ମା’ଙ୍କ ସେବାରେ ମୁସଲମାନ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୩।୧୦: ଅଶିଣର ହାଲୁକା ହାଲୁକା ଶୀତରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ଦେବୀ। ଲକ୍ଷ୍ମୀ ଠାକୁରାଣୀଙ୍କ ଆଗମନରେ ଏକାକାର ସମଗ୍ର ସହର। ନାହିଁ ଜାତି, ଧର୍ମର ବାଛବିଚାର କି ଧନୀ ଦରିଦ୍ରର ପାର୍ଥକ୍ୟ। ସିନ୍ଧୁସୂତାଙ୍କ ଆବାହନରେ ହିନ୍ଦୁ, ମୁସଲ୍‌ମାନ, ଖ୍ରୀଷ୍ଟିଆନ, ଶିଖ୍‌ ସମେତ ସବୁ ସମ୍ପ୍ରଦାୟ ବ୍ୟସ୍ତ ଓ ବ୍ୟଗ୍ର। ଭାଇଚାରାର ସମୃଦ୍ଧ ପରମ୍ପରା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜାରେ ଏଭଳି ଦୃଶ୍ୟ ସାରା ଜଗତ ପାଇଁ ସୃଷ୍ଟି କରିଛି ବିରଳ ଉଦାହରଣ।

ଢେଙ୍କାନାଳରେ ବର୍ଷ ବର୍ଷ ଧରି ହିନ୍ଦୁ ଏବଂ ମୁସଲ୍‌ମାନ୍‌ ସମ୍ପ୍ରଦାୟର ଏକତ୍ର ସହବସ୍ଥାନର ମଧୁର ପ୍ରତିଫଳନ ଦେଖିବାକୁ ମିଳିଛି ସହରୀ ସଭ୍ୟତାର ସାମାଜିକ ଚଳଣି ଏବଂ ସାଂସ୍କୃତିକ ବିକାଶରେ। ବିଶେଷ କରି ୮୦ ବର୍ଷ ପୁରାତନ ଲକ୍ଷ୍ମୀପୂଜାରେ ଏହା ବାରି ହୋଇପଡ଼େ। ମୁମ୍ବାଇର ଗଣେଶ ପୂଜା, କଟକର ଦଶହରା ଭଳି ଗଣପର୍ବ ଲକ୍ଷ୍ମୀପୂଜାରେ ଭେଦଭାବ ଭୁଲି ଏକାକାର ହୋଇଯାଆନ୍ତି ସବୁ ସମ୍ପ୍ରଦାୟର ଲୋକେ। ସହରର ୩୮ ପୂଜା ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟ ୧୦ଟିରେ ମୁସଲ୍‌ମାନ ସମ୍ପ୍ରଦାୟର କର୍ମକର୍ତ୍ତା ପ୍ରମୁଖ ଭୂମିକା ଗ୍ରହଣ କରିବା ହିନ୍ଦୁ-ମୁସ୍‌ଲିମ୍‌ ଭାଇଚାରାର ବଳିଷ୍ଠ ଉଦାହରଣ ପାଲଟିଛି। ଗଣେଶ ବଜାର, କାଞ୍ଚନ ବଜାର, କଲେଜ ବଜାର ଏ କ୍ଷେତ୍ରରେ ସର୍ବାଗ୍ରେ ରହିଛନ୍ତି। ଅନ୍ୟ ପୂଜା ପ୍ରତିଷ୍ଠାନରେ ମଧ୍ୟ ଏହି ସମ୍ପ୍ରଦାୟର ଲୋକେ ବିଭିନ୍ନ ଦାୟିତ୍ୱରେ ରହି ମା’ଙ୍କ ସେବାରେ ନିୟୋଜିତ ଅଛନ୍ତି। କେବଳ ମୁସଲ୍‌ମାନ ନୁହନ୍ତି, ବିଶ୍ୱପ୍ରସିଦ୍ଧ ଏହି ମହୋତ୍ସବରେ ଶିଖ୍‌ ଏବଂ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଅବଦାନ ମଧ୍ୟ ଅନସ୍ବୀକାର୍ଯ୍ୟ। ଖାଲି ଏତିକି ନୁହେଁ, ଲକ୍ଷ୍ମୀପୂଜା ଉପଲକ୍ଷେ ଗୁରୁବାର ପୂଜା ପ୍ରତିଷ୍ଠାନଗୁଡ଼ିକରେ ଅନୁଷ୍ଠିତ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାମିଲ ହୋଇଥାଆନ୍ତି ସବୁ ସମ୍ପ୍ରଦାୟର ଲୋକେ। ଚପରାସୀଠାରୁ ଆରମ୍ଭ କରି ଅଫିସର, ରାଜନେତାଙ୍କଠାରୁ ପଦସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ମା’ଙ୍କ ପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ୍‌ ବୋଲି ମନେକରନ୍ତି। ୧୧ ଦିନାତ୍ମକ ଏହି ମହୋତ୍ସବରେ ବିବିଧତା ମଧ୍ୟରେ ଏକତାର ସୁନ୍ଦର ପ୍ରତିଫଳନ ଦୃଷ୍ଟିଗୋଚର ହେଉଥିବାବେଳେ ଏଭଳି ନିଆରା ପରମ୍ପରା ପୂଜାର ବୈଶିଷ୍ଟ୍ୟକୁ ଆହୁରି ରୁଦ୍ଧିମନ୍ତ କରିପାରିଛି ବୋଲି ଗବେଷକ, ସଂସ୍କୃତିପ୍ରେମୀ ମତବ୍ୟକ୍ତ କରିଛନ୍ତି।

 

୩୭ ବର୍ଷ ହେଲା ଜଡ଼ିତ
୩୭ ବର୍ଷ ହେଲା ଗଣେଶ ବଜାର ପୂଜା କମିଟି ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ଢେଙ୍କାନାଳ ହେଉଛି ଭାଇଚାରାର ସହର। ଗଣପର୍ବ ଲକ୍ଷ୍ମୀପୂଜାକୁ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସମସ୍ତେ ମିଶି ପାଳନ କରିବା ଅମୋଦିତ କରେ। ଏକାଠି ହୋଇ ପୂଜା ପାଳନ କରିବାରେ ଯେଉଁ ଆନନ୍ଦ, ତାହା ଅନ୍ୟ କେଉଁଥିରେ ନାହିଁ।
-ଶେଖ ହୁସେନ୍‌, ଅଧ୍ୟକ୍ଷ, ଗଣେଶ ବଜାର ପୂଜା କମିଟି

ମା’ଙ୍କ ପାଇଁ ସମସ୍ତେ ଏକାକାର
ପ୍ରତିବର୍ଷ ମା’ଙ୍କ ପୂଜା ସମସ୍ତଙ୍କୁ ଏକାଠି କରିବା ଲାଗି ସୁଯୋଗ ଆଣିଦେଉଛି। ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ସମସ୍ତେ ମିଳିମିଶି ମହୋତ୍ସବକୁ ଧୁମଧାମରେ ପାଳିଥାଉ। ଗତ ଦୁଇବର୍ଷ ହେଲା କେବଳ ପ୍ରତୀକାତ୍ମକ ଭାବେ ପୂଜା ହେଉଥିଲା। ଚଳିତବର୍ଷ କରୋନା କଟକଣା ନ ଥିବାରୁ ଆରମ୍ଭରୁ ପ୍ରବଳ ଭିଡ଼ ହେଉଛି।
-ସାଗିର ମହମ୍ମଦ, ସମ୍ପାଦକ, କାଞ୍ଚନ ବଜାର ପୂଜା କମିଟି

ମନରେ ଉତ୍ସାହ ଭରିଯାଇଛି
ମା’ଙ୍କ ଦୟାରୁ କରୋନା ଆତଙ୍କର ଅବସାନ ଘଟିଛି। ଚଳିତ ବର୍ଷ ମହାଆଡମ୍ବରରେ ଲକ୍ଷ୍ମୀପୂଜା ଉତ୍ସବ ପାଳନ ହେଉଛି। ଦୁଇବର୍ଷ ହେଲା ହାତବାନ୍ଧି ବସିଥିବା ବ୍ୟବସାୟୀ ଭଲ ବ୍ୟବସାୟ କରିବେ ବୋଲି ଉତ୍ସାହିତ ହୋଇପଡ଼ିଛନ୍ତି। ଗଣପର୍ବରେ ସମସ୍ତେ ସାମିଲ ହୋଇଥିବାରୁ ମନରେ ଉତ୍ସାହ ଭରିଯାଇଛି।
-ସାବୁ ଖୋସି, ବ୍ୟବସାୟୀ ଜବାହର ଚୌକ

ଅଧିକାଂଶ କମିଟିରେ ମୁସଲମାନ ଭାଇ ଅଛନ୍ତି
୮୦ ବର୍ଷ ପୁରୁଣା ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମହୋତ୍ସବକୁ ହିନ୍ଦୁ-ମୁସଲିମ୍‌ ଭାଇ ମିଳିମିଶି ପାଳନ କରିଥାଆନ୍ତି। ଅଧିକାଂଶ ପୂଜା କମିଟିର ବିଭିନ୍ନ ପଦପଦବୀରେ ମୁସଲ୍‌ମାନ୍‌ ଭାଇ ଅଛନ୍ତି। ଆମର ଏହି ଭାଇଚାରାର ପରମ୍ପରା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି।
ଗୋପାଳ ଚନ୍ଦ୍ର ପାତ୍ର,
ସଭାପତି, ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟି,

-ରତନ ନାୟାର

 


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri