ଗଞ୍ଜାମ

ଥାନା ପରେ ଏସ୍‌ପି ଅଫିସ ଘେରିଲା ଭାଜପା

ଛତ୍ରପୁର,୪।୩(ଡି.ଏନ୍‌.ଏ.): ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାଜପା କର୍ମକର୍ତ୍ତା ଶନିବାର ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିଥିଲେ। ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାଜପା ନିନ୍ଦା କରିଛି। ଏଥିସହ ପୋଲିସ ଅଧିକାରୀଙ୍କ...

ଆଜିଠୁ ନାମାଙ୍କନ ଦାଖଲ

ବ୍ରହ୍ମପୁର ଅଫିସ,୪ା୩: ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ ୬ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ସେହିପରି ୧୦ତାରିଖ...

ଢେଙ୍କାନାଳରୁ ଅଭିଯୁକ୍ତଙ୍କୁ ଆଣି ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର ଅଫିସ,୪ା୩ ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନୀଙ୍କ ହତ୍ୟା ଘଟଣାରେ ଢେଙ୍କାନାଳ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ଙ୍କ ନିର୍ଦ୍ଦେଶରେ କୋର୍ଟରେ ହାଜର କରାଯାଇଛି। ଶଙ୍କରକୁ ଶୁକ୍ରବାରଠାରୁ ୧୩ତାରିଖ ପର୍ଯ୍ୟନ୍ତ ସ୍ପେୟାରରେ ବ୍ରହ୍ମପୁର...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୪ା୩: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଆଇସିୟୁ ନ ମିଳିବାରୁ ରୋଗୀ ଜଣଙ୍କ ଗୁରୁତର ହୋଇ ଶେଷରେ ପ୍ରାଣ ହରାଇଥିବା ପରିବାର ଲୋକେ...

୧୫ରେ ଡ୍ରାଇଭର ମହାସଂଘର ଧର୍ମଘଟ

ଭଞ୍ଜନଗର,୪।୩(ଡି.ଏନ.ଏ): ଓଡ଼ିଶା ଡ଼୍ରାଇଭର ମହାସଂଘ ଆସନ୍ତା ୧୫ ତାରିଖରେ ୯ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଧର୍ମଘଟ କରିବା ସହ ଅଖଚକ ବନ୍ଦ କରିବାକୁ ଚେତାବନୀ ଦେଇଛି । ଏନେଇ ଭଞ୍ଜନଗର ଶାଖା ପକ୍ଷରୁ ଶୁକ୍ରବାର ସହରରେ ଏକ ଶୋଭାଯାତ୍ରା...

ସୁନା ଅଳଙ୍କାର ଠକେଇ ମାମଲାରେ ୨ ଗିରଫ

ଆସିକା,୩ା୩ (ଡି.ଏନ.ଏ.): ଆସିକା ବିନାୟକ ବଜାରଠାରେ ଥିବା ଏକ ଦୋକାନର ମାଲିକଙ୍କଠାରୁ ବିକ୍ରି କରିବା ଲାଗି କହି ୨ ଅଭିଯୁକ୍ତ ଅଳଙ୍କାର ନେଇ ଫେରାର ହୋଇଥିଲେ। ପୋଲିସ ଶୁକ୍ରବାର ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାଜୁ ରେଡ୍ଡୀ...

ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ

ବ୍ରହ୍ମପୁର/ଗୋପାଳପୁର,୩ା୩(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବୈଷୟିକ ଶିକ୍ଷା ବିକାଶ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। ‘ଉଡାନ୍‌’ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା...

ଉତ୍ତର ଘୁମୁସର ବନଖଣ୍ଡ ଜଳୁଛି

ଭଞ୍ଜନଗର,୩ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଦୁର୍ଗାପ୍ରସାଦ ଏବଂ ମୁଜାଗଡ ସେକ୍ସନର ଏକାଧିକ ଜଙ୍ଗଲରେ ଗୁରୁବାର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁର୍ଗାପ୍ରସାଦ ଅଞ୍ଚଳ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ସମ୍ପୃକ୍ତ ସେକ୍ସନର କିଛି କର୍ମଚାରୀ ଲୋକଙ୍କ...

ବାଇକ୍‌ -କାର୍‌ ଧକ୍କା, ବାଇକ୍‌ ଆରୋହୀ ମୃତ

ଗୋପାଳପୁର,୨ା୩(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ଆମ୍ବପୁଆ ହାଉସିଂ ବୋର୍ଡ ନିକଟରେ ବୁଧବାର ରାତିରେ ବାଇକ୍‌ ପଛକୁ ଏକ କାର୍‌ ଧକ୍କା ଦେବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିକ୍ରମପୁର ଗ୍ରାମର ପି.ଗୋପାଲ ରେଡ୍ଡୀ(୨୩)। ପି....

ବାଇକ୍‌ରେ ପ୍ରେମିକଙ୍କ ସହ ଯାଉଥିଲେ: ବାଟରେ ଘଟିଲା ଦୁର୍ଘଟଣା

ବ୍ରହ୍ମପୁର ଅଫିସ,୨।୩: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ଯୁବତୀଙ୍କ ଏମ୍‌କେସିଜି ମେଡିକାଲରେ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟପୁର ଥାନା ଅଞ୍ଚଳର ପୁଷ୍ପିତା ମହାରଣା(୨୦)। ପୁଷ୍ପିତା ତାଙ୍କ ପ୍ରେମିକଙ୍କ ସହ ବାଇକ୍‌ରେ ଯାଉଥିବା ବେଳେ ଏକ...

ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ର କଳାକୃତି ନିର୍ମାଣ କଲେ ଛତ୍ରପୁର ଆଇଟିଆଇ ଛାତ୍ରୀଛାତ୍ର

ଛତ୍ରପୁର,୨ା୩(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପ୍ରିୟ ବିମାନ ଡାକୋଟାକୁ ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରିଛନ୍ତି ଗଞ୍ଜାମ ଜିଲା ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର। ଦୀର୍ଘ କିଛି ଦିନ ହେଲା ଏହି ଦୁଇଟି କଳାକୃତିରେ ଲାଗି...

କୋଦଳା କଲେଜରେ ପରୀକ୍ଷା ଦେଲେ ୧୭୪ କଳା, ୨୬ ବାଣିଜ୍ୟ ଛାତ୍ରୀଛାତ୍ର

କୋଦଳା,୨ା୩(ଡି.ଏନ୍‌.ଏ.): ଗୁରୁବାରଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଗତକାଲି ବିଜ୍ଞାନର ଥିଓରି ପରୀକ୍ଷା ଆରମ୍ଭ ହୋଇଥିଲା । ଗଞ୍ଜାମ କୋଦଳା ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜିଠୁ କଳା ଓ ବାଣିଜ୍ୟ ଛାତ୍ରୀଛାତ୍ର ପରୀକ୍ଷା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri