ବିଦ୍ୟୁତ୍‌ ଫାଶରେ ଦନ୍ତା ମୃତ

କାମାକ୍ଷାନଗର, ୧୫ା୧୦(ଡି.ଏନ୍‌.ଏ.): ୨୦୧୮ ଅକ୍ଟୋବର ୨୭। ମା’ ଲକ୍ଷ୍ମୀଙ୍କ ପୂଜାରେ ସାରା ଢେଙ୍କାନାଳ ଜିଲା ଉତ୍ସବମୁଖର ହୋଇଉଠିଥିବାବେଳେ ଓଡ଼ାପଡ଼ା ବ୍ଲକ କମଳାଙ୍ଗରୁ ହାତୀକୁ ନେଇ ଆସିଥିଲା ଦୁଃଖଦ ଖବର। ଏକ ବେସରକାରୀ ନିର୍ମାଣକାରୀ ସଂସ୍ଥାକୁ ଟଣାଯାଇଥିବା ଉଚ୍ଚ କ୍ଷମତାସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର ନେଇଥିଲା ୭ ହାତୀଙ୍କ ଜୀବନ। ଘଟଣାର ଦୀର୍ଘ ୪ ବର୍ଷ ପରେ ଶୁକ୍ରବାର ଏହାର ପୁନରାବୃତ୍ତି ହୋଇଛି। ବାର୍‌ହା ଶିକାର ପାଇଁ ଜମିରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଭୁବନ ରେଞ୍ଜ୍‌ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଙ୍କିଆ ଗ୍ରାମ କଇଁଥଗୋଡା ନିକଟରେ ଘଟିଛି ଏହି ଘଟଣା। ମଣ୍ଡପରେ ଧନଦାତ୍ରୀଙ୍କ ଆବାହନ ଚାଲିଥିବାବେଳେ ଏଭଳି ଦନ୍ତା ମୃତ୍ୟୁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଆନୁମାନିକ ୩୦ ବର୍ଷ ବୟସର ଉକ୍ତ ଦନ୍ତା ମୃତଦେହ ଜମିରେ ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଭୋର୍‌ ସମୟରେ ଦେଖିବାକୁ ପାଇଥିଲେ। ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଦନ୍ତା ଶୁଣ୍ଢରେ ଗଭୀର ଆଘାତ ଲାଗିବା ସହ ରକ୍ତ ଝରିଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତମାନେ କୌଶଳକ୍ରମେ ଅଧିକାଂଶ ଜିଆଇ ତାର କାଟି ନେଇଛନ୍ତି। ତେବେ ହାତୀର ମୃତଦେହ ତଳେ ଥିବା କିଛି ଜିଆଇ ତାରକୁ ସେମାନେ ବାହାର କରିପାରି ନ ଥିଲେ, ଯାହାକୁ ବନ ବିଭାଗ ଜବତ କରିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି, ହାତୀ ଏବଂ ବାର୍‌ହା ପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। କେତେଜଣ ଦୁର୍ବୃତ୍ତ ବାର୍‌ହା ଶିକାର କରିବାକୁ ଜିଆଇ ତାର ବିଛାଇ ବିଦ୍ୟୁତ୍‌ ଚାର୍ଜ କରୁଛନ୍ତି। ଏଥିରେ ଛନ୍ଦି ହୋଇ ହାତୀଟିର ମୃତ୍ୟୁ ଘଟିଛି।
ବନ ବିଭାଗର ସୂଚନା ଅନୁଯାୟୀ ଗତ ଗୁରୁବାର ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିଲେ। ତେବେ ଅନ୍ୟ ହାତୀଟି କୁଆଡ଼େ ଗଲା ତାହା ଅସ୍ପଷ୍ଟ ରହିଛି। ସୂଚନା ପାଇ ସହକାରୀ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ର, ଭୁବନ ରେଞ୍ଜ ଅଧିକାରୀ ଅନିତା ସେଠୀ ପ୍ରମୁଖ ସଦଳବଳ ପହଞ୍ଚତ୍ ତଦନ୍ତ କରିଛନ୍ତି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏ ସମ୍ପର୍କରେ ବ୍ୟବଚ୍ଛେଦ କରିଥିବା ଡାକ୍ତର ଉଦୟନାଥ ମହାଳିକ କୁହନ୍ତି, ବିଦ୍ୟୁତ୍‌ ଆଘାତରୁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବ୍ୟାପିଲାଣି ଝାଡ଼ାବାନ୍ତି

କୋରାପୁଟ/ତେନ୍ତୁଳିଖୁଣ୍ଟି,୨୧।୮(ସ୍ବ.ପ୍ର./ଡି.ଏନ୍‌.ଏ.): କଛିଦିନରେ ବ୍ୟବଧାନରେ ପୁଣି ଦେଖାଦେଲାଣି ଝାଡ଼ାବାନ୍ତି ଆତଙ୍କ। ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୋରାପୁଟ...

ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର

ଡାବୁଗାଁ, ୧୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଛେରାଗୁଡା ଗ୍ରାମରେ ମୋବାଇଲ ବ୍ୟାଟେରି ଫାଟି ବୈଦ୍ୟନାଥ ଭତ୍ରାଙ୍କ ପୁଅ ଅନନ୍ତ (୭) ଆହତ ହୋଇଛନ୍ତି।...

ବାଲକୋନିରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ପୁରୀ ଅଫିସ,୮।୪: ପୁରୀରେ ଏକ ଘରୋଇ ହୋଟେଲରେ ଜଣେ ପର୍ଯ୍ୟଟକ ମୃତ୍ୟୁ ଘଟିଛି । ସେ ହେଲେ ଚୟନ ରୟ । ଚୟନ ପଶ୍ଚିମବଙ୍ଗ ଚବିଶ...

ଲକଡାଉନ୍‌ ବେଳେ ମଦ ଦୋକାନ ସିଲ୍‌ ଭଙ୍ଗାଗଲା

ଯୋଡ଼ା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ସହରର ବାଂଶପାଣି ରୋଡ୍‌ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ସିଲ୍‌ ଭଙ୍ଗାଯାଇଛି। ଅବକାରୀ ବିଭାଗର ଜଣେ ଅଧିକାରୀ...

ଫ୍ରି-ଫାୟାର ଗେମ୍‌ ପାଇଁ ମୃତ୍ୟୁ ସନ୍ଦେହ

ଭୁବନେଶ୍ୱର,୪।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ରାଜକୁମାର ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ବନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହକୁ ପୋଲିସ...

ନାଳକୁ ଖସିଲା କାର: ଅଳ୍ପକେ ବର୍ତ୍ତିଲେ ଚାଳକ

ପାଟଣା,୧୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସ୍ବାମ ନାଳର ବାଇପାସ ନିକଟରେ ଏକ ଦୁର୍ଘଟଣା...

୪ ବର୍ଷ ପରେ ପୁଣି ଚମକିଲେ ଗଞ୍ଜାମର ମନସ୍ବିନୀ

ଗଞ୍ଜାମ,୨୮।୪(ଡି.ଏନ.ଏ.): ଗଞ୍ଜାମ ଜିଲା ମଲାଡ଼ ପଞ୍ଚାୟତ ପଣିବନ୍ଧ ଗ୍ରାମର ସୁନାଝିଅ ମନସ୍ବିନୀ ମହାରଣା ପୁଣି ଚମକିଛନ୍ତି। ସେ ଚଳିତ ମାସ ୨୦ରୁ ୨୪ ଯାଏ ଗୋଆର ହାୱାଲି...

କୋଇଲା ଚୋରା ଚାଲାଣ ବେଳେ ୨ଟ୍ରକ ଜବତ

ବାସୁଦେବପୁର, ୨୨ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତାର ପାରାଛକ ନିକଟରୁ ବାସୁଦେବପୁର ପୋଲିସ ଶନିବାର ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଚୋରା କୋଇଲା ଭର୍ତ୍ତି ୨ଟି ଟ୍ରକକୁ...

Advertisement
Archives

Model This Week