ବିପଦରେ ବନ୍ୟଜୀବନ

ଢେଙ୍କାନାଳ ଅଫିସ୍‌, ୬ା୫ କପିଳାସ ଅଭୟାରଣ୍ୟ। ଏକଦା ଏହି ସଂରକ୍ଷିତ ଜଙ୍ଗଲ ଭର୍ତ୍ତି ହୋଇଥିଲା ନଭଶ୍ଚୁମ୍ବୀ ଦ୍ରୁମରେ। ପଡୁ ନ ଥିଲା ସୂର୍ଯ୍ୟକିରଣ। ଏଠାକାର ଥଣ୍ଡା ପରିବେଶ ପାଲଟିଥିଲା ବନ୍ୟପ୍ରାଣୀଙ୍କ ପାଇଁ ଭୂସ୍ବର୍ଗ। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠୁଥିଲା ସମଗ୍ର ଅଞ୍ଚଳ। ହେଲେ ଏବେ ଶିରୀ ହରାଇବାରେ ଲାଗିଛି ଏହି ଅଭୟାରଣ୍ୟ। ପତ୍ରଝଡ଼ା ସମୟରେ ବନାଗ୍ନି ମୂଲ୍ୟବାନ ବୃକ୍ଷରାଜିକୁ ଭୟଙ୍କର କ୍ଷତି ପହଞ୍ଚାଉଥିବାବେଳେ ଉଜୁଡ଼ା ଜଙ୍ଗଲ ପାଇଁ ଉତ୍ତପ୍ତ ହେବାରେ ଲାଗିଛି ପରିବେଶ। ଢେଙ୍କାନାଳ ଜିଲାର ଫୁସ୍‌ଫୁସ୍‌ ଭାବେ ପରିଚିତ ଉକ୍ତ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆ ନ ଗଲେ ଏହା ନିକଟ ଅତୀତରେ ବୁମେରାଂ ସାବ୍ୟସ୍ତ ହେବ ବୋଲି ପରିବେଶବିତ୍‌ମାନେ ସତର୍କ କରାଇଛନ୍ତି।
କପିଳାସ ଅଭୟାରଣ୍ୟର ସୀମା କଟକ ଏବଂ ଯାଜପୁର ଜିଲା ଯାଏ ଲମ୍ବିଛି। ୧୨୫.୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ ଏହି ବିଶାଳକାୟ ବନାଞ୍ଚଳକୁ ୨୦୧୧ରେ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ହାତୀ, କଲରାପତରିଆ, ହରିଣ, ସମ୍ବର, ବାର୍‌ହା, ଭାଲୁ, ଠେକୁଆ, ଝିଙ୍କ ସମେତ ଅହିରାଜ, ଅଜଗର ଭଳି ବିଭିନ୍ନ ପ୍ରଜାତିର ସରୀସୃପଙ୍କ ପ୍ରାକୃତିକ ଆବାସସ୍ଥଳୀ ପାଲଟିଛି ଏହି ବିସ୍ତୀର୍ଣ୍ଣ ଜଙ୍ଗଲ। ତେବେ ଅଭୟାରଣ୍ୟ ଘୋଷଣା ପରେ ଏହାର ସୁରକ୍ଷା ଦିଗରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବନ ବିଭାଗ ନିଜର ସ୍ବଳ୍ପ କର୍ମଚାରୀଙ୍କୁ ନେଇ ସଂରକ୍ଷିତ ଜଙ୍ଗଲରେ ଅବାଧ ପ୍ରବେଶ ଏବଂ ଶିକାର ରୋକିବା ଲାଗି ଉଦ୍ୟମ ଜାରି ରହିଛି। ତେବେ ଜଙ୍ଗଲ ନିଅଁା ବ୍ୟାପିଲେ ଏହାକୁ ଆୟତ୍ତ କରିବା ଲାଗି ସଂଘର୍ଷ କରିବାକୁ ପଡୁଛି। ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ମାର୍ଚ୍ଚରୁ ଅଭୟାରଣ୍ୟରେ ଥିବା ବଡ଼ବଡ଼ ଶାଳଗଛ ପତ୍ରଝଡ଼ା ଦେଇଥିଲା। ଶୁଖିଲା ପତ୍ରରେ ନିଅଁା ଲାଗି ଜଙ୍ଗଲର କିଛି ଅଂଶ ଜଳିଯାଇଛି। ଏହି କାରଣରୁ ଢେଙ୍କାନାଳ-କପିଳାସ ରାସ୍ତାର ଦତ୍ତାତ୍ରେୟ ସାଇ ଆଶ୍ରମ ନିକଟ ଡାହାଣ ପାର୍ଶ୍ୱ ଜଙ୍ଗଲ ଉଜୁଡ଼ିଯାଇଛି। ଏହାର ପ୍ରଭାବରେ ପରିବେଶ ପୂର୍ବାପେକ୍ଷା ଉତ୍ତପ୍ତ ରହୁଛି, ଯାହା ବନ୍ୟଜୀବନକୁ ପ୍ରଭାବିତ କରୁଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସାଧାରଣତଃ ମାର୍ଚ୍ଚରେ ଅଭୟାରଣ୍ୟର ଶାଗୁଆନ ଗଛ ପତ୍ରଝଡ଼ା ଦେଇଥାନ୍ତି। ଶୁଖିଲା ପତ୍ରରେ ନିଅଁା ଲାଗିଯାଇଥାଏ। ଚଳିତବର୍ଷ ଦତ୍ତାତ୍ରେୟ ସାଇ ଆଶ୍ରମ ପରଠାରୁ ପ୍ରାୟ ୩-୪ ହେକ୍ଟର ଜଙ୍ଗଲରେ ନିଅଁା ଲାଗି କ୍ଷତିଗ୍ରସ୍ତ ହୋଇଛି। ମେ’ ମାସରେ ଗଛରେ ନୂଅଁାପତ୍ର କଅଁଳିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?