ଓଲଟିଲା ଯାତ୍ରାପାର୍ଟି ବସ୍‌, ୧୦ରୁ ଅଧିକ ଆହତ

କାମାକ୍ଷାନଗର,୧୨ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ମହାବିରୋଡ୍‌ ଫାଣ୍ଡି ଜରଡ଼ା ଘାଟିରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘାଟିରେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ‘ଜଗଦମ୍ବା’ ନାମକ ଯାତ୍ରା ପାର୍ଟି ବସ୍‌ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ କଳାକାରଙ୍କୁ ନେଇ କଙ୍କଡାହାଡ଼ରୁ ଗଡ଼ପଳାଶୁଣି ଯାତ୍ରା ପରିବେଷଣ କରିବାକୁ ଯାଉଥିଲା। ମାତ୍ର ଜରଡ଼ା ଘାଟି ନିକଟରେ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ ବିଜୟ ଦାସ,ଶିଶିର ସେଠୀ,ନରେନ୍ଦ୍ର ବେହେରା,ଶିବ ପ୍ରସାଦ ଦାସ,ସସ୍ମିତା ବେହେରା,ଆଶା ମଲ୍ଲିକ,ଯଦୁନାଥ ଜେନା,ମାନଗୋବିନ୍ଦ ଜେନା,ସୁଧୀର ଖିଲାର,ରିଙ୍କି ବେହେରା,ବିଜୟ ପ୍ରଧାନ ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ସ୍କ୍ରିନିଂ ବେଳେ୪ ଦିନ ହେବ ଶଟଡାଉନ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ମୁକାବିଲା ପାଇଁ ବୁଧବାର ଠାରୁ ସହରାଞ୍ଚଳରେ ଘରକୁ ଘର ବୁଲି ସ୍କ୍ରିନିଂ ଆରମ୍ଭ ହେବ। ସ୍କ୍ରିନିଂ ସମୟରେ ଆବଶ୍ୟକତାକୁ ଦେଖି...

ସର୍ବସାଧାରଣରେ ହୋଲି, ମେଳଣ ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆସନ୍ତା ୨୮ ଓ ୨୯ ତାରିଖରେ ରଙ୍ଗର ପର୍ବ ହୋଲି ପାଳନ ହେବ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟରେ...

ବରଗଡ଼ରେ ଚାଞ୍ଚଲ୍ୟ: ବିଚ ରାସ୍ତାରେ ହତ୍ୟା

ବରଗଡ଼ ଅଫିସ,୧୫।୧୦: ବରଗଡ଼ ସହର ବିଚ ରାସ୍ତା ଉପରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା...

ଭଡ଼ାଘରୁ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରସ୍ଥିତ ଏକ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଏକ ଗଳିତ ମୃତଦେହ ଉଦ୍ଧାର କରିଛି। ମୃତକ...

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଦମ୍ପତି

ସୁନାବେଡ଼ା,୨ା୧: କୋରାପୁଟ ଜିଲା ସୁନାବେଡ଼ା ମ୍ୟୁନିସିପାଲିଟି ଅଧୀନସ୍ଥ ପୋଲିସ କ୍ୟାମ୍ପରେ ରହୁଥିବା ସୁଧାକର ବିଶ୍ୱାଳ (୫୬) ଓ ତାଙ୍କର ସ୍ତ୍ରୀ ଚଞ୍ଚଳl ବିଶ୍ୱାଳ (୫୦) ବିଦ୍ୟୁତ...

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ସୁନ୍ଦରଗଡ଼ ଆଗରେ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ଶନିବାର ରାଜ୍ୟରେ ୧୧,୮୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

କଳକଳାଠାରୁ ଢେଙ୍କାନାଳ ସୀମାନ୍ତ ପୂର୍ଣ୍ଣଚନ୍ଦ୍ରପୁର ରାସ୍ତା: ୨ବର୍ଷ ଗଲାନି ୬କୋଟି ଟଙ୍କାର ରାସ୍ତା

ଯାଜପୁର ଅଫିସ,୩୦ା୯- ରାଜ୍ୟର ପର୍ଯ୍ୟଟନର ବିକାଶ ଓ ପ୍ରଚାରପ୍ରସାର ପାଇଁ ପଡୋଶୀ ଜିଲା ମଧ୍ୟରେ ସଡକ ଯୋଗାଯୋଗକୁ ଅଧିକ ଗୁରୁତ୍ୱ ଦିଆଯାଉଛି ା ଏହିକ୍ରମରେ ଯାଜପୁର...

ଆରମ୍ଭ ହେଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ:୫୦ ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର,୩।୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି। ୧ କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ...

Advertisement
Archives

Model This Week