ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ:ପ୍ରଥମ ସ୍ତ୍ରୀ କହି ଧାରଣା

କାମାକ୍ଷାନଗର, ୨୫ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ କଲିକତାରୁ ଆସିଥିବା ଜନୈକା ମହିଳା ରବିବାର ରାତିରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଅ ସହ ତାଙ୍କର ସମ୍ପର୍କ ଥିବା ଏବଂ ତାଙ୍କୁ ବିବାହ କରିଥିବା ମହିଳା ଜଣକ ଦାବି କରିଥିଲେ। ଏଥିସହ ଯୁବକ ଜଣକ ଅନ୍ୟ କେଉଁଠି ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ କରି ନ୍ୟାୟ ଦାବିରେ ଧାରଣାରେ ବସିଥିଲେ।
ଅଭିଯୋଗ ମୁତାବକ, କଲିକତାର ସମ୍ପୃକ୍ତା ମହିଳା(୨୯)ଙ୍କୁ କାମାକ୍ଷାନଗର ଥାନା ଅଞ୍ଚଳର ଯୁବକ ଜଣକ ବିବାହ କରି ୧୦ ବର୍ଷ ଧରି ଏକାଠି କଲିକତାରେ ରହିଥିଲେ। ହେଲେ ୨ ବର୍ଷ ହେବ ଯୁବକ ସେଠାରୁ ପଳାଇ ଆସି ଭୁବନେଶ୍ୱରରେ ରହୁଛନ୍ତି। ସମ୍ପୃକ୍ତା ମହିଳାଙ୍କ ସହ କୌଣସି ଯୋଗାଯୋଗ ନ ରଖିବା ସହ ଯୁବକ ଜଣକ ଅନ୍ୟତ୍ର ବିବାହ କରିଥିବା ମହିଳା ଅଭିଯୋଗ କରିଛନ୍ତି। ଏହା ଜାଣିବା ପରେ ରବିବାର ରାତିରେ ମହିଳା ଜଣକ କାମାକ୍ଷାନଗର ଆସି ଯୁବକଙ୍କ ଘର ଆଗରେ ଧାରଣା ଦେଇଥିଲେ। ଯୁବକଙ୍କ ପରିବାର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ସେ କହିଛନ୍ତି। ଖବରପାଇ କାମାକ୍ଷାନଗର ପୋଲିସ ଓ ଗ୍ରାମବାସୀ ସମ୍ପୃକ୍ତ ମହିଳାଙ୍କୁ ବୁଝାଶୁଝା କରିଥିଲେ। ଆଇଆଇସି ନିରଞ୍ଜନ ସେଠୀ କୁହନ୍ତି, ଗ୍ରାମବାସୀ ଓ ଥାନା ପକ୍ଷରୁ ବୁଝାଶୁଝା ପରେ ମହିଳା ଜଣକ କଲିକତା ଫେରିଯାଇଛନ୍ତି। ସେ ବିବାହର ପ୍ରମାଣ ପତ୍ର ଧରି ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri