ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫

ବ୍ରହ୍ମପୁର ଅଫିସ୍‌,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏଯାଏ ଗଞ୍ଜାମ ଜିଲାରେ ୧୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ଅନେକ ସୁସ୍ଥ ହୋଇଘରକୁ ଫେରିଯାଇଥିବା ବେଳେ ଆଉ କେତେକ ଚିକିତ୍ସିତ ହେଉଛନ୍ତି। ତେବେ ଡେଙ୍ଗୁ ଡର କମିନାହିଁ। ଅନ୍ୟପଟେ ଯେଉଁ ଅଞ୍ଚଳରୁ ଡେଙ୍ଗୁ ଚିହ୍ନଟ ହେଉଛି, ସେ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଅଞ୍ଚଳକୁ ଶୁଖିଲା ରଖିବା ପାଇଁ ପରାମର୍ଶ ଦିଆଯାଉଛି।
ବର୍ଷା ପରିମାଣ ଆଗାମୀ ଦିନରେ ବଢ଼ିବାକୁ ଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗଞ୍ଜାମ ଜିଲାରେ ଯେଉଁ ୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେବଳ ୪ଜଣ ଏହି ଜିଲାରେ ରହଣି ସମୟରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଚିକିଟି, ପୁରୁଷୋତ୍ତମପୁର ଏବଂ କୁକୁଡ଼ାଖଣ୍ଡି ବ୍ଲକରୁ ଜଣେ ଲେଖାଏ ହୋଇଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକର ବାହାଦୁରପେଟା ଏବଂ ଭାବିନୀପୁରର ଜଣେ ଲେଖାଏ ରହିଛନ୍ତି। ତେବେ ଭାବିନୀପୁରର ୧୯ବର୍ଷୀୟ ଯୁବତୀଙ୍କୁ ଡେଙ୍ଗୁ ଆକ୍ରାନ୍ତ ପରେ ଚେତିଛି ସ୍ବାସ୍ଥ୍ୟ ବିଭାଗ। ଗୁରୁବାର ଉକ୍ତ ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଯାଇ ଯାଞ୍ଚ କରିଥିଲେ। ଜମି ରହିଥିବା ପାଣିକୁ ତୁରନ୍ତ ନିଷ୍କାସନ କରିବା ଏବଂ ଅଞ୍ଚଳକୁ ସଫା ରଖିବାକୁ ପରାମର୍ଶ ଦିଆଯାଇଥିଲା। ଘରକୁ ଘର ବୁଲି, ମଶା ଜନ୍ମସ୍ଥାନ ଚିହ୍ନଟ କରିଥିଲେ। ତୁରନ୍ତ ସଫା କରିବା ସହ ଔଷଧ ସିଞ୍ଚନ କରାଯାଇଥିଲା। ଅନ୍ୟ ୧୧ଜଣ ଓଡ଼ିଶା ବାହାରେ ବିଭିନ୍ନ ସ୍ଥାନରେ କାମ କରୁଥିଲେ।
ଗଞ୍ଜାମ ଜିଲାସ୍ଥିତ ନିଜ ଘରକୁ ଫେରିବା ପରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତମାନେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇଛନ୍ତି। ସେଥି ପାଇଁ ବଡ଼ ମେଡ଼ିକାଲ୍‌ରେ ଡେଙ୍ଗୁ ୱାର୍ଡ଼ ମଧ୍ୟ ଖୋଲାଯାଇଛି। ସେଠାରେ ୪୦ ବେଡ୍‌ ପଡ଼ିଛି। ସେହିଭଳି ସିଟି ହସ୍‌ପିଟାଲ୍‌ରେ ମଧ୍ୟ ଡେଙ୍ଗୁ ୱାର୍ଡ଼ ଖୋଲାଯାଇଛି। ୪ ବେଡ୍‌ ପକାଯାଇଛି।
କିନ୍ତୁ କେବଳ ବଡ଼ ମେଡ଼ିକାଲ୍‌ରେ ହିଁ ରୋଗୀଙ୍କୁ ଭର୍ତ୍ତି କରାଯାଉଛି। କାରଣ ଡେଙ୍ଗୁ ପରୀକ୍ଷା ବ୍ୟବସ୍ଥା କେବଳ ସେଠାରେ ହିଁ ରହିଛି। ଅନେକ ଦିନ ହେଲାଣି ଗଞ୍ଜାମକୁ ମୌସୁମୀ ଆସିଲାଣି।
ଅଥଚ କଁା ଭଁା ବର୍ଷା ହେଉଛି। ଆଗାମୀ ଦିନରେ ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଏଣୁ ବର୍ଷା ହେଲେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ। କାରଣ ବର୍ଷା ଛାଡ଼ିଯିବା ପରେ ଜମି ରହିଥିବା ବର୍ଷା ଜଳରେ ଏଡିସ୍‌ ମଶାଙ୍କ ବଂଶ ବୃଦ୍ଧି ହୋଇଥାଏ। ଏଡିପିଏଚ୍‌ଓ (ଭିବିଡ଼ି) ଡା. ଆର୍‌. ଜଗଦୀଶ ପଟ୍ଟନାୟକ କହିଛନ୍ତି, ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ଯୋଗୁ ଏହି ମାସକୁ ଡେଙ୍ଗୁ ନିରାକରଣ ମାସ ଭାବେ ପାଳନ କରାଯାଉଛି। ଆଶା ଏବଂ ଅଙ୍ଗନୱାଡ଼ି କର୍ମୀମାନେ ଗଁାକୁ ଗଁା ଯାଇ ଡେଙ୍ଗୁର କାରଣ ଏବଂ ନିରାକରଣ ସମ୍ପର୍କରେ ସଚେତନ କରୁଛନ୍ତି। ଏଡିସ୍‌ ମଶା ଜନ୍ମ ସ୍ଥାନକୁ ଚିହ୍ନଟ କରାଯାଉଛି। ସେଠାରେ ଔଷଧ ସିଞ୍ଚନ ହେଉଛି। ସପ୍ତାହକୁ ଗୋଟିଏ ଦିନ ଶୁଷ୍କ ଦିବସ ଭାବେ ପାଳନ କରାଯାଉଛି। ପୁରୁଣା ଟାୟାର୍‌, କୁଲର୍‌ କିମ୍ବା ଅନ୍ୟ କୌଣସି ଜିନିଷରେ ଯେମିତି ପାଣି ଜମି ନ ରହେ, ସେଥିପ୍ରତି ଧ୍ୟାନ ଦେବାକୁ ଗୃହକର୍ତ୍ତାଙ୍କୁ ପରାମର୍ଶ ଦିଆଯାଉଛି। ସାମାନ୍ୟ ଜ୍ୱର ଦେଖାଦେଲେ ତୁରନ୍ତ ରକ୍ତ ନମୁନା ପରୀକ୍ଷା କରାଯାଉଛି। ତେବେ ଜିଲା ବାହାରେ ଆକ୍ରାନ୍ତ ହେବା ପରେ ରୋଗୀମାନେ ଗଞ୍ଜାମକୁ ଫେରୁଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।
ତଥାପି ସ୍ବାସ୍ଥ୍ୟ ବିଭାଗ ସତର୍କ ଦୃଷ୍ଟି ରଖିଛି ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୯୧ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ସେଥିରୁ ୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗଞ୍ଜାମ ଜିଲାରେ ଗତ ୭ବର୍ଷ ଭିତରେ ୧୪ହଜାର ୫୪୪ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଛି। ୧୪୪୪ଜଣଙ୍କ ପାଖରେ ଡେଙ୍ଗୁ ଭୂତାଣୁ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri