ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫

ବ୍ରହ୍ମପୁର ଅଫିସ୍‌,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଯାଏ ଗଞ୍ଜାମ ଜିଲାରେ ୧୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ଅନେକ ସୁସ୍ଥ ହୋଇଘରକୁ ଫେରିଯାଇଥିବା ବେଳେ ଆଉ କେତେକ ଚିକିତ୍ସିତ ହେଉଛନ୍ତି। ତେବେ ଡେଙ୍ଗୁ ଡର କମିନାହିଁ। ଅନ୍ୟପଟେ ଯେଉଁ ଅଞ୍ଚଳରୁ ଡେଙ୍ଗୁ ଚିହ୍ନଟ ହେଉଛି, ସେ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅଞ୍ଚଳକୁ ଶୁଖିଲା ରଖିବା ପାଇଁ ପରାମର୍ଶ ଦିଆଯାଉଛି।
ବର୍ଷା ପରିମାଣ ଆଗାମୀ ଦିନରେ ବଢ଼ିବାକୁ ଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ ଜିଲାରେ ଯେଉଁ ୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେବଳ ୪ଜଣ ଏହି ଜିଲାରେ ରହଣି ସମୟରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଚିକିଟି, ପୁରୁଷୋତ୍ତମପୁର ଏବଂ କୁକୁଡ଼ାଖଣ୍ଡି ବ୍ଲକରୁ ଜଣେ ଲେଖାଏ ହୋଇଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକର ବାହାଦୁରପେଟା ଏବଂ ଭାବିନୀପୁରର ଜଣେ ଲେଖାଏ ରହିଛନ୍ତି। ତେବେ ଭାବିନୀପୁରର ୧୯ବର୍ଷୀୟ ଯୁବତୀଙ୍କୁ ଡେଙ୍ଗୁ ଆକ୍ରାନ୍ତ ପରେ ଚେତିଛି ସ୍ବାସ୍ଥ୍ୟ ବିଭାଗ। ଗୁରୁବାର ଉକ୍ତ ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଯାଇ ଯାଞ୍ଚ କରିଥିଲେ। ଜମି ରହିଥିବା ପାଣିକୁ ତୁରନ୍ତ ନିଷ୍କାସନ କରିବା ଏବଂ ଅଞ୍ଚଳକୁ ସଫା ରଖିବାକୁ ପରାମର୍ଶ ଦିଆଯାଇଥିଲା। ଘରକୁ ଘର ବୁଲି, ମଶା ଜନ୍ମସ୍ଥାନ ଚିହ୍ନଟ କରିଥିଲେ। ତୁରନ୍ତ ସଫା କରିବା ସହ ଔଷଧ ସିଞ୍ଚନ କରାଯାଇଥିଲା। ଅନ୍ୟ ୧୧ଜଣ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ କାମ କରୁଥିଲେ।
ଗଞ୍ଜାମ ଜିଲାସ୍ଥିତ ନିଜ ଘରକୁ ଫେରିବା ପରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତମାନେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇଛନ୍ତି। ସେଥି ପାଇଁ ବଡ଼ ମେଡ଼ିକାଲ୍‌ରେ ଡେଙ୍ଗୁ ୱାର୍ଡ଼ ମଧ୍ୟ ଖୋଲାଯାଇଛି। ସେଠାରେ ୪୦ ବେଡ୍‌ ପଡ଼ିଛି। ସେହିଭଳି ସିଟି ହସ୍‌ପିଟାଲ୍‌ରେ ମଧ୍ୟ ଡେଙ୍ଗୁ ୱାର୍ଡ଼ ଖୋଲାଯାଇଛି। ୪ ବେଡ୍‌ ପକାଯାଇଛି।
କିନ୍ତୁ କେବଳ ବଡ଼ ମେଡ଼ିକାଲ୍‌ରେ ହିଁ ରୋଗୀଙ୍କୁ ଭର୍ତ୍ତି କରାଯାଉଛି। କାରଣ ଡେଙ୍ଗୁ ପରୀକ୍ଷା ବ୍ୟବସ୍ଥା କେବଳ ସେଠାରେ ହିଁ ରହିଛି। ଅନେକ ଦିନ ହେଲାଣି ଗଞ୍ଜାମକୁ ମୌସୁମୀ ଆସିଲାଣି।
ଅଥଚ କଁା ଭଁା ବର୍ଷା ହେଉଛି। ଆଗାମୀ ଦିନରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଏଣୁ ବର୍ଷା ହେଲେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ। କାରଣ ବର୍ଷା ଛାଡ଼ିଯିବା ପରେ ଜମି ରହିଥିବା ବର୍ଷା ଜଳରେ ଏଡିସ୍‌ ମଶାଙ୍କ ବଂଶ ବୃଦ୍ଧି ହୋଇଥାଏ। ଏଡିପିଏଚ୍‌ଓ (ଭିବିଡ଼ି) ଡା. ଆର୍‌. ଜଗଦୀଶ ପଟ୍ଟନାୟକ କହିଛନ୍ତି, ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ଯୋଗୁ ଏହି ମାସକୁ ଡେଙ୍ଗୁ ନିରାକରଣ ମାସ ଭାବେ ପାଳନ କରାଯାଉଛି। ଆଶା ଏବଂ ଅଙ୍ଗନୱାଡ଼ି କର୍ମୀମାନେ ଗଁାକୁ ଗଁା ଯାଇ ଡେଙ୍ଗୁର କାରଣ ଏବଂ ନିରାକରଣ ସମ୍ପର୍କରେ ସଚେତନ କରୁଛନ୍ତି। ଏଡିସ୍‌ ମଶା ଜନ୍ମ ସ୍ଥାନକୁ ଚିହ୍ନଟ କରାଯାଉଛି। ସେଠାରେ ଔଷଧ ସିଞ୍ଚନ ହେଉଛି। ସପ୍ତାହକୁ ଗୋଟିଏ ଦିନ ଶୁଷ୍କ ଦିବସ ଭାବେ ପାଳନ କରାଯାଉଛି। ପୁରୁଣା ଟାୟାର୍‌, କୁଲର୍‌ କିମ୍ବା ଅନ୍ୟ କୌଣସି ଜିନିଷରେ ଯେମିତି ପାଣି ଜମି ନ ରହେ, ସେଥିପ୍ରତି ଧ୍ୟାନ ଦେବାକୁ ଗୃହକର୍ତ୍ତାଙ୍କୁ ପରାମର୍ଶ ଦିଆଯାଉଛି। ସାମାନ୍ୟ ଜ୍ୱର ଦେଖାଦେଲେ ତୁରନ୍ତ ରକ୍ତ ନମୁନା ପରୀକ୍ଷା କରାଯାଉଛି। ତେବେ ଜିଲା ବାହାରେ ଆକ୍ରାନ୍ତ ହେବା ପରେ ରୋଗୀମାନେ ଗଞ୍ଜାମକୁ ଫେରୁଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।
ତଥାପି ସ୍ବାସ୍ଥ୍ୟ ବିଭାଗ ସତର୍କ ଦୃଷ୍ଟି ରଖିଛି ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୯୧ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ସେଥିରୁ ୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲାରେ ଗତ ୭ବର୍ଷ ଭିତରେ ୧୪ହଜାର ୫୪୪ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ୧୪୪୪ଜଣଙ୍କ ପାଖରେ ଡେଙ୍ଗୁ ଭୂତାଣୁ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?