ଆଶ୍ୱସ୍ତି ଆଣିଲା ଅଦିନିଆ ବର୍ଷା

ଢେଙ୍କାନାଳ ଅଫିସ, ୬ା୫ ପାଖାପାଖି ୧୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଥିବା ଢେଙ୍କାନାଳ ଜିଲାବାସୀଙ୍କୁ ଗୁରୁବାର ମିଳିଛି ସାମାନ୍ୟ ଆଶ୍ୱସ୍ତି। କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ ପ୍ରାୟ ୩ଘଣ୍ଟା ଧରି ହୋଇଥିବା ପ୍ରବଳ ଝଡ଼ବର୍ଷା ପରିବେଶକୁ ଶୀତଳ କରିଛି। ତା’ସାଙ୍ଗକୁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି।
ଢେଙ୍କାନାଳ ସହରରେ ସକାଳୁ ପାଗ ମେଘୁଆ ରହିଥିଲା। ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୧ ଡିଗ୍ରୀରେ ସୀମିତ ରହିଥିଲା। ତେବେ ଅପରାହ୍ନ ୪ଟାରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟିଆସିବା ସହ ପାଗ ବଦଳିଥିଲା। ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ପ୍ରାୟ ଦୁଇଘଣ୍ଟା ଧରି ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ ତାପମାତ୍ରା ସହିତ ଗୁଳୁଗୁଳି ହ୍ରାସ ପାଇଛି। ଗରମ ପବନରେ ସନ୍ତୁଳି ହେଉଥିବା ସହରବାସୀଙ୍କୁ ଆଶ୍ୱସ୍ତି ମିଳିଛି।
ତେବେ ଝଡ଼ବର୍ଷାରେ କୁଞ୍ଜକାନ୍ତ, ବାଜିଚୌକ ସମେତ ବିଭିନ୍ନ ସ୍ଥାନରେ ଗଛଡ଼ାଳ ଭାଙ୍ଗିପଡ଼ିଛି। ଗଛ ମଧ୍ୟ ଉପୁଡ଼ିଛି। କେତେକ ସ୍ଥାନରେ ଆଜ୍‌ବେଷ୍ଟସ୍‌, ଟିଣଛପର ଏବଂ ଚାଳଘର ଭାଙ୍ଗିଯାଇଛି। ତେବେ ବଡ଼ ଧରଣର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଅପରପକ୍ଷେ ଝଡ଼ବର୍ଷା ଯୋଗୁ ଦୀର୍ଘ ୩ଘଣ୍ଟା ଧରି ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଥିଲା। ବର୍ଷା କମିବା ପରେ ଏହା ସ୍ବାଭାବିକ ହୋଇଛି। ସେହିପରି ଭୁବନ, କାମାକ୍ଷାନଗର, କଙ୍କଡ଼ାହାଡ଼ ସମେତ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri