ପାଣି ସମସ୍ୟା ନେଇ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା
କନିଷି,୯ ।୬(ଡି.ଏନ.ଏ.)-ରଙ୍ଗେଇଲୁଣ୍ଡା ବ୍ଲକ କୋଳଥିଗାଁରେ ରବିବାର ଗ୍ରାମବାସୀ ପାଣି ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ। ଏଥିପାଇଁ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଶତାଧିକ ମହିଳା, ପୁରୁଷ ହାଣ୍ଡି, ମାଠିଆ ଧରି ବସିଥିଲେ। ଏହି ସମୟରେ ପଞ୍ଚାୟତର…
ଦେଉଳିବନ୍ଧ ଉନ୍ନତୀକରଣ କାର୍ଯ୍ୟରେ ବିଳମ୍ବ
ଗୋପାଳପୁର,୯।୬-ରଙ୍ଗେଇଲୁଣ୍ଡା ବ୍ଲକ ରାଳବସ୍ଥିତ ଦେଉଳିବନ୍ଧର ଉନ୍ନତୀକରଣ କାର୍ଯ୍ୟ ଠିକ୍ ଭାବେ ହେଉ ନ ଥିବା ଅଭିଯୋଗ ହେଉଛି। ୨୦୧୮ ଡିିସେମ୍ବର ୭ରୁ ଆରମ୍ଭ ହୋଇ ଏହି କାର୍ଯ୍ୟ ୨୦୧୯ ମାର୍ଚ୍ଚ ୧୬ ସୁଦ୍ଧା ସରିବ ବୋଲି ସେଠାରେ ଲାଗିଥିବା ଫଳକରେ ଦର୍ଶାଯାଇଛି…
ସଚେତନତା ଅଭାବରୁ ବଢ଼ୁଛି ଦୁର୍ଘଟଣା
ଦାରିଙ୍ଗବାଡ଼ି,୯।୬(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସଚେତନତା ଅଭାବ ଓ ଯାତ୍ରୀ ପରିବହନରେ ଅବ୍ୟବସ୍ଥା ଯୋଗୁ ଦୁର୍ଘଟଣା ବଢ଼ୁଛି। କେଉଁଠି ବସ୍ରେ ଆବଶ୍ୟକତା ଠାରୁ ଅଧିକା ଯାତ୍ରୀ ବୋହି ନେବାକୁ ପଡ଼ୁଛି ତ ଆଉ କେଉଁଠି ଅଟୋରେ ଯାତ୍ରୀ ଓ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କୁ…
ଭଞ୍ଜନଗରରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ପାଳିତ
ଭଞ୍ଜନଗର,୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ରବିବାର ମହା ସମାହୋରରେ ପାଳିତ ହୋଇଯାଇଛି। ବ୍ରହ୍ମପୁର…
ରାଉରକେଲାରେ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ: ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲ କନ୍ଧମାଳ ଛାତ୍ରୀ
ଦାରିଙ୍ଗବାଡ଼ି,୯।୬(ଡି.ଏନ୍.ଏ): ରାଉରକେଲା କଳାସଂଘମ୍ ପକ୍ଷରୁ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସେକ୍ଟର ୧୯ ସିଭିକ୍ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଛାତ୍ରୀମାନେ ଓଡ଼଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତିା…
ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା
ଫୁଲବାଣୀ ଅଫିସ,୯।୬: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପଟାଙ୍ଗି ପଞ୍ଚାୟତର ପଦାସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ଅବସ୍ଥାରେ ସ୍ବାମୀ ପ୍ରଶାନ୍ତ ନାୟକ ସ୍ତ୍ରୀ ସୁଦସ୍ଥା ନାୟକଙ୍କୁ ଟାଙ୍ଗିଆରେ ହାଣି ନିିର୍ମମ…
ବଜ୍ରପାତରେ ୨୭ ଗୋରୁ, ୯ ମେଣ୍ଢା ମୃତ
ଦିଗପହଣ୍ଡି/ପାତ୍ରପୁର,୯ା୬ (ଡି.ଏନ.ଏ.) -ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତରେ ୨୭ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବାଲିବାଡ ଗଁା ନିକଟରେ ଶନିବାର ବଜ୍ରପାତରେ ୧୪ ବଳଦ, ୨ ଗାଈ ଓ…
ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ
ବାଲିଗୁଡା,୯ା୬(ଡି.ଏନ୍.ଏ.) -ବାଲିଗୁଡା ସ୍ଥିତ ଖଜୁରୀନାଳଠାରେ ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ଏକ କାରରୁ ଗଞ୍ଜେଇ ଜବତ କରିବା ସହ ଗାଡି ଚଲାଉଥିବା ମାଲିକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ସିନ୍ଦ୍ରିଗଁାର ରବୀନ୍ଦ୍ର ଦିଗାଳ। ଯେ, ଶୁକ୍ରବାର ବାଲିଗୁଡା ପୋଲିସ…
ମୁକୁଳା ପଡ଼ିଛି ତ୍ରିବେଣୀନଗର ଡ୍ରେନ୍
ବ୍ରହ୍ମପୁର ଅଫିସ,୯ା୬-ବ୍ରହ୍ମପୁରକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ବହୁ ପଦକ୍ଷେପ ନେଉଛି। ଫାଉଣ୍ଟେନଠାରୁ ଆରମ୍ଭ କରି ସହରର କାନ୍ଥଗୁଡିକରେ ୱାଲ ପେଣ୍ଟିଂ, ଆବର୍ଜନାରୁ ପ୍ରସ୍ତୁତ ବିଭିନ୍ନ ମଡେଲକୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ କରିବା…
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ : ପାସ୍ ହାର ୯୦ ପ୍ରତିଶତ
ବ୍ରହ୍ମପୁର ଅଫିସ୍,୯ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗୋପାଳପୁର ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏହି ୩ ମହାବିଦ୍ୟାଳୟର ମୋଟ ୧୧୨୦ ଛାତ୍ରୀଛାତ୍ର ପରୀକ୍ଷା…
ବଜ୍ରାପାତରେ ମହିଳାଙ୍କ ଜୀବନ ଗଲା
ଦିଗପହଣ୍ଡି,୮ା୬(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମର ଦଳିତ ସାହିରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକା ଜଣକ ହେଲେ ସୁଷମା ନାଇକ(୩୫)। ଶନିବାର ଅପରାହ୍ନରେ ସୁଷମା ବାଡ଼ିପଟେ କାମ କରୁଥିବାବେଳେ…
ଆଇନଜୀବୀଙ୍କ ଘରୁ ଚୋରି : ୮ ଭରି ଗହଣା, ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୮ା୬ : ସହରରେ ପୁଣି ଥରେ ଲୁଟେରାଦଳ ସକ୍ରିୟ ହୋଇ ଉଠିଛନ୍ତି। ଶୁକ୍ରବାର ରାତିରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡାସିଂ ରାମକୃଷ୍ଣ ନଗର ୪ର୍ଥ ଲେନ୍ରେ ରହୁଥିବା ଆଇନଜୀବୀ କେଶବ ଚନ୍ଦ୍ର ମହାନ୍ତିଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା…

