ଦୋଷୀ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୮।୫: ବନ ବିଭାଗର ବିନା ଅନୁମତିରେ ରଥ ନିର୍ମାଣ ପାଇଁ କପିଳାସ ସଂରକ୍ଷିତ ଅଭୟାରଣ୍ୟରୁ ଧଉରା ଗଛ କାଟି ଅଡୁଆରେ ପଡ଼ିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗ। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେବା ପରେ ବିଭାଗୀୟ ଅଧିକାରୀ ଖୋଳତାଡ଼ ଆରମ୍ଭ କରିଛନ୍ତି।
ଢେଙ୍କାନାଳର ଐତିହାସିକ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ କରାଯିବା ନିୟମ ରହିଛି। ତେବେ ଏହାର ଦୁଇଦିନ ପୂର୍ବରୁ ଦେବୋତ୍ତର ବିଭାଗ ଅଖ ନିର୍ମାଣ ପାଇଁ ଯୋଗାଡ଼ କରିଥିବା ୨ଟି ଧଉରାକାଠକୁ ବନ ବିଭାଗ ଜବତ କରିଥିଲା। ବନ ବିଭାଗ ଅଧିକାରୀଙ୍କ ବିନା ଅନୁମତିରେ କପିଳାସ ଅଭୟାରଣ୍ୟରୁ ଏହାକୁ କଟାଯାଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଦାୟିତ୍ୱହୀନତା ପାଇଁ ନିନ୍ଦିତ ହୋଇଥିଲା ଦେବୋତ୍ତର ବିଭାଗ। ରଥକାଠ ସଂଗ୍ରହ ଏକ ମିଳିତ ପ୍ରକ୍ରିୟା। ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ବନ ବିଭାଗ ମଧ୍ୟରେ ଏଥିଲାଗି ପୂର୍ବରୁ ଆଲୋଚନା ହେବା କଥା। ଏହାପରେ ଅନୁମତି ନିଆଯାଇ ନିର୍ଦ୍ଧାରିତ ସ୍ଥାନରୁ ଧଉରା କାଠ ସଂଗ୍ରହ କରାଯାଇଥାଏ। ତେବେ ଦେବୋତ୍ତର ବିଭାଗ ଏଥିରେ ଖିଲାପ କରିଛି। ତେଣୁ ଏହାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ କପିଳାସ ରେଞ୍ଜ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ରାଜରାଜୁଡ଼ା ଅମଳର ଐତିହାସିକ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗର ପ୍ରସ୍ତୁତି ଯେ ସନ୍ତୋଷଜନକ ନୁହେଁ, ତାହା ଧଉରା କାଠ ଜବତ ଘଟଣାରୁ ସ୍ପଷ୍ଟ ହୋଇଛି। କରୋନା ସଂକ୍ରମଣ ପାଇଁ ଦୀର୍ଘ ୨ବର୍ଷ ହେଲା ବନ୍ଦ ଥିବା ରଥଯାତ୍ରାକୁ ଆଡମ୍ବର ସହକାରେ ଆୟୋଜନ କରିବାକୁ ଜଗନ୍ନାଥପ୍ରେମୀ ଚାହିଁ ବସିଥିବାବେଳେ ରଥ ଅନୁକୂଳ ଦିନ ପରମ୍ପରା ଭଙ୍ଗ ହୋଇଛି। ବନ ବିଭାଗ କାଠ ଜବତ କରିବା ପରେ ଏକ ସ’ ମିଲ୍‌ରୁ କାଠ କିଣି ଦେବୋତ୍ତର ବିଭାଗ କାମ ଚଳାଇଥିଲା, ଯାହାକୁ ସହରର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri