ଢେଙ୍କାନାଳ

ବିଦ୍ୟୁତ୍‌ ବିଭ୍ରାଟରୁ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ, ୨୬।୪ ଖରାରେ ସିଝୁଛି ଗାଁଠାରୁ ସହର। ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତିରେ ଜଳିପୋଡ଼ିଯାଉଛି ଦେହମୁଣ୍ଡ। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଗ୍ରୀଷ୍ମପ୍ରବାହ। ଅପରାହ୍ନ ୫ଟା ଯାଏ ଏଥିରୁ ମିଳୁନି ନିସ୍ତାର। ଆଭ୍ୟନ୍ତରୀଣ ଓଡ଼ିଶାରୁ ଉପକୂଳ। ଦକ୍ଷିଣରୁ ଉତ୍ତର…

କ୍ରଶର ବିରୋଧରେ ମେଳି

ଢେଙ୍କାନାଳ ଅଫିସ, ୨୫।୪: ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ପଞ୍ଚାୟତର କଷ୍ଟିପାଳ ଗ୍ରାମରେ ବେଆଇନ ଖଣି ଏବଂ କ୍ରଶର ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର ଆଦିବାସୀ। ସରକାର ପ୍ରଦାନ କରିଥିବା ଗୁଣ୍ଠିକିଆ ଜମି ହଡ଼ପ କରି ସେଠାରେ ବେଆଇନ ଭାବେ…

ତାତିରେ ଡହଳବିକଳ ହାତୀ

ଢେଙ୍କାନାଳ ଅଫିସ, ୨୪।୪: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଡହଳବିକଳ ହେଉଛି ସାରା ଓଡ଼ିଶା। ଝାଞ୍ଜି ସାଙ୍ଗକୁ ତତଲା ପବନ ଅଣନିଃଶ୍ୱାସୀ କରୁଛି। ରାଜ୍ୟରେ ପାରଦ ୪୫ ଟପିଲାଣି। ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି…

ମୁହଁ ଖୋଲିଲା ଆଞ୍ଚଳିକ ବିକାଶ ସମିତି

ଢେଙ୍କାନାଳ ଅଫିସ, ୨୩।୪ ଢେଙ୍କାନାଳ ପୌରାଞ୍ଚଳ ୧ନଂ. ଓ୍ବାର୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର ଅଞ୍ଚଳରେ ନିର୍ମିତ ଶ୍ମଶାନ, ପୋଖରୀ ଖନନ ଏବଂ ଜାଗା ମିଶନକୁ ନେଇ ଶୁକ୍ରବାର ସ୍ଥାନୀୟ ଆଞ୍ଚଳିକ ବିକାଶ ସମିତି କର୍ମକର୍ତ୍ତାମାନେ ମୁହଁ ଖୋଲିଛନ୍ତି। ସେମାନେ ଜାଗା ମିଶନ ପ୍ରକଳ୍ପ…

କପିଳାସ ଅଭୟାରଣ୍ୟରେ ହେବ ଓଭରପାସ୍‌

ଢେଙ୍କାନାଳ ଅଫିସ୍‌, ୨୩।୪: ତଳେ ଯିବ ଟ୍ରେନ୍‌। ଉପରେ ଓଭରପାସ୍‌ ରାସ୍ତାଦେଇ ଚଳପ୍ରଚଳ କରିବେ ହାତୀ। ଫଳରେ ହ୍ରାସ ପାଇବ ରେଳଧାରଣାରେ ଟ୍ରେନ୍‌ ଧକ୍କାଜନିତ ହାତୀମୃତ୍ୟୁ। ହାତୀ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲାର କପିଳାସ ଅଭୟାରଣ୍ୟରେ ଏଭଳି ଅଭିନବ ପ୍ରକଳ୍ପ କାମ…

ହାତ ଯୋଡ଼ିଲେ, ନେହୁରା ହେଲେ

ଢେଙ୍କାନାଳ ଅଫିସ, ୨୨।୪ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତ ଅଧୀନ ପଶାସିଂହ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ଛାତ୍ରୀଛାତ୍ରଙ୍କୁ ଅକଳରେ ପକାଉଥିବା ଏଭଳି ନିଷ୍ପତ୍ତିକୁ ବିରୋଧ…

ବ୍ରାହ୍ମଣୀ ତଟରେ ମେଣ୍ଟୁନି ଶୋଷ

ଭୁବନ, ୨୨।୪ ସହରଠାରୁ ଅନତି ଦୂରରେ ପ୍ରବାହିତ ହେଉଛି ବ୍ରାହ୍ମଣୀ। ଓଡ଼ିଶାର ଏହି ଦ୍ୱିତୀୟ ବୃହତ୍ତମ ନଦୀ ପରିପୁଷ୍ଟ କରୁଛି ଜନଜୀବନକୁ। ଏଠାରୁ ଟଣା ହୋଇଯାଉଥିବା ପାଣିରେ ଚାଲୁଛି ପଡ଼ୋଶୀ ଜିଲାର ଶତାଧିକ କମ୍ପାନୀ। ଅଥଚ ନଦୀକୂଳରେ ଥାଇ ପାଣି ମୁନ୍ଦାଏ…

ଚିକିତ୍ସିତ ହେଉଥିବା ହାତୀଛୁଆର ମୃତ୍ୟୁ

ଢେଙ୍କାନାଳ ଅଫିସ,୨୧ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଆଳୁସିଂ ଗ୍ରାମରେ ଗୁରୁବାର ସକାଳେ ବର୍ଷକର ଏକ ମାଈ ହାତୀଛୁଆର ମୃତ୍ୟୁ ଘଟିଛି। ହାତୀଛୁଆଟି ୨୦ ଦିନ ତଳେ ଅସୁସ୍ଥ ହୋଇ ବନ ବିଭାଗ ଦ୍ବାରା ଚିକିତ୍ସିତ ହେଉଥିଲା। ଖବର ପାଇ ସହକାରୀ…

ଏସ୍‌ପି କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଅଫିସ୍‌, ୨୧।୪: କନଷ୍ଟେବଳ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ମଧ୍ୟାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା, ଯାହା ଖାକିକୁ କରିଛି ବଦନାମ।…

ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କଲେ ମହିଳା

ଢେଙ୍କାନାଳ ଅଫିସ,୨୦।୪(ବ୍ୟୁରୋ): ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ହେଲେ ହିନ୍ଦୋଳ ବ୍ଲକ ବାଲିମିଥାନା ଦୁଦୁରକୋଟ ଗ୍ରାମର ଶୈଳବାଳା ସାମଲ। ଶୈଳବାଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ଉଦ୍ୟମ କରୁଥିଲା ବେଳେ…

ମାଟି ପାଇଁ ଏକାଠି: ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ବରିଷ୍ଠ ନାଗରିକ

ରାସୋଳ, ୨୦।୪(ଡି.ଏନ୍‌.ଏ.)-କିଏ ଭୋକିଲା ନ ରହୁ। ଦୂରେଇ ନ ଯାଉ ଶୈଶବରେ ଶିକ୍ଷାର ସ୍ବପ୍ନ। ପରିଣତ ବୟସରେ ପରିବାରରେ ଅବହେଳିତ ନ ହୁଅନ୍ତୁ ବୃଦ୍ଧାବୃଦ୍ଧ। ବୃଦ୍ଧାଶ୍ରମ ବଦଳରେ ଘରେ ମିଳୁ ସେମାନଙ୍କୁ ସେବାଯତ୍ନ। ମୌଳିକ ଅଧିକାରରୁ କେହି ବଞ୍ଚତ୍ତ ନ ହୁଅନ୍ତୁ।…

୨୨ରେ ମାଲ୍ୟଗିରି ମହୋତ୍ସବ: ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଖମାର,୨୦।୪(ଡି.ଏନ.ଏ.)- ପାଲଲହଡ଼ା ଉପଖଣ୍ଡରେ ୨୨ ତାରିଖରେ ହେବାକୁ ଥିବା ମାଲ୍ୟଗିରି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପାଲଲହଡ଼ା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମହୋତ୍ସବର ଅଧ୍ୟକ୍ଷ ତଥା ବିଧାୟକ ମୁକେଶ ପାଳ ଖବରଦାତାମାନଙ୍କୁ ଏ ନେଇ ସୂଚନା ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri