣାର୍କ ଏକ୍ସପ୍ରେସରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡଙ୍କ ସମେତ ୬ ଜଣଙ୍କୁ କାବୁ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ବିହାର ଅଞ୍ଚଳର…
ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ୩ ଗିରଫ
ବ୍ରହ୍ମପୁର ଅଫିସ,୩ା୬: ସଦର ଥାନା ଅନ୍ତର୍ଗତ ଲୋଚାପଡା ଚୈତନ୍ୟନଗରରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଲୋଚାପଡାର ଦିଲୀପ ପାଣିଗ୍ରାହୀ (୨୭), ଦିଗପହଣ୍ଡି ଥାନା କଂସାମାରି…
ସହର ସାରା ଅଳିଆ ଭର୍ତ୍ତି, ବର୍ଷାରେ ସ୍ଥିତି ଅସମ୍ଭାଳ- ଏନ୍ଏସି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ
ଭଞ୍ଜନଗର,୩।୬(ଡି.ଏନ.ଏ.)-ଭଞ୍ଜନଗର ସହରରେ ଗତ ୪ ମାସ ହେଲା ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି। ବିପର୍ଯ୍ୟସ୍ତ ପରିମଳ ସୁଧାରିବା ପାଇଁ ଏନଏସି କର୍ତ୍ତୃପକ୍ଷ କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହାର କାରଣ ସହରବାସୀ ଖୋଜି…
ଜୀବନ ନେବାକୁ ଚାହିଁଛି ଲୁହାଛଡ଼
ବ୍ରହ୍ମପୁର ଅଫିସ୍,୩ା୬-ରାମଲିଙ୍ଗମ୍ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମନ୍ଥରଗତିରେ ଚାଲିଛି। ଫଳରେ ଏହି ପୋଖରୀର ତିନି ପାଖରେ ଥିବା ରାସ୍ତାରେ ଯାତାୟାତରେ ଅସୁବିଧା ହେଉଛି। ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ରହିବା ଫଳରେ ଲୁହା ଛଡ଼ ପଦାକୁ ବାହାରିଛି। ଅନେକ ସ୍ଥାନରେ ଲମ୍ବା ଲୁହା…
କାଳବୈଶାଖୀ ପ୍ରଭାବରେ ବ୍ରହ୍ମପୁରରେ ଘଡଘଡି ବର୍ଷା
ବ୍ରହ୍ମପୁର ଅଫିସ,୩ା୬-ଗଞ୍ଜାମ ଜିଲାରେ ରବିବାର କାଳବୈଶାଖୀ ହୋଇଛି। ଏହାର ପ୍ରଭାବରେ ସନ୍ଧ୍ୟାରେ ବ୍ରହ୍ମପୁର ସମେତ ଏହାର ଉପକୂଳ ଅଞ୍ଚଳ, ଏବଂ ଜିଲାର ବିିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ଦୀର୍ଘ ଦିନର ତାତିରୁ ସହରବାସୀ ତ୍ରାହି ପାଇଛନ୍ତି।…
ସିଙ୍ଗାପୁରରେ ଚାକିରି ଦେବା ନାଁରେ ଠକେଇ- କ୍ରାଇମ୍ ଡିଏସ୍ପିଙ୍କୁ ମିଳିଲା ତଦନ୍ତ ଦାୟିତ୍ୱ
ବ୍ରହ୍ମପୁର ଅଫିସ,୩ା୬-ସିଙ୍ଗାପୁରରେ ଚାକିରି ଦେବା କହି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଓ ବିଶାଖାପାଟଣା ସମେତ ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ପାଠୁଆ ବେକାରି ଯୁବକଙ୍କଠାରୁ କୋଟିଏ ଟଙ୍କା ଠକେଇ ହୋଇଛି। ଏନେଇ ଶତାଧିକ ଯୁବକ ବ୍ରହ୍ମପୁର ଏସ୍ପି ପିନାକ…
ବଜ୍ରାପାତରେ ଯୁବକ ମୃତ
ଚିକିଟି,୨ା୬(ଡି.ଏନ.ଏ.)-ଚିକିଟି ଫାଣ୍ଡି ଭୋଳାସିଙ୍ଗି ଗ୍ରାମରେ ରବିବାର ବଜ୍ରାପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ଉକ୍ତ ଗ୍ରାମର ସୁରେନ୍ଦ୍ର ସାହୁ (୪୨)। ସୁରେନ୍ଦ୍ର ଅପରାହ୍ନରେ ଗ୍ରାମ ନିକଟସ୍ଥ ଏକ ଜମିକୁ କାମ କରିବାକୁ ଯାଇଥିଲେ। ସାଢ଼େ ୫ଟାରେ ଘରକୁ ଫେରୁଥିବା…
ଅସରାଏ ବର୍ଷାରେ ରାସ୍ତାରେ ପାଣି
ଶେରଗଡ଼,୨।୬(ଡି.ଏନ.ଏ.)- ଶେରଗଡରେ ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ବର୍ଷା ହୋଇଥିଲା। ପ୍ରାୟ ୩୦ ମିନଟ ଧରି ବର୍ଷା ହେବା ଫଳରେ କାଳିଆ ହୋଟେଲ ଛକରୁ ବଜାରକୁ ସଂଲଗ୍ନ କରୁଥିବା ରାସ୍ତାରେ ଦେଢ ଫୁଟର ପାଣି ଜମିଯାଇଥିଲା। ଫଳରେ ଲୋକେ ଯାତାୟାତର ସମସ୍ୟା…
ଦାରିଙ୍ଗବାଡ଼ିରେ କାଳବୈଶାଖୀ : ଏକାଧିକ ଲୋକଙ୍କ ଛପର ଉଡ଼ିଲା
ଦାରିଙ୍ଗବାଡ଼ି,୨ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି ା ଫଳରେ ଅଞ୍ଚଳରେ ଏକାଧିକ ଘରର ଛପର ଉଡ଼ିବା ସହ ଗଛ ଭାଙ୍ଗି ପଡ଼ିଛି ା ଦାରିଙ୍ଗବାଡ଼ିରେ ୪୫ ମି.ମି. ବର୍ଷା ହୋଇଥିବା…
ବାଲି ଚୋରାଚାଲାଣ : ୭ ଟ୍ରାକ୍ଟର ଜବତ
ବାଲିଗୁଡ଼ା,୨ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନ ତଥା ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବାଲି ଓ ପଥର ଚୋରାଚାଲାଣ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ବାଲିଗୁଡ଼ା ତହସିଲଦାର କ୍ଷୀରାବ୍ଧୀ ତନୟା ସାହୁ ରବିବାର ୭ଟି ବାଲି ଓ ପଥର…
ପୂର୍ତ୍ତ ବିଭାଗ ଡାକବଙ୍ଗଳା କାନ୍ଥରେ ମାଓପୋଷ୍ଟର : ଜନସାଧାରଣ ଭୟଭୀତ
ବାଲିଗୁଡ଼ା,୨ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ସେମାନଙ୍କ ସ୍ଥିତି ଜାହିର କରି ବାରମ୍ବାର ନାନା ଧମକପୂର୍ଣ୍ଣ ପୋଷ୍ଟର ଲଗାଉଛନ୍ତି। ଫଳରେ ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏପରି ଏକ ପୋଷ୍ଟର ରବିବାର ସକାଳେ ବାଲିୁଗଡ଼ା ଥାନା ଠାରୁ ମାତ୍ର…

