ଦକ୍ଷତାକୁ ମିଳିବ ନୂଆ ଦିଶା

ଅନୁଗୋଳ ଅଫିସ, ୧୨।୧୦: ବଳିଷ୍ଠ ହେବ ବିଦ୍ୟାଳୟ କ୍ରୀଡ଼ା ଭିତ୍ତିଭୂମି। ପିଲାଙ୍କ ଖେଳ ଦକ୍ଷତାକୁ ମିଳିବ ନୂଆ ଦିଶା। ଫିଫା ସହଯୋଗରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ପ୍ରତିଭାବାନ ଶିକ୍ଷାର୍ଥୀଙ୍କ କ୍ରୀଡ଼ା କ୍ୟାରିୟରକୁ ଦେବ ମହତ୍ତ୍ୱପୂର୍ଣ୍ଣ ମୋଡ଼। ସ୍କୁଲସ୍ତରରୁ ଫୁଟ୍‌ବଲ୍‌ରେ ନୂଆ ପ୍ରତିଭା ସୃଷ୍ଟି କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହୋଇଥିବାରୁ ଏହାକୁ ନେଇ ଅନୁଗୋଳ ଜିଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଦେଖାଦେଇଛି ପ୍ରବଳ ଉତ୍ସାହ। ଜିଲାର ଛାତ୍ରୀଛାତ୍ରମାନେ ଫୁଟ୍‌ବଲ୍‌ ଫର୍‌ ଅଲ୍‌କୁ ସ୍ବାଗତ କରିବା ସହ ଖୁସିବ୍ୟକ୍ତ କରିଛନ୍ତି। ବିଶ୍ୱରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ଏହି କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିବାରୁ ଜିଲାର କ୍ରୀଡ଼ାପ୍ରେମୀ ଓ ପୂର୍ବତନ ଫୁଟ୍‌ବଲ୍‌ ଖେଳାଳିମାନେ ଏହାକୁ ଏକ ଅଭିନବ ଅଭିଯାନ ବୋଲି ଅଭିହିତ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ଅନୁଗୋଳ ଜିଲାର ୨୪୮ ବିଦ୍ୟାଳୟରେ ଫୁଟ୍‌ବଲ୍‌ ବଣ୍ଟନ କରାଯାଇସାରିଛି। ଗ୍ରାମାଞ୍ଚଳରେ ଥିବା କ୍ରୀଡ଼ା ପ୍ରତିଭାଧାରୀ ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ଏହି କାର୍ଯ୍ୟକ୍ରମ ଏକ ପ୍ରକୃଷ୍ଠ ମାଧ୍ୟମ ହେବ। କ୍ରୀଡ଼ାର ଉନ୍ନତି ସହ ଜିଲାରୁ ଅନେକ ପ୍ରତିଭା ବାହାରିପାରିବେ। ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଷ୍ଟାଡିୟମରେ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟରେ ୮ଟି ବ୍ଲକରୁ ୬ଟି ମହିଳା ଦଳ ଓ ୮ଟି ପୁରୁଷ ଦଳ ଭାଗନେବେ। ଏଥିରେ ଜିଲାରୁ ୨୨୪ ଜଣ ଖେଳାଳି ଅଂଶଗ୍ରହଣ କରିବେ। ତେବେ ଫୁଟ୍‌ବଲ୍‌ ଫର୍‌ ଅଲ୍‌ କାର୍ଯ୍ୟକ୍ରମ ଚାଲୁ ହୋଇଥିବାରୁ ଆଗାମୀ ଦିନରେ ଜିଲା ଫୁଟ୍‌ବଲ୍‌କୁ ଆହୁରି ବଳ ମିଳିବ ବୋଲି ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।

 

ସ୍କୁଲରୁ ଜିଲାସ୍ତରଯାଏ ପ୍ରତିଯୋଗିତା କରାଯାଉ
କେବଳ ଫୁଟ୍‌ବଲ୍‌ ନୁହେଁ, ବିଭିନ୍ନ ଖେଳ ଉପକରଣ ପ୍ରଦାନ ସହ ପିଲାଙ୍କୁ ତାଲିମ ଦେବାର ବ୍ୟବସ୍ଥା ହେଉ। ବିଦ୍ୟାଳୟସ୍ତରରୁ ଜିଲାସ୍ତର ଯାଏ ପ୍ରତିଯୋଗିତା କରାଯାଇ ପ୍ରତିଭା ଚୟନ କରାଗଲେ ଖେଳ ପ୍ରତି ଛାତ୍ରୀଛାତ୍ରଙ୍କ ସ୍ପୃହା ବଢିପାରିବ।
-ସୌରଭ ସେନାପତି, ୯ମ ଶ୍ରେଣୀ, ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ
ଫୁଟ୍‌ବଲ୍‌ ପ୍ରତି ପିଲା ଆଗ୍ରହୀ ହେବେ
ଫୁଟ୍‌ବଲ୍‌ରେ ଅଧିକ ପ୍ରତିଭା ସୃଷ୍ଟି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ଏହି ଖେଳ ପ୍ରତି ପିଲାଙ୍କୁ ଅଧିକ ଆଗ୍ରହୀ କରାଇବ। ଦକ୍ଷତା ଅନୁଯାୟୀ ଚୟନ ଓ ଉପଯୁକ୍ତ ତାଲିମ ମିଳିଲେ ଏହା ସଫଳ ହୋଇପାରିବ।
-ଡୁନା ବେହେରା, ଦଶମ ଶ୍ରେଣୀ, ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟ, କଣିହାଁ
ନୂଆ ବଲ୍‌ ପାଇ ଖୁସି
ଆମ ସ୍କୁଲକୁ ଫୁଟ୍‌ବଲ୍‌ ମିଳିସାରିଛି। ନୂଆ ଫୁଟ୍‌ବଲ୍‌ ପାଇ ଆମେମାନେ ବହୁତ ଖୁସି। ଏହାଦ୍ୱାରା ଏହି ଖେଳରୁ ଦୂରେଇ ଯାଉଥିବା ଛାତ୍ରୀଛାତ୍ରମାନେ ପୁଣି ଫୁଟ୍‌ବଲ୍‌ ଖେଳିବାକୁ ମନ ବଳାଇବେ।
-ଚିନ୍ମୟ ରଞ୍ଜନ ନାଏକ, ନବମ ଶ୍ରେଣୀ, ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଆଠମଲ୍ଲିକ
ଖେଳିବାକୁ ଉତ୍ସାହୀ ଅଛୁ
ରାଜ୍ୟ ସରକାରଙ୍କ ପକ୍ଷରୁ ଫୁଟ୍‌ବଲ୍‌ ମିଳିଥିବାରୁ ଏହା ପିଲାମାନଙ୍କୁ ଖେଳ ପ୍ରତି ଅଧିକ ଉତ୍ସାହିତ କରିବ। ଅଧିକରୁ ଅଧିକ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିବ। ନୂଆ ବଲ୍‌ରେ ଖେଳିବାକୁ ଆମେ ଉତ୍ସାହିତ ଅଛୁ।
-ଏଲିନା ବେହେରା, ନବମ ଶ୍ରେଣୀ, ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଆଠମଲ୍ଲିକ
ଖେଳର ପ୍ରଚାର ପ୍ରସାର ହେବ
ଫୁଟ୍‌ବଲ୍‌ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ସହାୟକ ହେବ। ଏହି ଖେଳର ଅଧିକ ପ୍ରଚାର ପ୍ରସାର ମଧ୍ୟ ହେବ। ପୂର୍ବାପେକ୍ଷା ବହୁ ଛାତ୍ରୀଛାତ୍ର ଫୁଟ୍‌ବଲ୍‌ ଖେଳିବାକୁ ଇଚ୍ଛା ପ୍ରକାଶ କରିବେ।
-ମିଳନ ବେହେରାମାଳି, ନବମ ଶ୍ରେଣୀ, ପୁରୁଣାମାଣତ୍ରୀ ହାଇସ୍କୁଲ, ଆଠମଲ୍ଲିକ
ଶିକ୍ଷା ସହ ଖେଳ ଜରୁରୀ
ଫୁଟ୍‌ବଲ୍‌ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଖେଳ। ରାଜ୍ୟରେ ଏହାର ବିକାଶ ଲାଗି ସରକାର ନେଇଥିବା ପଦକ୍ଷେପ ଏହି କ୍ରୀଡ଼ା ପ୍ରତି ରୁଚି ରଖୁଥିବା ଛାତ୍ରୀଛାତ୍ରଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବ। ଶିକ୍ଷା ପରି ଖେଳ ମଧ୍ୟ ଜରୁରୀ।
-ବିମଳା ଦଙ୍ଗ, ନବମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
ଶୃଙ୍ଖଳା ଶିଖାଏ କ୍ରୀଡ଼ା
କ୍ରୀଡ଼ା ଛାତ୍ରୀଛାତ୍ରଙ୍କ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହେବା ସହ ଏହା ସେମାନଙ୍କୁ ଶୃଙ୍ଖଳିତ ହେବାକୁ ଶିକ୍ଷା ଦେଇଥାଏ। ତେଣୁ ଶୃଙ୍ଖଳା ଜ୍ଞାନ ବୃଦ୍ଧି ପାଇଁ ‘ଫୁଟ୍‌ବଲ୍‌ ଫର ଅଲ୍‌’ ପ୍ରେରଣାଦାୟୀ ହେବ।
– ସାବିତ୍ରୀ ନାୟକ, ଦଶମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
ସମ୍ପର୍କକୁ ମଜଭୁତ କରିବ
ରାଜ୍ୟ ସରକାର ଆରମ୍ଭ କରିଥିବା ନୂଆ କାର୍ଯ୍ୟକ୍ରମ କ୍ରୀଡ଼ା ଭିତ୍ତିଭୂମିକୁ ମଜଭୁତ କରିବ। ଅଧିକ ଛାତ୍ରୀଛାତ୍ର ଏଥିରେ ସାମିଲ ହେଲେ ସେମାନଙ୍କ ମଧ୍ୟରେ ଭାଇଚାରା ଓ ସମ୍ପର୍କ ସୁଦୃଢ଼ ହେବ। ଏକ ପରିବାର ଭଳି ସେମାନେ ଅନୁଭବ କରିବେ।
-ଲକ୍ଷ୍ମୀ ପିଙ୍ଗୁଆ, ଦଶମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
ମହିଳା ଟିମ୍‌ର ଦକ୍ଷତା ବୃଦ୍ଧି ପାଇବ
ଫୁଟ୍‌ବଲ୍‌ ଖେଳ ପ୍ରତି ସ୍କୁଲ ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି ଦିଗରେ ସରକାରଙ୍କ ଏହି ଉଦ୍ୟମ ସଫଳ ହେଲେ ରାଜ୍ୟ ଓ ଜାତୀୟ ମହିଳା ଫୁଟ୍‌ବଲ୍‌ ଦଳକୁ ଅଧିକ ଦକ୍ଷ ଖେଳାଳି ମିଳିପାରିବେ। ଫଳରେ ଟିମ୍‌ର ଦକ୍ଷତା ବୃଦ୍ଧି ପାଇବ।
– ସରସ୍ବତୀ ଗାଗରାଇ, ଦଶମ ଶ୍ରେଣୀ ଛାତ୍ରୀ ତଥା ଫୁଟ୍‌ବଲ୍‌ ଖେଳାଳି
କ୍ରିକେଟ ଭଳି ଆକର୍ଷଣ ବଢ଼ିବ
ରାଜ୍ୟରେ କ୍ରିକେଟ୍‌ ଅଧିକ ପ୍ରାଧାନ୍ୟ ବିସ୍ତାର କରିଥିବାରୁ ଫୁଟ୍‌ବଲ୍‌କୁ ଛାତ୍ରୀଛାତ୍ରମାନେ ଗୁରୁତ୍ୱ ଦେଉ ନ ଥିଲେ। ହେଲେ ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁ ଫୁଟ୍‌ବଲ୍‌ ପ୍ରତି ଏବେ ଆକର୍ଷଣ ବଢ଼ିବ।
– ଦିବ୍ୟଜ୍ୟୋତି ପ୍ରଧାନ, ନବମ ଶ୍ରେଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ, କିଶୋରନଗର
ଅଧିକ ପ୍ରୋତ୍ସାହନ ମିଳିବ
ରାଜ୍ୟ ସରକାରଙ୍କ ‘ଫୁଟ୍‌ବଲ୍‌ ଫର୍‌ ଅଲ୍‌’ କାର୍ଯ୍ୟକ୍ରମ ଏକ ସୁନ୍ଦର ପରିକଳ୍ପନା। ଏହାଦ୍ୱାରା ରାଜ୍ୟରେ ଫୁଟବଲ ଖେଳର ବିକାଶ ହୋଇପାରିବ। ଏଥିସହ ଶିକ୍ଷାନୁଷ୍ଠାନରେ ଥିବା ପ୍ରତିଭାବାନ ଖେଳାଳିମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ।
-ପ୍ରଗତି ପାଣିଗ୍ରାହୀ, ନବମ ଶ୍ରେଣୀ ଛାତ୍ରୀ, ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟ
କ୍ରୀଡ଼ା ମନସ୍କ ହେବେ ଛାତ୍ରୀଛାତ୍ର
ସ୍କୁଲ ପିଲାଙ୍କୁ କ୍ରୀଡ଼ା ମନସ୍କ କରିବାରେ ରାଜ୍ୟ ସରକାରଙ୍କ ନୂଆ କାର୍ଯ୍ୟକ୍ରମ ଅନେକାଂଶରେ ସହାୟକ ହେବ। ବିଦ୍ୟାଳୟଗୁଡ଼ିକୁ ପୂର୍ବାପେକ୍ଷା ଉଚ୍ଚମାନର ଫୁଟ୍‌ବଲ୍‌ ପ୍ରଦାନ କରାଯାଇଥିବାରୁ ଏଥିପାଇଁ ଧନ୍ୟବାଦ।
-ଦିବ୍ୟରଞ୍ଜନ ବେହେରା, ନବମ ଶ୍ରେଣୀ ଛାତ୍ର, ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟ
ବହୁ ପ୍ରତିଭା ଚିହ୍ନଟ ହେବେ
ଫୁଟ୍‌ବଲ୍‌ ଖେଳକୁ ରାଜ୍ୟରେ ଆହୁରି ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ନିଶ୍ଚିତ ସ୍ବାଗତଯୋଗ୍ୟ। ଏହାଦ୍ୱାରା ଅନୁଗୋଳ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ବହୁ ପ୍ରତିଭା ଚିହ୍ନଟ ହୋଇପାରିବେ।
-ବସନ୍ତ କୁମାର ଦାସ, ପୂର୍ବତନ ଫୁଟ୍‌ବଲ୍‌ ଖେଳାଳି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri