ଜନ୍ମରୁ ଦିବ୍ୟାଙ୍ଗ ଅଶ୍ରୁମୋଚନ, ନିଟ୍‌ରେ ସଫଳ

ଢେଙ୍କାନାଳ ଅଫିସ,୬ା୮(ରତନ ନାୟାର)ଜନ୍ମରୁ ଦିବ୍ୟାଙ୍ଗ। ବଙ୍କା ହୋଇଯାଇଛି ଦୁଇ ହାତ। ଗୋଡ଼ରେ ବି ସମାନ ସମସ୍ୟା। ସ୍ବାଭାବିକ ଜୀବନ ଜିଇବା କାଠିକର ପାଠ। ହେଲେ ଦୃଢ଼ ମନୋବଳ ଆଗରେ ହାରିଯାଇଛି ଭିନ୍ନକ୍ଷମତା। ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୩,୭୦୦ ର଼୍ୟାଙ୍କ୍‌ ରଖି ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୂଳ ପଞ୍ଚାୟତ ଆମ୍ବପଡ଼ା ଗ୍ରାମର ଅଶ୍ରୁମୋଚନ ନାୟକ। ଡାକ୍ତରୀ ପାଠପଢ଼ା ପ୍ରତି ନିଷ୍ଠା ତାଙ୍କୁ ସଫଳତା ଆଣି ଦେଇଥିବାବେଳେ ସେ ପାଲଟିଛନ୍ତି ଅନ୍ୟମାନଙ୍କ ଲାଗି ପ୍ରେରଣା।
ଆମ୍ବପଡ଼ା ଗ୍ରାମର ମୂଳବାସିନ୍ଦା ତଥା ଢେଙ୍କାନାଳ କଣ୍ଟାନାଳୀ ବାଇପାସ୍‌ରେ ରହୁଥିବା ବିଜୟ ନାୟକ ଏବଂ ବୀରଞ୍ଜିନୀ ନାୟକଙ୍କ ଦୁଇ ଝିଅପୁଅଙ୍କ ମଧ୍ୟରେ ଅଶ୍ରୁମୋଚନ ହେଉଛନ୍ତି ସାନ। ତାଙ୍କୁ ସମସ୍ତେ ଜଗା ଡାକନ୍ତି। ଜନ୍ମ ସମୟରେ ଶାରୀରିକ ଭିନ୍ନକ୍ଷମତା ଯୋଗୁ ପରିବାର ଲୋକେ ତାଙ୍କ ବଞ୍ଚତ୍ବା ଆଶା ଛାଡ଼ିଦେଇଥିଲେ। ବାରମ୍ବାର ଅସୁସ୍ଥତା ଯୋଗୁ ସେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ। ଫଳରେ ୫ ବର୍ଷ ହୋଇଥିବାବେଳେ ବେଙ୍ଗାଲୁରୁର ସତ୍ୟସାଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହେବାକୁ ପଡ଼ିଥିଲା। ୨୦୦୯ରୁ ୨୦୧୩ ଯାଏ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଅଶ୍ରୁମୋଚନ ଧୀରେ ଧୀରେ ସୁସ୍ଥ ହେଲେ। ତେବେ ଦୀର୍ଘଦିନ ଧରି ମେଡିକାଲ ଶଯ୍ୟାରେ ପଡ଼ିରହିବା ଏବଂ ଯନ୍ତ୍ରଣା ଭୋଗିବା ତାଙ୍କ ମନରେ ଡାକ୍ତରଟିଏ ହେବାକୁ ତୀବ୍ର ଇଚ୍ଛା ସୃଷ୍ଟି କରିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ମା’ବାପା ସୁକିନ୍ଦାସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ତାଙ୍କର ନାମ ଲେଖାଇଥିଲେ। ୧୦ମ ପରୀକ୍ଷାରେ ସେ ୯୨% ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ। ଏହାପରେ ଢେଙ୍କାନାଳ ଡିପିଏସ୍‌ରୁ ଦ୍ୱାଦଶରେ ୯୦% ମାର୍କ ରଖି ପାସ୍‌ କରିଥିଲେ। ଏହାପରେ ଅନ୍‌ଲାଇନ୍‌ରେ ଅଶ୍ରୁମୋଚନ ନିଟ୍‌ ପରୀକ୍ଷା ପାଇଁ ନିଷ୍ଠାର ସହ ପ୍ରସ୍ତୁତି ଚଳାଇଥିଲେ। ପ୍ରଥମ ପ୍ରଚେଷ୍ଟାରେ ସେ ଏଭଳି ସମ୍ମାନଜନକ ସର୍ବଭାରତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଢେଙ୍କାନାଳ ମାଟିକୁ ଗର୍ବିତ କରିଛନ୍ତି। ଅଶ୍ରୁମୋଚନ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଡାକ୍ତରୀ ପାଠ ଅଧ୍ୟୟନ କରିବାର ସୁଯୋଗ ଲାଭ କରିଛନ୍ତି।
ନିଜ ପ୍ରତିକ୍ରିୟାରେ ଅଶ୍ରୁମୋଚନ କୁହନ୍ତି, ଦୃଢ଼ ମନୋବଳ ଯୋଗୁ ଏହି ସଫଳତା ମିଳିଛି। ଜଣେ କାର୍ଡିଓଲୋଜି ସ୍ପେଶାଲିଷ୍ଟ ହେବାକୁ ତାଙ୍କର ଇଚ୍ଛ। ମା’ବାପା, ଭଉଣୀ ବିଷ୍ଣୁପ୍ରିୟାଙ୍କ ପ୍ରେରଣା ଏବଂ ସାଇବାବାଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇପାରିଛି। ସୂଚନାଯୋଗ୍ୟ, ଅଶ୍ରୁମୋଚନ ବାମ ହାତରେ ଲେଖୁଥିବାବେଳେ ଭଲ ଚିତ୍ର ମଧ୍ୟ ଆଙ୍କିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri