ବିପଦରେ ବନ୍ୟଜୀବନ

ଢେଙ୍କାନାଳ ଅଫିସ୍‌, ୬ା୫ କପିଳାସ ଅଭୟାରଣ୍ୟ। ଏକଦା ଏହି ସଂରକ୍ଷିତ ଜଙ୍ଗଲ ଭର୍ତ୍ତି ହୋଇଥିଲା ନଭଶ୍ଚୁମ୍ବୀ ଦ୍ରୁମରେ। ପଡୁ ନ ଥିଲା ସୂର୍ଯ୍ୟକିରଣ। ଏଠାକାର ଥଣ୍ଡା ପରିବେଶ ପାଲଟିଥିଲା ବନ୍ୟପ୍ରାଣୀଙ୍କ ପାଇଁ ଭୂସ୍ବର୍ଗ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିଲା ସମଗ୍ର ଅଞ୍ଚଳ। ହେଲେ ଏବେ ଶିରୀ ହରାଇବାରେ ଲାଗିଛି ଏହି ଅଭୟାରଣ୍ୟ। ପତ୍ରଝଡ଼ା ସମୟରେ ବନାଗ୍ନି ମୂଲ୍ୟବାନ ବୃକ୍ଷରାଜିକୁ ଭୟଙ୍କର କ୍ଷତି ପହଞ୍ଚାଉଥିବାବେଳେ ଉଜୁଡ଼ା ଜଙ୍ଗଲ ପାଇଁ ଉତ୍ତପ୍ତ ହେବାରେ ଲାଗିଛି ପରିବେଶ। ଢେଙ୍କାନାଳ ଜିଲାର ଫୁସ୍‌ଫୁସ୍‌ ଭାବେ ପରିଚିତ ଉକ୍ତ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆ ନ ଗଲେ ଏହା ନିକଟ ଅତୀତରେ ବୁମେରାଂ ସାବ୍ୟସ୍ତ ହେବ ବୋଲି ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି।
କପିଳାସ ଅଭୟାରଣ୍ୟର ସୀମା କଟକ ଏବଂ ଯାଜପୁର ଜିଲା ଯାଏ ଲମ୍ବିଛି। ୧୨୫.୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ବିଶାଳକାୟ ବନାଞ୍ଚଳକୁ ୨୦୧୧ରେ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ହାତୀ, କଲରାପତରିଆ, ହରିଣ, ସମ୍ବର, ବାର୍‌ହା, ଭାଲୁ, ଠେକୁଆ, ଝିଙ୍କ ସମେତ ଅହିରାଜ, ଅଜଗର ଭଳି ବିଭିନ୍ନ ପ୍ରଜାତିର ସରୀସୃପଙ୍କ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି ଏହି ବିସ୍ତୀର୍ଣ୍ଣ ଜଙ୍ଗଲ। ତେବେ ଅଭୟାରଣ୍ୟ ଘୋଷଣା ପରେ ଏହାର ସୁରକ୍ଷା ଦିଗରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବନ ବିଭାଗ ନିଜର ସ୍ବଳ୍ପ କର୍ମଚାରୀଙ୍କୁ ନେଇ ସଂରକ୍ଷିତ ଜଙ୍ଗଲରେ ଅବାଧ ପ୍ରବେଶ ଏବଂ ଶିକାର ରୋକିବା ଲାଗି ଉଦ୍ୟମ ଜାରି ରହିଛି। ତେବେ ଜଙ୍ଗଲ ନିଅଁା ବ୍ୟାପିଲେ ଏହାକୁ ଆୟତ୍ତ କରିବା ଲାଗି ସଂଘର୍ଷ କରିବାକୁ ପଡୁଛି। ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ମାର୍ଚ୍ଚରୁ ଅଭୟାରଣ୍ୟରେ ଥିବା ବଡ଼ବଡ଼ ଶାଳଗଛ ପତ୍ରଝଡ଼ା ଦେଇଥିଲା। ଶୁଖିଲା ପତ୍ରରେ ନିଅଁା ଲାଗି ଜଙ୍ଗଲର କିଛି ଅଂଶ ଜଳିଯାଇଛି। ଏହି କାରଣରୁ ଢେଙ୍କାନାଳ-କପିଳାସ ରାସ୍ତାର ଦତ୍ତାତ୍ରେୟ ସାଇ ଆଶ୍ରମ ନିକଟ ଡାହାଣ ପାର୍ଶ୍ୱ ଜଙ୍ଗଲ ଉଜୁଡ଼ିଯାଇଛି। ଏହାର ପ୍ରଭାବରେ ପରିବେଶ ପୂର୍ବାପେକ୍ଷା ଉତ୍ତପ୍ତ ରହୁଛି, ଯାହା ବନ୍ୟଜୀବନକୁ ପ୍ରଭାବିତ କରୁଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସାଧାରଣତଃ ମାର୍ଚ୍ଚରେ ଅଭୟାରଣ୍ୟର ଶାଗୁଆନ ଗଛ ପତ୍ରଝଡ଼ା ଦେଇଥାନ୍ତି। ଶୁଖିଲା ପତ୍ରରେ ନିଅଁା ଲାଗିଯାଇଥାଏ। ଚଳିତବର୍ଷ ଦତ୍ତାତ୍ରେୟ ସାଇ ଆଶ୍ରମ ପରଠାରୁ ପ୍ରାୟ ୩-୪ ହେକ୍ଟର ଜଙ୍ଗଲରେ ନିଅଁା ଲାଗି କ୍ଷତିଗ୍ରସ୍ତ ହୋଇଛି। ମେ’ ମାସରେ ଗଛରେ ନୂଅଁାପତ୍ର କଅଁଳିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାପ ଜେନା ପାଇବେ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷର ଫେମ୍‌ ଇଣ୍ଡିଆ ପକ୍ଷରୁ ଶ୍ରେଷ୍ଠ...

ଏନ୍‌ଇଇଟି ପିଜି: ଆଜି ସରିବ ଆବେଦନ ସଂଶୋଧନ ପ୍ରତିକିୟା

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନ୍‌ଇଇଟି ପିଜି ୨୦୨୩ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ...

ଖାଲିପଡ଼ିଛି ମଙ୍ଗାଶାଳ

ବରଗଡ଼ ଅଫିସ୍‌, ୨୫ା୯: ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ବରଗଡ଼ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଦେଶ ତଥା ଦେଶ ବାହାରେ ଏଠାରେ ପ୍ରସ୍ତୁତ...

ନିଷିଦ୍ଧାଞ୍ଚଳରେ କୋର୍ଟ ବନ୍ଦ ନିଷ୍ପତ୍ତି ନେବେ ଜିଲାଜଜ୍‌

କଟକ ଅଫିସ,୨୩ା୭: ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି। ପରେ ଅନ୍ୟ କିଛି...

ପ୍ରଜାକୋର୍ଟରେ ଗୋଟିଏ ପରିବାରକୁ ଗାଁରୁ ବିତାଡ଼ିତ କଲେ ମାଓବାଦୀ

ଚିତ୍ରକୋଣ୍ଡା,୨୨ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି। ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ସନ୍ନ୍ୟାସୀଗୁଡ଼ା ଗ୍ରାମର ଗୋଟିଏ ପରିବାରକୁ ପ୍ରଜାକୋର୍ଟରେ...

ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଲଟିଛି ଭୂତକୋଠି

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ...

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ

ଜୟପୁର, ୧୬ା୧୦(ନି.ପ୍ର.): ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସୂଚନା ପାଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ପାତ୍ରପୁଟ ସ୍ଥିତ ତାଙ୍କ ଘରକୁ...

ରାଜଧାନୀରେ ରାତିର କର୍ଫ୍ୟୁ: ଚାରିଆଡ଼େ ଖୋଲାମେଲା

ଭୁବନେଶ୍ୱର, ୧୦।୫ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କର୍ଫ୍ୟୁ କରିଛି କମିଶନରେଟ ପୋଲିସ। ଏପରି କି...

Advertisement
Archives

Model This Week