ଅମାନିଆ ଚାଳକ ଛାନିଆଁ

ଢେଙ୍କାନାଳ ଅଫିସ, ୮।୫: ଦ୍ରୁତଗତିରେ ବାଇକ୍‌ ଚଳାଇ ସହରର ଗଳିକନ୍ଦିରେ ଆତଙ୍କ ସୃଷ୍ଟି କରୁଥିବା ଅମାନିଆ ଚାଳକଙ୍କ ପ୍ରତି କଠୋର ହୋଇଛି ଢେଙ୍କାନାଳ ଜିଲା ପୋଲିସ। ଆଇନ ଉଲ୍ଲଂଘନ କରି ଗାଡ଼ିଚାଳନା କରୁଥିବା ଏଭଳି ବାଇକ୍‌ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋର୍‌ଦାର କରାଯାଇଛି ଧରପଗଡ଼ ଅଭିଯାନ। ଶନିବାର ସନ୍ଧ୍ୟାରେ ଟାଉନ ଥାନା ପୋଲିସ ପକ୍ଷରୁ ଯାଞ୍ଚ ବେଳେ ତୀବ୍ର ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ଲଗାଯାଇଥିବା ୫ ଗାଡ଼ି ଜବତ ଧରାପଡ଼ିଛି। ସେହିପରି ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଅଭିଯୋଗରେ ୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।
ସହରରେ ଅମାନିଆ ବାଇକ୍‌ ଚାଳକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। କେତେଜଣ ଯୁବକ ବାଇକ୍‌ ଢାଞ୍ଚାରେ ପରିବର୍ତ୍ତନ କରି ତୀବ୍ର ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଲଗାଉଛନ୍ତି। ଜନଗହଳିପୂର୍ଣ୍ଣ ରାସ୍ତାରେ ଦ୍ରୁତଗତିରେ ବାଇକ୍‌ ଚଳାଇ ପଥଚାରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ ଶାନ୍ତି ବ୍ୟାହତ ହେଉଛି। ସ୍ବାସ୍ଥ୍ୟଜନିତ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଏଭଳି ଉଚ୍ଚ ଶବ୍ଦ ସମସ୍ୟା ବଢ଼ାଉଛି। ବିଶେଷ କରି ସନ୍ଧ୍ୟା ସମୟରେ ଏଭଳି ଉଚ୍ଚ ଶବ୍ଦ କରି ବାଇକ୍‌ ଚଳାଇବା ଯୋଗୁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏ ନେଇ କେତେଜଣ ବୁଦ୍ଧିଜୀବୀ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ଜବାହରଚୌକ ସମେତ ସହରର ବିଭିନ୍ନ ଅଞ୍ଚଳରେ ନାକାବନ୍ଦୀ କରି ଯାଞ୍ଚ ଜାରି ରଖିଛନ୍ତି। ଏଥିସହ ନିଶା ସେବନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା ଲାଗି ‘ଡ୍ରଙ୍କ୍‌ ଆଣ୍ଡ୍‌ ଡ୍ରାଇଭ’ ଅଭିଯାନ ଜୋର୍‌ଦାର କରାଯାଇଛି। ଆଗାମୀ ଦିନରେ ସହର ଭିତରେ ଏଭଳି ଯାଞ୍ଚ ନିୟମିତ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ରାଜଭବନ ଘେରିବ କଂଗ୍ରେସ

ଢେଙ୍କାନାଳ ଅଫିସ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଜପା ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି ବୋଲି ଗୁରୁବାର...

ହାତୀ ଉପରକୁ ୨୩ ରାଉଣ୍ଡ ଗୁଳି ଚଳାଇ ଦାନ୍ତ ନେଇଗଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ,୧୧।୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କନ୍ଧାରା ରିଜର୍ଭ ଫରେଷ୍ଟରେ ବନକର୍ମଚାରୀଙ୍କ ଉପରକୁ ଗୁରୁବାର ୨୩ ରାଉଣ୍ଡ ଗୁଳି ମାଡ଼ କରି ୧୦ରୁ ୧୫...

କାନ୍ଧ ସହ ମିଶାଇଲେ କାନ୍ଧ

ଢେଙ୍କାନାଳ ଅଫିସ, ୮।୧ କେନ୍ଦ୍ରାପଡ଼ାରେ ଘର। ରହୁଥିଲେ ଢେଙ୍କାନାଳରେ। ରୋଗରେ ପଡ଼ିଲେ। ଟାଣି ନେଇଗଲା ମୃତ୍ୟୁ। ହେଲେ ଦୁଃଖ ଏତିକିରେ ସରିଲାନି। କରୋନା ଭୟରେ ଡାକ୍ତରଖାନାରୁ...

ସମସ୍ତ ଆସନରେ ପ୍ରାର୍ଥୀ ଦେବ ଏଏପି

ଢେଙ୍କାନାଳ ଅଫିସ, ୪।୧୧: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦେବ। ଢେଙ୍କାନାଳସ୍ଥିତ ଦଳୀୟ ଜିଲା...

ଛୁଆ ହାତୀର ମୃତ ଦେହ ଉଦ୍ଧାର, ହାତୀ ପଲଙ୍କ ଆକ୍ରମଣରେ ମୃତ୍ୟୁ ସନ୍ଦେହ

ପରଜଙ୍ଗ,୨୪।୧୦(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଡମୋଳ ଗାଁ ନିକଟ ଧାନ ବିଲରୁ ଗୁରୁବାର ଏକ ଛୁଆ ହାତୀର ମୃତଦେହକୁ...

ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ

ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା...

ଶିକ୍ଷାନୁଷ୍ଠାନ ପୃଥକୀକରଣ ପ୍ରସ୍ତୁତି

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲାରେ ପ୍ରସ୍ତାବିତ ଶିକ୍ଷାନୁଷ୍ଠାନ ପୃଥକୀକରଣ କାର୍ଯ୍ୟ ଲାଗି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଜିଲା ସଦ୍‌ଭାବନା...

ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ...

Advertisement
Archives

Model This Week