ରୋଜଗାରିଆ ପୁଅ ରୋଗରେ

ପାଲଲହଡ଼ା,୧୨ା୮(ଦିବ୍ୟଜ୍ୟୋତି ଦାଶ): ରୋଜଗାରିଆ ପୁଅ ଏବେ ରୋଗଗ୍ରସ୍ତ। ୬ ମାସ ହେଲା ମାନସିକ ବିକୃତି ଦେଖାଦେଇଥିବାରୁ ଉପାୟଶୂନ୍ୟ ହୋଇପଡ଼ିଛନ୍ତି ବୃଦ୍ଧ ମାତା ପିତା। ଚିକିତ୍ସା ପାଇଁ ଅନେକଥର ଚେଷ୍ଟା କରିଛନ୍ତି। ହେଲେ ଆର୍ଥିକ ଦୁରବସ୍ଥା ଯୋଗୁ ପୁଅକୁ ଭଲ କରିବା ସମ୍ଭବ ହୋଇପାରିନାହିଁ। ତେଣୁ ଗୋଡ଼ରେ ବେଡି ପକାଇ ଘରେ ରଖିଥିବା ପରିବାର ଲୋକେ ପୁଅଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ମେଡିକାଲକୁ ଆଣିଥିଲେ। ସେଠାରେ ଏପରି ଦୃଶ୍ୟ ଦେଖି କେତେଜଣ ବୁଦ୍ଧିଜୀବୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସମ୍ପୃକ୍ତ ମାନସିକ ରୋଗୀଙ୍କ ଗୋଡ଼ରୁ ବେଡ଼ି ଖୋଲାଯାଇ ଚିକିତ୍ସା କରାଯାଇଥିଲା।
ସୂଚନା ଅନୁଯାୟୀ, ପାଲଲହଡ଼ା ବ୍ଲକ ଝାରବେଡା ପଞ୍ଚାୟତ କଦଳୀବାରି ଗାଁର ୨୫ ବର୍ଷୀୟ ଯୁବକ ହେଲେ ଗାରଦୀ ବିରୁଆ। ଗାରଦୀଙ୍କ ପରିବାର କହିଲେ ସ୍ତ୍ରୀ, ବୃଦ୍ଧ ମାତା ଓ ପିତା କାହ୍ନୁ ବିରୁଆ। ଗାରଦୀ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ଗାଁରେ ମୂଲମଜୁରି କରି ପରିବାର ଚଳାଇ ଆସୁଥିଲେ। ହେଲେ ୬ ମାସ ତଳେ ହଠାତ ତାଙ୍କ ମାନସିକ ସ୍ଥିତି ଖରାପ ହୋଇଯାଇଥିଲା। ପରିବାର ଲୋକେ ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ ଏଥିରେ ଅର୍ଥ ବାଧକ ସାଜିଥିଲା। ତେଣୁ ଅଧିକ ଚିକିତ୍ସା କରି ନ ପାରି ପରିବାର ଲୋକେ ନିରାଶ ହୋଇଥିଲେ। ଦିନକୁ ଦିନ ଗାରଦୀଙ୍କ ମାନସିକ ଅବସ୍ଥା ଅଧିକ ବିଗିଡ଼ିବା ସହ ତାଙ୍କ ଆଚରଣରେ ଉଗ୍ରତା ଦେଖିବାକୁ ମିଳିଥିଲା। ତେଣୁ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କୁ ଶିକୁଳିରେ ବାନ୍ଧି ଘରେ ରଖିଥିଲେ। ଗତ ବୁଧବାର ଗାରଦୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଗୋଡରେ ବେଡି ବନ୍ଧା ଯାଇଥିବା ଦେଖି କେତେଜଣ ବୁଦ୍ଧିଜୀବୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଗାରଦୀଙ୍କ ଗୋଡ଼ରୁ ବେଡ଼ି ଖୋଲାଯାଇ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବା ସହ ଅଧିକ ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏ ସମ୍ପର୍କରେ ଉପଖଣ୍ଡ ଡାକ୍ତରଖାନାର ଡାକ୍ତର କହିଛନ୍ତି, ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସୁବିଧା ଅନୁଯାୟୀ ଗାରଦୀଙ୍କ ଚିକିତ୍ସା କରାଯାଇଛି। ଉନ୍ନତ ଚିକିତ୍ସାର ଆବଶ୍ୟକତା ଥିବାରୁ ତାଙ୍କୁ ଅନୁଗୋଳ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri