ଢେଙ୍କାନାଳ

ଠକିଦେଲା କଳାଚମ୍ପା

ଢେଙ୍କାନାଳ ଅଫିସ, ୧।୭ ଠକିଦେଲା କଳାଚମ୍ପା। ୭୦% ଧାନ ବିହନରୁ ବାହାରିଲାନି ଗଜା। ପାଖରେ ବିହନ ମହଜୁଦ୍‌ ନ ଥିବାରୁ ଏହାକୁ ନେଇ ଅକଳରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଏବଂ ରାଣୀପାଳ ଗ୍ରାମର ଚାଷୀ। ଏ ନେଇ…

ପୂର୍ଣ୍ଣ ହେବ ଶୂନ୍ୟଦାଣ୍ଡ

ଢେଙ୍କାନାଳ ଅଫିସ, ୧।୭ ପଡୁଥିବ ଆଲଟଚାମର। ଘଣ୍ଟଘଣ୍ଟା, ଖୋଳତାଳ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିବ ପରିବେଶ। ଭକ୍ତବତ୍ସଳ ନାମକୁ ସାର୍ଥକ କରିବା ପାଇଁ ଭାବବିନୋଦିଆ ମହାପ୍ରଭୁ ରତ୍ନବେଦିରୁ ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ। ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କୁ ଧରି ଯାତ୍ରା…

ସାଢ଼େ ୨ଟାରୁ ରଥଟଣା

ଢେଙ୍କାନାଳ ଅଫିସ୍‌, ୩୦।୬: ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅପରାହ୍ନରେ ରଥଗଡାଠାରେ ଜିଲାପାଳ ସରୋଜ କୁମାର ସେଠୀ ଚୂଡାନ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ସାଢ଼େ ୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟରେ…

ବଦଳିବ କପିଳାସ ଜୁ’ କଳେବର

ଢେଙ୍କାନାଳ ଅଫିସ, ୩୦।୬: ଖୁବ୍‌ଶୀଘ୍ର ବଦଳିବ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ତଥା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ଥିବା କପିଳାସ ଜୁ’ର କଳେବର। ଏହି କାର୍ଯ୍ୟରେ ଆନୁମାନିକ ୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପ୍ରସ୍ତୁତ କରାଯାଉଛି ମାଷ୍ଟର…

ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡକୁ ଯିବନି ବସ୍‌

ଢେଙ୍କାନାଳ ଅଫିସ,୩୦।୬: ପ୍ରାୟ ସାଢ଼େ ୮କୋଟି ଟଙ୍କାରେ ପ୍ରସ୍ତାବିତ ଢେଙ୍କାନାଳ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଏଠାକୁ କିଛିଦିନ ବସ୍‌ ଚଳାଚଳ ବନ୍ଦ ରହିବ। ପୁରୁଣା ବସଷ୍ଟାଣ୍ଡ୍‌ କାମ ଶେଷ ହେବା ପର୍ଯ୍ୟନ୍ତ ମହିଷାପାଟସ୍ଥିତ…

ସହରରୁ ହଟିବ ଜବରଦଖଲ

ଢେଙ୍କାନାଳ ଅଫିସ, ୨୯।୬ – ଢେଙ୍କାନାଳ ସହରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ କବ୍‌ଜା କରି ବସିଛନ୍ତି ଜବରଦଖଲକାରୀ। ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହେଲାଣି। ସେମାନଙ୍କୁ ହଟାଇବା ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ଏମ୍‌ପି ମହେଶ…

ଢେଙ୍କାନାଳରେ ୨୭୦ ହାତୀ

ଢେଙ୍କାନାଳ ଅଫିସ୍‌, ୨୯।୬ – ହାତୀମୃତ୍ୟୁ ପରିସଂଖ୍ୟାନର ନକାରାତ୍ମକ ଚିତ୍ରକୁ ନେଇ ଜାତୀୟସ୍ତରରେ ନିନ୍ଦିତ ହେଉଛି ଓଡ଼ିଶା। ଗତ କିଛିଦିନ ମଧ୍ୟରେ ଆଠଗଡ଼ ବନଖଣ୍ଡର ନିଷିଦ୍ଧାଞ୍ଚଳର ମାଟିତଳୁ ସିରିଜ୍‌ କଙ୍କାଳ ଠାବ ହେବା ଘଟଣା ଏହି ଐତିହ୍ୟ ପ୍ରାଣୀଙ୍କ ଅସ୍ତିତ୍ୱ ପ୍ରତି…

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ଢେଙ୍କାନାଳ ଅଫିସ,୨୮।୬: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ବମ୍ପା ଗ୍ରାମରେ ମଙ୍ଗଳବାର ଭୋରରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଶରତ ପଲେଇ(୬୮) । ମିଳିଥିବା ସୂଚନା ମୁତାବକ, ଶରତ ମଙ୍ଗଳବାର ଭୋର ସମୟରେ ବାଡ଼ିପଟକୁ…

ଆରମ୍ଭ ପୂର୍ବରୁ ଅକଳରେ

ଢେଙ୍କାନାଳ ଅଫିସ୍‌,୨୬।୬: ଶିଳ୍ପ ଜିଲା ଢେଙ୍କାନାଳ ହେବ କ୍ରୀଡ଼ାର ପେଣ୍ଠସ୍ଥଳ। କେବଳ ହକି, ଫୁଟ୍‌ବଲ୍‌ କିମ୍ବା କ୍ରିକେଟ୍‌ ମଧ୍ୟରେ ସୀମିତ ନ ରହି ଆନୁଷଙ୍ଗିକ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ। ବ୍ୟାଣ୍ଟମିଣ୍ଟନ୍‌ ଭଳି ଖେଳ ଏବଂ ଖେଳାଳିଙ୍କୁ ପ୍ରୋତ୍ସାହିତ କରାଯିବ। ଏଭଳି…

ବର୍ଷା ଆସୁ ଆସୁ କୃତ୍ରିମ ବନ୍ୟା

ଭୁବନ, ୨୩ା୬(ଡି.ଏନ୍‌.ଏ.): ବର୍ଷା ପୂର୍ବରୁ ପଶିଲାନି ବୁଦ୍ଧି। ନୂତନ ଡ୍ରେନ୍‌ ନିର୍ମାଣ କରିବାକୁ ନା କରାଗଲା ଯୋଜନା ନା ହେଲା ପୂତ୍ତିଗନ୍ଧମୟ ଜଳ ନିଷ୍କାସନ ବ୍ୟବସ୍ଥା। ଏବେ ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ। ଘରେ ପଶୁଛି ମଇଳା ପାଣି।…

‘ରିମ୍‌ଝିମ୍‌’କୁ ତିନିମାସ ମହଲତ

ଢେଙ୍କାନାଳ ଅଫିସ୍‌, ୨୨।୬ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରଣ୍ଟିସ୍ଥିତ ରିମ୍‌ଝିମ୍‌ ଇସ୍ପାତ କାରଖାନାରେ ପୁନଃନିଯୁକ୍ତି ଦାବିରେ ଚାଲିଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କ ଆନ୍ଦୋଳନ ମଙ୍ଗଳବାର ପ୍ରତ୍ୟାହୃତ ହୋଇଛି। ୩ମାସ ମଧ୍ୟରେ ଦକ୍ଷତା ଭିତ୍ତିରେ ୧୫୦ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି, ଅବସର…

ଯାତ୍ରୀ ଭୋଗୁଛନ୍ତି ଯନ୍ତ୍ରଣା

ପରଜଙ୍ଗ, ୨୨।୬(ଡି.ଏନ୍‌.ଏ.) – ଅଣଓସାରିଆ ସେତୁରେ ବାରମ୍ବାର ଘଟୁଥିଲା ଦୁର୍ଘଟଣା। ଅକାଳରେ ଝରିପଡୁଥିଲା ଜୀବନ। ପୁରୁଣାକାଳିଆ ଢଙ୍ଗରେ ତିଆରି ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ବ୍ରିଜ୍‌ ଉପରେ ଲହଡ଼ି ଭାଙ୍ଗୁଥିଲା ପାଣି। ଯାତାୟାତ ବାଧାପ୍ରାପ୍ତ ହେଉଥିଲା। ଏହି ସମସ୍ୟାର ସମାଧାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?