ମା’ଙ୍କ ସେବାରେ ମୁସଲମାନ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୩।୧୦: ଅଶିଣର ହାଲୁକା ହାଲୁକା ଶୀତରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ସମୃଦ୍ଧିର ଦେବୀ। ଲକ୍ଷ୍ମୀ ଠାକୁରାଣୀଙ୍କ ଆଗମନରେ ଏକାକାର ସମଗ୍ର ସହର। ନାହିଁ ଜାତି, ଧର୍ମର ବାଛବିଚାର କି ଧନୀ ଦରିଦ୍ରର ପାର୍ଥକ୍ୟ। ସିନ୍ଧୁସୂତାଙ୍କ ଆବାହନରେ ହିନ୍ଦୁ, ମୁସଲ୍‌ମାନ, ଖ୍ରୀଷ୍ଟିଆନ, ଶିଖ୍‌ ସମେତ ସବୁ ସମ୍ପ୍ରଦାୟ ବ୍ୟସ୍ତ ଓ ବ୍ୟଗ୍ର। ଭାଇଚାରାର ସମୃଦ୍ଧ ପରମ୍ପରା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜାରେ ଏଭଳି ଦୃଶ୍ୟ ସାରା ଜଗତ ପାଇଁ ସୃଷ୍ଟି କରିଛି ବିରଳ ଉଦାହରଣ।

ଢେଙ୍କାନାଳରେ ବର୍ଷ ବର୍ଷ ଧରି ହିନ୍ଦୁ ଏବଂ ମୁସଲ୍‌ମାନ୍‌ ସମ୍ପ୍ରଦାୟର ଏକତ୍ର ସହବସ୍ଥାନର ମଧୁର ପ୍ରତିଫଳନ ଦେଖିବାକୁ ମିଳିଛି ସହରୀ ସଭ୍ୟତାର ସାମାଜିକ ଚଳଣି ଏବଂ ସାଂସ୍କୃତିକ ବିକାଶରେ। ବିଶେଷ କରି ୮୦ ବର୍ଷ ପୁରାତନ ଲକ୍ଷ୍ମୀପୂଜାରେ ଏହା ବାରି ହୋଇପଡ଼େ। ମୁମ୍ବାଇର ଗଣେଶ ପୂଜା, କଟକର ଦଶହରା ଭଳି ଗଣପର୍ବ ଲକ୍ଷ୍ମୀପୂଜାରେ ଭେଦଭାବ ଭୁଲି ଏକାକାର ହୋଇଯାଆନ୍ତି ସବୁ ସମ୍ପ୍ରଦାୟର ଲୋକେ। ସହରର ୩୮ ପୂଜା ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟ ୧୦ଟିରେ ମୁସଲ୍‌ମାନ ସମ୍ପ୍ରଦାୟର କର୍ମକର୍ତ୍ତା ପ୍ରମୁଖ ଭୂମିକା ଗ୍ରହଣ କରିବା ହିନ୍ଦୁ-ମୁସ୍‌ଲିମ୍‌ ଭାଇଚାରାର ବଳିଷ୍ଠ ଉଦାହରଣ ପାଲଟିଛି। ଗଣେଶ ବଜାର, କାଞ୍ଚନ ବଜାର, କଲେଜ ବଜାର ଏ କ୍ଷେତ୍ରରେ ସର୍ବାଗ୍ରେ ରହିଛନ୍ତି। ଅନ୍ୟ ପୂଜା ପ୍ରତିଷ୍ଠାନରେ ମଧ୍ୟ ଏହି ସମ୍ପ୍ରଦାୟର ଲୋକେ ବିଭିନ୍ନ ଦାୟିତ୍ୱରେ ରହି ମା’ଙ୍କ ସେବାରେ ନିୟୋଜିତ ଅଛନ୍ତି। କେବଳ ମୁସଲ୍‌ମାନ ନୁହନ୍ତି, ବିଶ୍ୱପ୍ରସିଦ୍ଧ ଏହି ମହୋତ୍ସବରେ ଶିଖ୍‌ ଏବଂ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଅବଦାନ ମଧ୍ୟ ଅନସ୍ବୀକାର୍ଯ୍ୟ। ଖାଲି ଏତିକି ନୁହେଁ, ଲକ୍ଷ୍ମୀପୂଜା ଉପଲକ୍ଷେ ଗୁରୁବାର ପୂଜା ପ୍ରତିଷ୍ଠାନଗୁଡ଼ିକରେ ଅନୁଷ୍ଠିତ ସାମୂହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାମିଲ ହୋଇଥାଆନ୍ତି ସବୁ ସମ୍ପ୍ରଦାୟର ଲୋକେ। ଚପରାସୀଠାରୁ ଆରମ୍ଭ କରି ଅଫିସର, ରାଜନେତାଙ୍କଠାରୁ ପଦସ୍ଥ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ମା’ଙ୍କ ପ୍ରସାଦ ସେବନ କରି ନିଜକୁ ଭାଗ୍ୟବାନ୍‌ ବୋଲି ମନେକରନ୍ତି। ୧୧ ଦିନାତ୍ମକ ଏହି ମହୋତ୍ସବରେ ବିବିଧତା ମଧ୍ୟରେ ଏକତାର ସୁନ୍ଦର ପ୍ରତିଫଳନ ଦୃଷ୍ଟିଗୋଚର ହେଉଥିବାବେଳେ ଏଭଳି ନିଆରା ପରମ୍ପରା ପୂଜାର ବୈଶିଷ୍ଟ୍ୟକୁ ଆହୁରି ରୁଦ୍ଧିମନ୍ତ କରିପାରିଛି ବୋଲି ଗବେଷକ, ସଂସ୍କୃତିପ୍ରେମୀ ମତବ୍ୟକ୍ତ କରିଛନ୍ତି।

 

୩୭ ବର୍ଷ ହେଲା ଜଡ଼ିତ
୩୭ ବର୍ଷ ହେଲା ଗଣେଶ ବଜାର ପୂଜା କମିଟି ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ଢେଙ୍କାନାଳ ହେଉଛି ଭାଇଚାରାର ସହର। ଗଣପର୍ବ ଲକ୍ଷ୍ମୀପୂଜାକୁ ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସମସ୍ତେ ମିଶି ପାଳନ କରିବା ଅମୋଦିତ କରେ। ଏକାଠି ହୋଇ ପୂଜା ପାଳନ କରିବାରେ ଯେଉଁ ଆନନ୍ଦ, ତାହା ଅନ୍ୟ କେଉଁଥିରେ ନାହିଁ।
-ଶେଖ ହୁସେନ୍‌, ଅଧ୍ୟକ୍ଷ, ଗଣେଶ ବଜାର ପୂଜା କମିଟି

ମା’ଙ୍କ ପାଇଁ ସମସ୍ତେ ଏକାକାର
ପ୍ରତିବର୍ଷ ମା’ଙ୍କ ପୂଜା ସମସ୍ତଙ୍କୁ ଏକାଠି କରିବା ଲାଗି ସୁଯୋଗ ଆଣିଦେଉଛି। ଜାତି, ଧର୍ମ, ବର୍ଣ୍ଣ ଓ ଦଳମତ ନିର୍ବିଶେଷରେ ସମସ୍ତେ ମିଳିମିଶି ମହୋତ୍ସବକୁ ଧୁମଧାମରେ ପାଳିଥାଉ। ଗତ ଦୁଇବର୍ଷ ହେଲା କେବଳ ପ୍ରତୀକାତ୍ମକ ଭାବେ ପୂଜା ହେଉଥିଲା। ଚଳିତବର୍ଷ କରୋନା କଟକଣା ନ ଥିବାରୁ ଆରମ୍ଭରୁ ପ୍ରବଳ ଭିଡ଼ ହେଉଛି।
-ସାଗିର ମହମ୍ମଦ, ସମ୍ପାଦକ, କାଞ୍ଚନ ବଜାର ପୂଜା କମିଟି

ମନରେ ଉତ୍ସାହ ଭରିଯାଇଛି
ମା’ଙ୍କ ଦୟାରୁ କରୋନା ଆତଙ୍କର ଅବସାନ ଘଟିଛି। ଚଳିତ ବର୍ଷ ମହାଆଡମ୍ବରରେ ଲକ୍ଷ୍ମୀପୂଜା ଉତ୍ସବ ପାଳନ ହେଉଛି। ଦୁଇବର୍ଷ ହେଲା ହାତବାନ୍ଧି ବସିଥିବା ବ୍ୟବସାୟୀ ଭଲ ବ୍ୟବସାୟ କରିବେ ବୋଲି ଉତ୍ସାହିତ ହୋଇପଡ଼ିଛନ୍ତି। ଗଣପର୍ବରେ ସମସ୍ତେ ସାମିଲ ହୋଇଥିବାରୁ ମନରେ ଉତ୍ସାହ ଭରିଯାଇଛି।
-ସାବୁ ଖୋସି, ବ୍ୟବସାୟୀ ଜବାହର ଚୌକ

ଅଧିକାଂଶ କମିଟିରେ ମୁସଲମାନ ଭାଇ ଅଛନ୍ତି
୮୦ ବର୍ଷ ପୁରୁଣା ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ମହୋତ୍ସବକୁ ହିନ୍ଦୁ-ମୁସଲିମ୍‌ ଭାଇ ମିଳିମିଶି ପାଳନ କରିଥାଆନ୍ତି। ଅଧିକାଂଶ ପୂଜା କମିଟିର ବିଭିନ୍ନ ପଦପଦବୀରେ ମୁସଲ୍‌ମାନ୍‌ ଭାଇ ଅଛନ୍ତି। ଆମର ଏହି ଭାଇଚାରାର ପରମ୍ପରା କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି।
ଗୋପାଳ ଚନ୍ଦ୍ର ପାତ୍ର,
ସଭାପତି, ମିଳିତ ବଜାର ଲକ୍ଷ୍ମୀ ପୂଜା କମିଟି,

-ରତନ ନାୟାର

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?