ଢେଙ୍କାନାଳ

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ହୀନସ୍ତା: ୯ ବର୍ଷ ହେଲା ଏକ୍ସ-ରେ ମେଶିନ ଅଚଳ

କାମାକ୍ଷାନଗର, ୨୬।୬(ଡି.ଏନ୍‌.ଏ.)- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏକ୍ସ-ରେ ମେଶିନ ୯ ବର୍ଷ ହେଲା ଅଚଳ ହୋଇପଡ଼ିଛି। କର୍ମଚାରୀ ଅଭାବ ସମସ୍ୟା ଆଳ ଦେଖାଇ ସ୍ବାସ୍ଥ୍ୟ ବିଭାଗ ନିଜ ମୁଣ୍ଡରୁ ଦୋଷ ବାହାର କରିଦେଉଥିବାବେଳେ ହଜାର ହଜାର ରୋଗୀ ହୀନସ୍ତା ହେଉଛନ୍ତି।…

ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ:ପ୍ରଥମ ସ୍ତ୍ରୀ କହି ଧାରଣା

କାମାକ୍ଷାନଗର, ୨୫ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ କଲିକତାରୁ ଆସିଥିବା ଜନୈକା ମହିଳା ରବିବାର ରାତିରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ସହ ତାଙ୍କର ସମ୍ପର୍କ ଥିବା ଏବଂ ତାଙ୍କୁ ବିବାହ…

ବ୍ୟାଙ୍କ ଲୁଟ୍‌ ଉଦ୍ୟମ ବିଫଳ : ସାଇରନ ବାଜିବାରୁ ଛାଡ଼ି ପଳାଇଲେ ଲୁଟେରା

ଢେଙ୍କାନାଳ ଅଫିସ, ୨୪ା୬: ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମବେଳେ ସାଇରନ୍‌ ବାଜିବାରୁ ଲୁଟେରାମାନେ ଛାଡ଼ି ପଳାଇଛନ୍ତି। ତାଲା ଭାଙ୍ଗି ଷ୍ଟ୍ରଙ୍ଗ୍‌ରୁମ୍‌ ତାଡ଼ି ଖୋଲିବା ପରେ ସାଇରନ ବାଜିବାରୁ ସମ୍ମୁଖରେ ଥିବା ଟାଉନ୍‌ ପୋଲିସ…

ବନ୍ଦ ହେବ ସାଇ ସ୍ପୋଟର୍‌ସ ହଷ୍ଟେଲ

ଢେଙ୍କାନାଳ ଅଫିସ, ୨୪ା୬: ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳସ୍ଥିତ ସ୍ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଏବେ ସମସ୍ୟା ଅଳନ୍ଧୁରେ ଘାଣ୍ଟି ହେଉଛି। ଦକ୍ଷ କୋଚ୍‌, କ୍ରୀଡ଼ା ଭିତ୍ତିଭୂମିର ଅଭାବ ଏହି ଜାତୀୟ କ୍ରୀଡ଼ା ଅନୁଷ୍ଠାନକୁ…

୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬: ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ ଢେଙ୍କାନାଳରେ ରଥ ନିର୍ମାଣ ଧିମେଇଛି। ଅନ୍ୟ ଉପାୟ ନ ଥିବାରୁ ରଥ କାମରେ…

ସମଗ୍ର ଶିକ୍ଷା ସମୀକ୍ଷା : ୨୬ ସ୍କୁଲର ଉନ୍ନତି ପାଇଁ ପାରାମିଟର ପ୍ରସ୍ତୁତ

ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ଶୁକ୍ରବର ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ କହିଲେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଜିଲାର ୨୬ ସ୍କୁଲର ଉନ୍ନତି ପାଇଁ…

ବିପଦସଙ୍କୁଳ ରାମିଆଳ ସେତୁ

କାମାକ୍ଷାନଗର, ୨୩।୬(ଡି.ଏନ୍‌.ଏ.) – କାମାକ୍ଷାନଗର ସଦରରୁ ପରଜଙ୍ଗକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥର ଆଳତୁମାଠାରେ ରାମିଆଳ ନଦୀ ଉପରେ ନିର୍ମାଣ ସେତୁ ବିପଦସଙ୍କୁଳ ହୋଇପଡ଼ିଛି। ଖାଲଖମାରେ ଭର୍ତ୍ତି ହୋଇ ପଡ଼ିଥିବା ବ୍ରିଜ୍‌ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷାରେ ସେତୁ ଉପରେ…

ଶହୀଦଙ୍କ ପରିବାରକୁ ଭେଟିଲେ ଏମ୍‌ପି : ଅଜିତଙ୍କ ନାମରେ ହେବ ଖେଳପଡ଼ିଆ

କାମାକ୍ଷାନଗର, ୨୩।୬ (ଡି.ଏନ୍‌.ଏ.) – ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶହୀଦ ଅଜିତ ସାହୁଙ୍କ ପରିବାରକୁ ଶନିବାର ଅପରାହ୍ନରେ ଭେଟିଛନ୍ତି ଏମ୍‌ପି ମହେଶ ସାହୁ। ଏପରି କଷ୍ଟକର ସମୟରେ ସମସ୍ତେ ପରିବାର ସହ ଅଛନ୍ତି ବୋଲି ସେ ଶୋକସନ୍ତପ୍ତ ମା’…

ଗଜ ସୁରକ୍ଷା ପାଇଁ ଆକ୍ସନ ପ୍ଲାନ୍‌ : ହାତୀ ଗତିବିଧି ଜଗିବ ଡ୍ରୋନ୍‌

ଢେଙ୍କାନାଳ ଅଫିସ, ୨୩।୬ – ହାତୀ ପାଇଁ ସାରା ଦେଶରେ ନଁା କରିଛି ଢେଙ୍କାନାଳ। ରାଜ୍ୟରେ ସାତକୋଶିଆ ପରେ ହାତୀସଂଖ୍ୟାରେ ଜିଲାକୁ ମିଳିଛି ଦ୍ୱିତୀୟ ସ୍ଥାନ। ଅନ୍ୟପଟେ ଜିଲାର ସଂରକ୍ଷିତ ଜଙ୍ଗଲ ତଳି ଅଞ୍ଚଳରେ ହାତୀ-ମଣିଷ ମଧ୍ୟରେ ଚାଲିଥିବା ଅହରହ ସଂଘର୍ଷ…

୨ କାର ମୁହାଁମୁହିଁ ଧକ୍କା : ସ୍ବାମୀ, ସ୍ତ୍ରୀଙ୍କ ଜୀବନ ଗଲା, ୪ ଗୁରୁତର

ଭାପୁର,୨୨।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଜରିପାଳ ନିକଟରେ ଶନିବାର ଅପରାହ୍ନରେ ୨ଟି କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ(୭୩) ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତ୍ତିଙ୍କ…

ଶୌଚାଳୟ ଟାଙ୍କିରେ ଖସିପଡ଼ିଲେ ମା’, ଛୁଆହାତୀ: ବନ ବିଭାଗ କଲା ଉଦ୍ଧାର

ପରଜଙ୍ଗ,୨୨ା୬ (ଡି.ଏନ୍‌.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସାଆନ୍ଦା ତଳବେରଣା ଗ୍ରାମରେ ଶନିବାର ଭୋର ସମୟରେ ଗ୍ରାମର ପ୍ରମୋଦ ପାଳଙ୍କ ଶୌଚାଳୟ ଟାଙ୍କିରେ ଖସି ପଡିଥିଲେ ମା’ ଓ ଛୁଆହାତୀ। ଏହାକୁ ପରିବାର ଲୋକ ଦେଖି…

ଜୁନିୟର କଲେଜ ଯୁକ୍ତ ୨ ପରୀକ୍ଷା ଫଳ; ବାଣିଜ୍ୟରେ ୯୨.୩୯%, କଳାରେ ୭୭.୭୭% ପାସ୍‌

ଢେଙ୍କାନାଳ ଅଫିସ, ୨୧।୬-ଢେଙ୍କାନାଳ ଜୁନିୟର କଲେଜରେ ଯୁକ୍ତ୨ ବାଣିଜ୍ୟ ଏବଂ କଳା ବିଭାଗ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନ ୪ଟାରେ ପ୍ରକାଶିତ ହୋଇଛି। ବାଣିଜ୍ୟରେ ଐଶ୍ୱର୍ଯ୍ୟା ସାହୁ ଏବଂ କଳାରେ ରାଜଲକ୍ଷ୍ମୀ ପଣ୍ଡା କଲେଜ ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?