ଫେରାର ହେବାକୁଯାଇ ପୋଖରୀକୁ ଡେଇଁପଡ଼ିଲେ
ଢେଙ୍କାନାଳ ଅଫିସ, ୧୬।୭: ରାତିଅଧିଆ ଦୋକାନ ତାଲା ଭାଙ୍ଗି ଚୋରି କରୁଥିବାବେଳେ ମାଡ଼ିବସିଲା ପୋଲିସ। ପୋଲିସ କବ୍ଜାରୁ ଖସିଯିବାକୁ ଉଦ୍ୟମ କରି ଜଣେ ଅଭିଯୁକ୍ତ ଡେଇଁପଡ଼ିଲେ ପୋଖରୀକୁ। ହେଲେ ପୋଖରୀ ଭିତରେ ପଶି ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ…
କାମକରୁନି ଏଚ୍ଆଇଭି ପରୀକ୍ଷଣ ମେଶିନ
ଢେଙ୍କାନାଳ ଅଫିସ, ୧୬।୭: କରୋନା ସଙ୍କଟ ସମୟରେ ବଡ଼କଷ୍ଟରେ ଆୟୋଜନ କରାଯାଉଛି ରକ୍ତଦାନ ଶିବିର। ରକ୍ତ ଭଣ୍ଡାରକୁ ସଂଗୃହୀତ ଆସୁଛି ରକ୍ତ। ହେଲେ ଏହା ରୋଗୀଙ୍କ କାମରେ ଆସୁନି। କାରଣ ରକ୍ତ ପରୀକ୍ଷଣ ଲାଗି ବ୍ୟବହୃତ ଏଚ୍ଆଇଭି ପରୀକ୍ଷଣ ମେଶିନ ହିଁ…
ଅଫିସ୍ରେ ଭଡ଼ାଟିଆ ଠିକାସଂସ୍ଥା
ପରଜଙ୍ଗ, ୧୫।୭(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଜଳ ଓ ପରିମଳ ବିଭାଗ (ଆର୍ଡବ୍ଲ୍ୟୁଏସ୍ଏସ୍)-୧ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ୮ବର୍ଷ ହେଲା ଭଡ଼ାରେ ଲାଗିଛି। ଜଣେ ଠିକାସଂସ୍ଥାଙ୍କୁ ମାସିକ ୧୨ ହଜାର ଟଙ୍କାରେ ଉକ୍ତ ଅଫିସ୍ ଭଡ଼ାସୂତ୍ରରେ ଦିଆଯାଇଛି। ଦୁଇ…
ବ୍ଲକ ଯୋଡ଼ିପାରନ୍ତା ବଡ଼କମର ସେତୁ
ଢେଙ୍କାନାଳ ଅଫିସ,୧୪ା୭ ବ୍ରାହ୍ମଣୀ ନଦୀରେ ସେତୁଟିଏ ହେଲେ ଏହା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିପାରନ୍ତା। ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା କରିପାରନ୍ତା। ଢେଙ୍କାନାଳ ସଦର ମହକୁମାରୁ ଓଡାପଡା ବ୍ଲକ…
ହକ୍ ପାଇଁ ୧୪ ବର୍ଷର ଲଢ଼େଇ
ପରଜଙ୍ଗ, ୧୩।୭(ଡି.ଏନ.ଏ.) ଜନ୍ମରୁ ଆଖିକୁ ଦିଶୁନି କି କାନକୁ ଶୁଭୁନି। ଶାରୀରିକ କ୍ଷେତ୍ରରେ ୮୦% ଦିବ୍ୟାଙ୍ଗ ବୋଲି ୧୪ବର୍ଷ ତଳୁ ସାର୍ଟିଫିକେଟରେ ମୋହର ମାରିସାରିଛି ପ୍ରଶାସନ। ଏହାସତ୍ତ୍ୱେ ଦିବ୍ୟାଙ୍ଗ ଭତ୍ତା ଖଣ୍ଡିଏ ପାଇଁ ଧାଇଁ ଧାଇଁ ଥକିଗଲେଣି ପରଜଙ୍ଗ ବ୍ଲକ କୁମୁସୀ…
ଗଳିକନ୍ଦିରେ ଧଳାଜହର
ଢେଙ୍କାନାଳ ଅଫିସ, ୧୩।୭: ଧଳାଜହର ବ୍ୟବସାୟର ନୂଆ ଠିକଣା ପାଲଟିଛି ଢେଙ୍କାନାଳ। ଗଳିକନ୍ଦିରେ ଖୋଲାଖୋଲି ବିକ୍ରି ହେଉଛି ବ୍ରାଉନସୁଗାର। ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ବେଆଇନ ବ୍ୟବସାୟ ଧୀରେ ଧୀରେ କାୟା ବିସ୍ତାର କରି…
କଲେଜ ବାଇପାସ୍-ବସ୍ଷ୍ଟାଣ୍ଡ ଦୁଇଥାକିଆ ରାସ୍ତା: ମୋହର ଅପେକ୍ଷାରେ ପ୍ରସ୍ତାବ
ଢେଙ୍କାନାଳ ଅଫିସ, ୧୨ା୭: ଢେଙ୍କାନାଳ ସହର ଉପକଣ୍ଠ କଲେଜ ବାଇପାସ୍ ଛକଠାରୁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ ପ୍ରସ୍ତାବକୁ ମୋହର ବାଜିପାରୁନି। ଏହି ରାସ୍ତାର ଉନ୍ନତୀକରଣ ଲାଗି ଗତ ଫେବୃୟାରୀରୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ହେଲେ କରୋନା ପ୍ରାଦୁର୍ଭାବ…
ଏହି ୮ ହଟ୍ସ୍ପଟ୍ ଜିଲାର ଲୋକଙ୍କୁ ଢେଙ୍କାନାଳ ମନା
ଢେଙ୍କାନାଳ ଅଫିସ,୧୧ା୭: ରାଜ୍ୟର ୮ଟି ହଟ୍ସ୍ପଟ୍ ଜିଲାର ଲୋକଙ୍କୁ ଢେଙ୍କାନାଳରେ ପ୍ରବେଶ ମନା। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ୱର, ସୁନ୍ଦରଗଡ଼…
ଯୋଜନା ବଦଳାଇ ଚଢ଼ାଉ
ଓଡ଼ାପଡ଼ା, ୧୧ା୭(ଡି.ଏନ୍.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକରେ ଲଘୁ ଖଣିଜ ଚୋରାଚାଲାଣ ପାଇଁ ସ୍ବତନ୍ତ୍ର ଭାବେ ହ୍ବାଟ୍ସଆପ୍ ଗ୍ରୁପ୍ କରାଯିବା ଏବଂ ଏଥିରେ କେତେଜଣ ଅଧସ୍ତନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେବା ପରେ ଅଧିକାରୀଙ୍କ ମୁଣ୍ଡବ୍ୟଥା ବଢ଼ିଛି।…
ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଲା ‘ଆହାର’
ଢେଙ୍କାନାଳ ଅଫିସ, ୧୧ା୭ – ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୁକ୍ରବାର ନୂତନ ଆହାର କେନ୍ଦ୍ରରେ ଶୁକ୍ରବାର ନୂତନ ଆହାର କେନ୍ଦ୍ର ଲୋକାର୍ପିତ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଦିନବେଳା…
ଖଣିଜ ଚୋରା ଚାଲାଣ ପାଇଁ ହ୍ବାଟ୍ସଆପ୍ ଗ୍ରୁପ୍
ଓଡ଼ାପଡ଼ା,୧୦।୭(ଡି.ଏନ୍.ଏ.)ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲରେ ବାଡ଼ ଖାଉଛି ଫସଲ। ଚଢ଼ାଉ ପୂର୍ବରୁ ପ୍ରଶାସନର ବ୍ଲୁ-ପ୍ରିଣ୍ଟ ସମ୍ପର୍କରେ ତହସିଲ କର୍ମଚାରୀ ଅସାଧୁ ବ୍ୟବସାୟୀଙ୍କୁ ପଠାଇ ଦେଉଛନ୍ତି ସୂଚନା। ଏଥିପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଛି ହ୍ବାଟ୍ସଆପ୍ ଗ୍ରୁପ୍। ଅଧିକାରୀମାନେ ଚଢ଼ାଉ ସମୟରେ କେଉଁ…
ପାଣି ପାଇଁ ବିକଳ ସହରବାସୀ
ଢେଙ୍କାନାଳ ଅଫିସ, ୯।୭: ମୁନ୍ଦାଏ ପାଣି ପାଇଁ ଏଠି ନିତି ସଂଘର୍ଷ। ପାଣି ଚିନ୍ତାରୁ ଆରମ୍ଭ ହୁଏ ସକାଳ। ବର୍ଷା ଦିନେ ବି ମିଳେନି ସମସ୍ୟାରୁ ମୁକ୍ତି। ପାନୀୟଜଳ ପାଇଁ ଯୋଜନା ଶୀତଳଭଣ୍ଡାରରେ ରହିଯାଇଥିବାବେଳେ ସ୍ବାସ୍ଥ୍ୟ ଉପଯୋଗୀ ବିଶୁଦ୍ଧ ପାଣି ପାଇଁ…

