ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ ବର୍ଷା ଯାତ୍ରାକୁ ଫିକା ପକାଇ ମନ୍ଦିରର ସୌନ୍ଦର୍ଯ୍ୟକୁ ଧୋଇଦେଇଛି।

ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପହଣ୍ଡି କରାଯାଇ ଜଗନ୍ନାଥଙ୍କୁ ରଥାରୂଢ କରାଯାଇଥିଲା। ଏହାପରେ ଅପରାହ୍ନରେ ରଥଟଣା ହୋଇଥିଲା। ଏହାକୁ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଓ ମନ୍ଦିର ଉନ୍ନୟନ ପରିଷଦର ସଭ୍ୟ, ସେବାୟତ ଓ ସାହି ବାସିନ୍ଦା ପରିଚାଳନା କରିଥିବା ବେଳେ ସହରବାସୀ ସହଯୋଗ କରିଥିଲେ।

ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା,ଏନ୍‌ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର ଓ ଆଇଆଇସି କୁଳମଣି ସେଠୀଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ ଓ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିଥିଲେ। ଏହାସହ ବ୍ଲକର ପ୍ରତାପୁର, ଜଳେଶ୍ବର ଖଣ୍ଡି, କେଏନ୍‌ପୁର, ଆଛୁଲି, ଚିଙ୍ଗୁଡ଼ିଘାଇ, ଭାଟକୁମରଡ଼ା, ଶିକୁଳା, ସୁନାଥର, ଭୀମପୁର, ରାଇପୁର ଆଦି ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରାକୁ ଯାଇ ପ୍ରଶାସନିକ ଅଧିକାରୀମାନେ ତଦାରଖ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ଆର୍‌ଏସ୍‌ଏସ୍‌ ମୁଖ୍ୟ ଭୁଆଁ ବୁଲାଉଛନ୍ତି: ବିରୋଧୀ

ନୂଆଦିଲ୍ଲୀ,୩୧ା୮(ପି.ଟି.): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ…

ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାବେଳେ ବରଗଡ଼ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅତି ଭୟଙ୍କର ବର୍ଷା ହେବାର ଆଶଙ୍କା ଦେଖାଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri