ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ରଥ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିବା ପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ତିନି ଠାକୁର । ଚଳିତ ବର୍ଷ ବଡ଼, ଛୋଟ ଓ କୁନି ରଥ ଏହିଭଳି ତିନୋଟି ରଥ ଟଣା ଯାଉଥିବା ଦେଖିବାକୁ ମିଳିଥିଲା । କୁନି ରଥକୁ ସାନ ପିଲାମାନେ ଟାଣି ଟାଣି ମାଉସୀ ମା’ ମନ୍ଦିର ଠାରେ ପହଞ୍ଚାଇଥିଲେ । ବିଶିଷ୍ଟ ବ୍ୟବସାୟୀ ତଥା ଜଗନ୍ନାଥ ମନ୍ଦିର ପରିଚାଳନା ମୁଖ୍ୟ କାଙ୍ଗା ପଲାଇଙ୍କ ବର୍ଷକୁ ଥରେ ଅନୁଷ୍ଠିତ ଏହି ଗୁଣ୍ଡିଚା ଯାତ୍ରା ପାଇଁ ଗଞ୍ଜାମ ସହର ଚଲଚଞ୍ଚଳ ହୋଇ ଉଠିଥିଲା । ଜଗନ୍ନାଥଙ୍କ ପୂଜକ କାଳୁଚରଣ ଶତପଥୀ, ବରିଷ୍ଠ ସେବାୟତ ପ୍ରଭାକର ପାଣିଗ୍ରାହୀ, ବିଜୟ ପାଣିଗ୍ରାହୀ, ପ୍ରକାଶ ପାରିଛା,ବାଡ଼ଗ୍ରାହୀ ଦୀପକ ପଣ୍ଡା, ଯୁବ ସେବାୟତ ଅସ୍ମିତ ପଣ୍ଡା, ପପୁ ପଣ୍ଡା, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ସେବାୟତ ସହଯୋଗ କରୁଛନ୍ତି ।

ସେହିପରି ପୁରୁଣା ଜଗନ୍ନାଥ ମନ୍ଦିର ପୂଜକ କନ୍ଧ ଶତପଥୀଙ୍କ ନେତୃତ୍ୱରେ ରଥଯାତ୍ରା ପାଳିତ ହେଉଅଛି । ରଥଟଣା ବେଳେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଏବଂ ଆଇନ ଶୃଙ୍ଖଳା ନିମନ୍ତେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଥିଲା ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri