ଢେଙ୍କାନାଳ

ମା’ଙ୍କ ସେବାରେ ମୁସଲମାନ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୩।୧୦: ଅଶିଣର ହାଲୁକା ହାଲୁକା ଶୀତରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ଦେବୀ। ଲକ୍ଷ୍ମୀ ଠାକୁରାଣୀଙ୍କ ଆଗମନରେ ଏକାକାର ସମଗ୍ର ସହର। ନାହିଁ ଜାତି, ଧର୍ମର ବାଛବିଚାର କି ଧନୀ ଦରିଦ୍ରର ପାର୍ଥକ୍ୟ। ସିନ୍ଧୁସୂତାଙ୍କ ଆବାହନରେ ହିନ୍ଦୁ, ମୁସଲ୍‌ମାନ,…

କମନୀୟ କଳାକୁଞ୍ଜ

ଢେଙ୍କାନାଳ ଅଫିସ, ୧୧।୧୦: ଭାଇଚାରା ଏବଂ ପରମ୍ପରାକୁ ନେଇ ସମୃଦ୍ଧ ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜାରେ ଅନ୍ୟତମ ଆକର୍ଷଣ ସାଜିଛି କଳାକୁଞ୍ଜ ଏବଂ ବିଭିନ୍ନ ମୁଦ୍ରାରେ ବିରାଜମାନ କରିଥିବା ଦେବଦେବୀଙ୍କ ମୃଣ୍ମୟୀ ପ୍ରତିମା। କିମିଆ କରୁଛି ପୌରାଣିକ କଥାବସ୍ତୁ ଆଧାରରେ ପେଣ୍ଡାଲରେ ହୋଇଥିବା…

ଦକ୍ଷତାକୁ ମିଳିବ ନୂଆ ଦିଶା

ଅନୁଗୋଳ ଅଫିସ, ୧୨।୧୦: ବଳିଷ୍ଠ ହେବ ବିଦ୍ୟାଳୟ କ୍ରୀଡ଼ା ଭିତ୍ତିଭୂମି। ପିଲାଙ୍କ ଖେଳ ଦକ୍ଷତାକୁ ମିଳିବ ନୂଆ ଦିଶା। ଫିଫା ସହଯୋଗରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ପ୍ରତିଭାବାନ ଶିକ୍ଷାର୍ଥୀଙ୍କ କ୍ରୀଡ଼ା କ୍ୟାରିୟରକୁ ଦେବ ମହତ୍ତ୍ୱପୂର୍ଣ୍ଣ…

ନ୍ୟାୟ ଦାବିରେ ଥାନା ଘେରାଉ

ସାତମାଇଲ, ୧୧।୧୦(ଡି.ଏନ୍‌.ଏ.): ହିନ୍ଦୋଳ ବ୍ଲକ ବାଲିମୀସ୍ଥିତ କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଏଜେଣ୍ଟ ତଥା ଖୋର୍ଦ୍ଧା ଜିଲା ମୁକ୍ତାପୁର ଅଞ୍ଚଳର ଅଜିତ ମହାପାତ୍ର (୨୪)ଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ଖୋଲୁନାହିଁ। ପୁଅର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ…

ଚମକ ଭରିଛି ଚାନ୍ଦିମେଢ଼

ଢେଙ୍କାନାଳ ଅଫିସ, ୧୧।୧୦ (ରତନ ନାୟାର): ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ପବିତ୍ର କୁମାରପୂର୍ଣ୍ଣିମା ରାତିରେ ଧରାବତରଣ କରିଛନ୍ତି ଧନଦାତ୍ରୀ। ବେଦମନ୍ତ୍ର ଧ୍ୱନିରେ ମଣ୍ଡପରେ ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଆକର୍ଷଣ ସାଜିଛି ମା’ଙ୍କ ସୁବର୍ଣ୍ଣ ଆଭୂଷଣ।…

‘ନୃତ୍ୟସଙ୍ଗୀତରେ ରହିଛନ୍ତି ଭଗବାନ’

ଢେଙ୍କାନାଳ ଅଫିସ, ୧୧।୧୦: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ ସଙ୍ଗୀତ ମହାବିଦ୍ୟାଳୟ’ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ୩୭ତମ କୁମାରୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଗଣେଶୀ ଲାଲ୍‌ କହିଲେ, ଯେତେବେଳେ ଛୋଟ…

ଗର୍ଭଯନ୍ତ୍ରଣାରେ ୨ କି.ମି. ଚାଲିଲେ

କାମାକ୍ଷାନଗର,୧୦।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର କାନ୍ତୋଲ ପଞ୍ଚାୟତର ଉପାନ୍ତ ଏକୁଲରେ ବଦଳୁନାହିଁ ଜନନୀ ଯନ୍ତ୍ରଣାର ଚିତ୍ର। ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ସମ୍ପୃକ୍ତ ଗଁାକୁ ସବୁଦିନିଆ ସଡ଼କ ନିର୍ମାଣ ହୋଇପାରିନାହିଁ। ଫଳରେ…

‘ବୈଶାଖୀ ବାଣିଜ୍ୟ ମେଳା’

ଢେଙ୍କାନାଳ ଅଫିସ, ୧୦।୧୦: ଢେଙ୍କାନାଳ ଜୁବିଲି ଟାଉନ ବଜାରସ୍ଥିତ ମହିଷାପାଟ ଛକ ନିକଟରେ ରବିବାର ସନ୍ଧ୍ୟାରେ ‘ବୈଶାଖୀ ବାଣିଜ୍ୟ ମେଳା’ ଉଦ୍‌ଘାଟିତ ହୋଇଛି। ମେଳା ପରିସରରେ ୧୨୫ ଷ୍ଟଲ୍‌ ଖୋଲାଯାଇଛି। ୨୦୦ଟଙ୍କାର ମସଲା କିଣିଲେ ବିଭିନ୍ନ ପୁରସ୍କାର ରହିଛି। ସେହିପରି ମେଳାରେ…

ଓଲଟିଲା ଯାତ୍ରୀବାହୀ ବସ୍‌

ପରଜଙ୍ଗ,୯ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ରୋନି ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିଲା। ଏହି ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିବା…

ଅଧ୍ୟବସାୟ ଆଗରେ ହାରିଲା ଅନଟନ

ପରଜଙ୍ଗ, ୯।୧୦(ଡି.ଏନ୍‌.ଏ.): ବାପା ଦିନ ମଜୁରିଆ। ସାରା ଦିନ କଟେ ହାଡ଼ଭଙ୍ଗା ପରିଶ୍ରମରେ। ସଂସାର ରଥକୁ ଚଳାଇ ନେବାକୁ ମା’ଙ୍କର ଅବଦାନ ବି କମ୍‌ ନୁହେଁ। ରାତି ପାହିଲେ ସଫା କରନ୍ତି ଗଁା ଲୋକଙ୍କ କୁଢ଼କୁଢ଼ ମଇଳା ଲୁଗାପଟା। ଅଭାବୀ ଜୀବନକୁ…

ଆଜି ଧନଦାତ୍ରୀଙ୍କ ଧରାବତରଣ

ଢେଙ୍କାନାଳ ଅଫିସ, ୯।୧୦: ମଣ୍ଡପରେ ସରିଛି ସାଜସଜ୍ଜା। ଶେଷସ୍ପର୍ଶ ପରେ ଦାଉଦାଉ ହୋଇ ଝଟକୁଛନ୍ତି ମା’ ପଦ୍ମାଳୟାଙ୍କ ମୃଣ୍ମୟୀ ପ୍ରତିମା। ପାରମ୍ପରିକ ନୀତି ଅନୁଯାୟୀ ଜୀବନ୍ୟାସ ପରେ ଧରାବତରଣ କରିବେ ଧନଦାତ୍ରୀ। ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା କୁ ଆଉ ମାତ୍ର କେଇଘଣ୍ଟା…

ଜଣା ଗାଡ଼ି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୧୦: ଢେଙ୍କାନାଳ ଜିଲା କଣ୍ଟା ବଣିଆ ଥାନା ଅଞ୍ଚଳର ୫୫ ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୩ ଗାଈ, ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?