ଚାନ୍ଦିମେଢ଼, ଦହିପଖାଳ ଆକର୍ଷଣ

ଢେଙ୍କାନାଳ ଅଫିସ, ୧୫ା୧୦: ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନର ପ୍ଲାଟିନମ୍‌ ଜୁବିଲି ସମାରୋହର ଶୁକ୍ରବାର ଥିଲା ୫ମ ସନ୍ଧ୍ୟା। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ କହିଲେ, ଘାତ ପ୍ରତିଘାତ ମଧ୍ୟରେ ଏକ ପୂଜା ପ୍ରତିଷ୍ଠାନ ୭୫ ବର୍ଷ ପୂର୍ତ୍ତି ପାଳନ କରିବା ପ୍ରଶଂସନୀୟ। ସମସ୍ତ ସଦସ୍ୟଙ୍କ ଉଦ୍ୟମରେ କରାଯାଉଥିବା ଦହିପଖାଳ ସାଙ୍ଗକୁ ଚାନ୍ଦିମେଢ଼ ଚିତ୍ତାକର୍ଷକ ହୋଇଛି। ପୂଜା ପ୍ରତିଷ୍ଠାନ ସଫଳତାର ସହ ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ବୋଲି ସେ ଆଶାବ୍ୟକ୍ତ କରି ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍‌ ପ୍ରଦ୍ୟୁମ୍ନ ରଥ ଲକ୍ଷ୍ମୀପୂଜାର ମହନୀୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗଣେଶ ବଜାର ପୂଜା କମିଟି ସମ୍ପାଦକ ବିଶ୍ୱନାଥ ବେହେରା, କାଉନ୍‌ସିଲର ଲକ୍ଷ୍ମୀପ୍ରିୟା ଦଳେଇ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲଙ୍କ ସଭାପତିତ୍ୱରେ କାର୍ଯ୍ୟକାରୀ ସଭାପତି ପ୍ରଭାକର ବେହେରା, ସାଧାରଣ ସମ୍ପାଦକ ରବିନାରାୟଣ ବେହେରା, ସଂଯୋଜକ ପଦ୍ମଭୂଷଣ ସାହୁ, ଯୁଗ୍ମ ସମ୍ପାଦକ ସତ୍ୟସ୍ବରୂପ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟନାରାୟଣ କର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବିକଳ ଚିତ୍ର: ସ୍ବାସ୍ଥ୍ୟସେବା ସମୁଦ୍ରକୁ ଶଙ୍ଖେ

କାମାକ୍ଷାନଗର, ୨୫।୧୦(ଡି.ଏନ୍‌.ଏ.)-ବିଗିଡ଼ିଯାଇଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା। ମେଡିକାଲ ଭିତରକୁ ପଶିବା କ୍ଷଣି ଶୁଣିବାକୁ ମିଳୁଛି କେବଳ ‘ନାହିଁ’। ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଥିବାବେଳେ...

ରାଶନ ବିତରଣ କେନ୍ଦ୍ରରେ ଦର ତାଲିକା ନ ଲାଗିବା ନେଇ ଅସନ୍ତୋଷ

ଚୌଦ୍ୱାର,୩୦ା୫(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକାର ୧୯ଟି ଓ୍ବାର୍ଡରେ ୧୭ଟି ବିତରଣ କେନ୍ଦ୍ର ଥିବାବେଳେ କୌଣସି କେନ୍ଦ୍ରରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ବିଭିନ୍ନ ଖାଉଟି...

ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣା: ଥାନାରେ ଏତଲା

କେନ୍ଦୁଝର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନାରେ ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଶନିବାର ଥାନାରେ ଏତଲା ଦିଆଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ କ୍ୟାମେରା ମ୍ୟାନ୍‌ ତନ୍ମୟ କୁମାର...

ଯାଜପୁର ମୁଖ୍ୟ ଚିକିତ୍ସାଳୟ: ଅଟୋରିକ୍ସା ଦ୍ୱାରା ଅବରୋଧ ହେଉଛି ପ୍ରବେଶ ଦ୍ୱାର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରବେଶଦ୍ୱାରରେ କେତେକ ଅଟୋ ନିୟମିତ ଭାବେ ପାର୍କିଂ କରିବା...

ବହୁ ତଳିଆ ଗାଁ ଜଳବନ୍ଦୀ

କେନ୍ଦୁଝର,୧୫ା୮ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଲଘୁଚାପଜନିତ ବର୍ଷା ଯୋଗୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଅନେକ ଗ୍ରାମ, ବସ୍ତି, ଓ୍ବାର୍ଡ ଜଳବନ୍ଦୀ ହୋଇଛି। ତେବେ ଏନେଇ ପ୍ରଶାସନ...

ସୁମିତ-ତପସ୍ବିନୀ ମାମଲା, ପ୍ରଥମ କାଉନସେଲିଂ ସଫଳ

କଟକ ଅଫିସ,୯।୪: ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାର ଶୁଣାଣି କରି...

ପାରିବାରିକ କଳହର ପରିଣତି: ସାବତ ମା’ଙ୍କୁ ହତ୍ୟାକଲା ପୁଅ

ମାଲକାନଗିରି, ୩।୧୦(ଡି.ଏନ୍‌.ଏ.): କ୍ରୋଧ ବ୍ରହ୍ମଚଣ୍ଡାଳ। ରାଗର ବଶବର୍ତ୍ତୀ ହେଇ ମଣିଷ ନିଜର ହିତାହିତ ଜ୍ଞାନ ହରାଇ କିପରି ଅଭାବନୀୟ କାଣ୍ଡ କରିବସେ ମାଲକାନଗିରି ଜିଲା ସଦର...

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଢାଳିଲେ ଚାଷୀ

କେନ୍ଦୁଝର,୧୯।୧(ସ୍ବ.ପ୍ର.): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଶତାଧିକ କୃଷକ ଧାନ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଣ୍ଡିରେ ଧାନ ବିକ୍ରିର ଅବ୍ୟବସ୍ଥା, ମିଲର୍ସଙ୍କୁ ଅନୁକମ୍ପା,ମଣ୍ଡିରେ...

Advertisement
Archives

Model This Week