ଦୋଷୀ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୮।୫: ବନ ବିଭାଗର ବିନା ଅନୁମତିରେ ରଥ ନିର୍ମାଣ ପାଇଁ କପିଳାସ ସଂରକ୍ଷିତ ଅଭୟାରଣ୍ୟରୁ ଧଉରା ଗଛ କାଟି ଅଡୁଆରେ ପଡ଼ିଛି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗ। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେବା ପରେ ବିଭାଗୀୟ ଅଧିକାରୀ ଖୋଳତାଡ଼ ଆରମ୍ଭ କରିଛନ୍ତି।
ଢେଙ୍କାନାଳର ଐତିହାସିକ ରଥଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ କରାଯିବା ନିୟମ ରହିଛି। ତେବେ ଏହାର ଦୁଇଦିନ ପୂର୍ବରୁ ଦେବୋତ୍ତର ବିଭାଗ ଅଖ ନିର୍ମାଣ ପାଇଁ ଯୋଗାଡ଼ କରିଥିବା ୨ଟି ଧଉରାକାଠକୁ ବନ ବିଭାଗ ଜବତ କରିଥିଲା। ବନ ବିଭାଗ ଅଧିକାରୀଙ୍କ ବିନା ଅନୁମତିରେ କପିଳାସ ଅଭୟାରଣ୍ୟରୁ ଏହାକୁ କଟାଯାଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଦାୟିତ୍ୱହୀନତା ପାଇଁ ନିନ୍ଦିତ ହୋଇଥିଲା ଦେବୋତ୍ତର ବିଭାଗ। ରଥକାଠ ସଂଗ୍ରହ ଏକ ମିଳିତ ପ୍ରକ୍ରିୟା। ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ବନ ବିଭାଗ ମଧ୍ୟରେ ଏଥିଲାଗି ପୂର୍ବରୁ ଆଲୋଚନା ହେବା କଥା। ଏହାପରେ ଅନୁମତି ନିଆଯାଇ ନିର୍ଦ୍ଧାରିତ ସ୍ଥାନରୁ ଧଉରା କାଠ ସଂଗ୍ରହ କରାଯାଇଥାଏ। ତେବେ ଦେବୋତ୍ତର ବିଭାଗ ଏଥିରେ ଖିଲାପ କରିଛି। ତେଣୁ ଏହାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ କପିଳାସ ରେଞ୍ଜ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ରାଜରାଜୁଡ଼ା ଅମଳର ଐତିହାସିକ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗର ପ୍ରସ୍ତୁତି ଯେ ସନ୍ତୋଷଜନକ ନୁହେଁ, ତାହା ଧଉରା କାଠ ଜବତ ଘଟଣାରୁ ସ୍ପଷ୍ଟ ହୋଇଛି। କରୋନା ସଂକ୍ରମଣ ପାଇଁ ଦୀର୍ଘ ୨ବର୍ଷ ହେଲା ବନ୍ଦ ଥିବା ରଥଯାତ୍ରାକୁ ଆଡମ୍ବର ସହକାରେ ଆୟୋଜନ କରିବାକୁ ଜଗନ୍ନାଥପ୍ରେମୀ ଚାହିଁ ବସିଥିବାବେଳେ ରଥ ଅନୁକୂଳ ଦିନ ପରମ୍ପରା ଭଙ୍ଗ ହୋଇଛି। ବନ ବିଭାଗ କାଠ ଜବତ କରିବା ପରେ ଏକ ସ’ ମିଲ୍‌ରୁ କାଠ କିଣି ଦେବୋତ୍ତର ବିଭାଗ କାମ ଚଳାଇଥିଲା, ଯାହାକୁ ସହରର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri