ବିଦ୍ୟୁତ୍‌ ଫାଶରେ ଦନ୍ତା ମୃତ

କାମାକ୍ଷାନଗର, ୧୫ା୧୦(ଡି.ଏନ୍‌.ଏ.): ୨୦୧୮ ଅକ୍ଟୋବର ୨୭। ମା’ ଲକ୍ଷ୍ମୀଙ୍କ ପୂଜାରେ ସାରା ଢେଙ୍କାନାଳ ଜିଲା ଉତ୍ସବମୁଖର ହୋଇଉଠିଥିବାବେଳେ ଓଡ଼ାପଡ଼ା ବ୍ଲକ କମଳାଙ୍ଗରୁ ହାତୀକୁ ନେଇ ଆସିଥିଲା ଦୁଃଖଦ ଖବର। ଏକ ବେସରକାରୀ ନିର୍ମାଣକାରୀ ସଂସ୍ଥାକୁ ଟଣାଯାଇଥିବା ଉଚ୍ଚ କ୍ଷମତାସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର ନେଇଥିଲା ୭ ହାତୀଙ୍କ ଜୀବନ। ଘଟଣାର ଦୀର୍ଘ ୪ ବର୍ଷ ପରେ ଶୁକ୍ରବାର ଏହାର ପୁନରାବୃତ୍ତି ହୋଇଛି। ବାର୍‌ହା ଶିକାର ପାଇଁ ଜମିରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଭୁବନ ରେଞ୍ଜ୍‌ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଙ୍କିଆ ଗ୍ରାମ କଇଁଥଗୋଡା ନିକଟରେ ଘଟିଛି ଏହି ଘଟଣା। ମଣ୍ଡପରେ ଧନଦାତ୍ରୀଙ୍କ ଆବାହନ ଚାଲିଥିବାବେଳେ ଏଭଳି ଦନ୍ତା ମୃତ୍ୟୁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଆନୁମାନିକ ୩୦ ବର୍ଷ ବୟସର ଉକ୍ତ ଦନ୍ତା ମୃତଦେହ ଜମିରେ ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଭୋର୍‌ ସମୟରେ ଦେଖିବାକୁ ପାଇଥିଲେ। ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଦନ୍ତା ଶୁଣ୍ଢରେ ଗଭୀର ଆଘାତ ଲାଗିବା ସହ ରକ୍ତ ଝରିଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତମାନେ କୌଶଳକ୍ରମେ ଅଧିକାଂଶ ଜିଆଇ ତାର କାଟି ନେଇଛନ୍ତି। ତେବେ ହାତୀର ମୃତଦେହ ତଳେ ଥିବା କିଛି ଜିଆଇ ତାରକୁ ସେମାନେ ବାହାର କରିପାରି ନ ଥିଲେ, ଯାହାକୁ ବନ ବିଭାଗ ଜବତ କରିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି, ହାତୀ ଏବଂ ବାର୍‌ହା ପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। କେତେଜଣ ଦୁର୍ବୃତ୍ତ ବାର୍‌ହା ଶିକାର କରିବାକୁ ଜିଆଇ ତାର ବିଛାଇ ବିଦ୍ୟୁତ୍‌ ଚାର୍ଜ କରୁଛନ୍ତି। ଏଥିରେ ଛନ୍ଦି ହୋଇ ହାତୀଟିର ମୃତ୍ୟୁ ଘଟିଛି।
ବନ ବିଭାଗର ସୂଚନା ଅନୁଯାୟୀ ଗତ ଗୁରୁବାର ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିଲେ। ତେବେ ଅନ୍ୟ ହାତୀଟି କୁଆଡ଼େ ଗଲା ତାହା ଅସ୍ପଷ୍ଟ ରହିଛି। ସୂଚନା ପାଇ ସହକାରୀ ବନ ସଂରକ୍ଷକ ସୁବ୍ରତ କୁମାର ପାତ୍ର, ଭୁବନ ରେଞ୍ଜ ଅଧିକାରୀ ଅନିତା ସେଠୀ ପ୍ରମୁଖ ସଦଳବଳ ପହଞ୍ଚତ୍ ତଦନ୍ତ କରିଛନ୍ତି। ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏ ସମ୍ପର୍କରେ ବ୍ୟବଚ୍ଛେଦ କରିଥିବା ଡାକ୍ତର ଉଦୟନାଥ ମହାଳିକ କୁହନ୍ତି, ବିଦ୍ୟୁତ୍‌ ଆଘାତରୁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri