ଏକୁଲ ବିକାଶରେ ‘ପିଛୁଳି’ ବେଡ଼ି

କାମାକ୍ଷାନଗର,୭।୮(ସୁଧୀର ପରିଡ଼ା): ସରକାରୀସ୍ତରରେ ନିରନ୍ତର ଉଦ୍ୟମ ସତ୍ତ୍ୱେ ଏବେ ବି ମୁଖ୍ୟସ୍ରୋତ ସହ ଯୋଡ଼ି ହୋଇପାରିନାହିଁ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତର ଏକୁଲ। ପ୍ରବାହିତ ବଣୁଆ ନାଳ ‘ପିଛୁଳି’ ପାଇଁ ବର୍ଷା ଦିନେ ଅକଥନୀୟ କଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ। ବାରମ୍ବାର ଦାବି ସତ୍ତ୍ୱେ ନାଳ ଉପରେ ସେତୁ ନିର୍ମାଣ ହେଉ ନ ଥିବାରୁ ବର୍ଷା ୪ ମାସ ଧରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡୁଛି ଏହି ଉପାନ୍ତ ଅଞ୍ଚଳ।
ଆଦିବାସୀବହୁଳ କଙ୍କଡ଼ାହାଡ଼ ବ୍ଲକର ଏକୁଲର ବିକାଶ ପାଇଁ କରାଯାଇଛି ଲମ୍ବା ତାଲିକା। ହେଲେ ଅଞ୍ଚଳର ଭୌଗୋଳିକ ସ୍ଥିତି କାରଣରୁ ସବୁ ଯୋଜନା ଫସର ଫାଟୁଛି। ଉପାନ୍ତ ଏକୁଲ ଉପରେ ନିର୍ଭର କରୁଥିବା ସେକୁଲ, କୋଟ, ପୁଟ୍ଟିପାଳ ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ମଧ୍ୟ ଏହାଦ୍ୱାରା ଊଣା ଅଧିକେ ପ୍ରଭାବିତ ହେଉଛନ୍ତି। ଏକୁଲ ଗ୍ରାମକୁ ଅଦ୍ୟାବଧି ସବୁଦିନିଆ ସଡ଼କ ନିର୍ମାଣ ହୋଇପାରିନାହିଁ। ବର୍ଷାଦିନେ ପାହାଡ଼ ପାଣି ଖସି ପିଛୁଳି ନାଳ ଭୟଙ୍କର ରୂପ ଧାରଣ କରୁଛି। ସେତୁ ନ ଥିବାରୁ ଗମନାଗମନ ଠପ୍‌ ହୋଇଯାଉଛି। ଜରୁରୀ କାର୍ଯ୍ୟ ପଡ଼ିଲେ ଲୋକେ ଜୀବନକୁ ବାଜି ଲଗାଇ ନାଳ ପାର ହେଉଛନ୍ତି। ବର୍ଷା ଦିନକୁ ବାଦ୍‌ଦେଲେ ଅନ୍ୟ ସମୟରେ ମଧ୍ୟ ନାଳରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ କଷ୍ଟକର ହୋଇପଡୁଛି। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଭାରରେ ବୋହି ନାଳ ପାର୍‌ କରିବା ପରେ ସେଠାରେ ଅପେକ୍ଷାରତ ଆମ୍ବୁଲାନ୍ସ ଡାକ୍ତରଖାନାରେ ପହଞ୍ଚାଉଛି।
ଏକୁଲ, ସେକୁଲ, କୋଟ, ପୁଟିପାଳକୁ ମୁଖ୍ୟସ୍ରୋତରେ ଯୋଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। କିଛି ମାସ ତଳେ ଜିଲାପାଳ ପ୍ରଶାସନିକ ଅଧିକାରୀଙ୍କ ସହ ପୁଟ୍ଟିପାଳ ଏବଂ ଏକୁଲ ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଥିଲେ। ଅପହଞ୍ଚ ଅଞ୍ଚଳବାସୀଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଖୁବ୍‌ଶୀଘ୍ର ନାଳ ଉପରେ ବ୍ରିଜ୍‌ ନିର୍ମାଣ କରାଯିବ ବୋଲି ମଧ୍ୟ କହିଥିଲେ। ହେଲେ ଅଦ୍ୟାବଧି ସେହି କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଶିଳ୍ପ ଜିଲା ଢେଙ୍କାନାଳର ଉପାନ୍ତ ଅଞ୍ଚଳକୁ ସବୁଦିନିଆ ସଡ଼କ ନିର୍ମାଣ ହୋଇ ନ ପାରିବା ଏବଂ ‘୫-ଜି’ ଯୁଗରେ ମୋବାଇଲ ନେଟ୍‌ଓ୍ବର୍କ ଖୋଜାପଡିବା ପରିତାପର ବଷୟ ବୋଲି ଅଞ୍ଚଳବାସୀ କହିଛନ୍ତି।
ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ କୁହନ୍ତି, ସେ ନୂଆକରି ଯୋଗ ଦେଇଛନ୍ତି। ଅଞ୍ଚଳର ବାସ୍ତବ ସମସ୍ୟା ବିଷୟରେ ତାଙ୍କର ବିଶେଷ ଧାରଣା ନାହିଁ। ତଥାପି ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ସରିଛି। ଖୁବ୍‌ଶୀଘ୍ର ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବା ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?