ଖଣିଜ ଚୋରା ଚାଲାଣ ପାଇଁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌

ଓଡ଼ାପଡ଼ା,୧୦।୭(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲରେ ବାଡ଼ ଖାଉଛି ଫସଲ। ଚଢ଼ାଉ ପୂର୍ବରୁ ପ୍ରଶାସନର ବ୍ଲୁ-ପ୍ରିଣ୍ଟ ସମ୍ପର୍କରେ ତହସିଲ କର୍ମଚାରୀ ଅସାଧୁ ବ୍ୟବସାୟୀଙ୍କୁ ପଠାଇ ଦେଉଛନ୍ତି ସୂଚନା। ଏଥିପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଛି ହ୍ବାଟ୍‌ସଆପ୍‌ ଗ୍ରୁପ୍‌। ଅଧିକାରୀମାନେ ଚଢ଼ାଉ ସମୟରେ କେଉଁ ଗାଡ଼ି ବ୍ୟବହାର କରୁଛନ୍ତି, କେତେଜଣ ଯାଉଛନ୍ତି, ଗାଡ଼ିର ନମ୍ବର, ରୁଟ୍‌ ମ୍ୟାପ୍‌ ସବୁ କିଛି ଆଗୁଆ ପହଞ୍ଚତ୍ ଯାଉଛି ଖଣିଜ ଚାଲାଣକାରୀଙ୍କ ପାଖରେ। ତହସିଲର ଜଣେ କର୍ମଚାରୀ ଏବଂ ଚୋରା ବ୍ୟବସାୟୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଭାଇରାଲ ହେବା ପରେ ଏହି କାରବାର ପଛରେ ଏକ ର଼୍ୟାକେଟ କାମ କରୁଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏଥିରୁ ଖଣିଜ ଚୋରା ଚାଲାଣର ଚେର ବହୁତ ଗହୀରକୁ ଲମ୍ବିଥିବା ଅନୁମାନ କରାଯାଉଛି।
ଢେଙ୍କାନାଳ ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ ନିକଟରେ ସ୍ବତନ୍ତ୍ର ଯୋଜନା କରାଯାଇଛି। ଲଘୁ ଖଣିଜ ଚୋରା ଚାଲାଣ ରୋକିବାରେ ବିଫଳ ଓଡ଼ାପଡ଼ା ସମେତ ୬ ବ୍ଲକର ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ଏହାପରେ ବ୍ଲକ ଅଞ୍ଚଳରେ ଚଢ଼ାଉକୁ ଜୋର୍‌ଦାର କରାଯାଇଛି। ହେଲେ ଅସାଧୁ କର୍ମଚାରୀଙ୍କ ସହ ମାଫିଆଙ୍କ ଲିଙ୍କ୍‌ ଯୋଗୁ ପ୍ରଶାସନର ଯୋଜନା ଫସର ଫାଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
୪ ରାଜସ୍ବ ସର୍କଲକୁ ନେଇ ଗଠିତ ଓଡ଼ାପଡ଼ା ତହସିଲ ଲଘୁ ଖଣିଜରେ ଭରପୂର। ଅଞ୍ଚଳରେ ମିଳୁଥିବା କଳାମୁଗୁନି ପଥରର ଚାହିଦା ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି। ବ୍ରାହ୍ମଣୀ ନଦୀର ବାଲି ମଧ୍ୟ ନିର୍ମାଣ କାର୍ଯ୍ୟ ଲାଗି ବେଶ୍‌ ଉପଯୋଗୀ। ଫଳରେ ଏହି ଲଘୁ ଖଣିଜ ଦ୍ରବ୍ୟର ଉତ୍ସଗୁଡ଼ିକ ଉପରେ ଅସାଧୁ ବ୍ୟବସାୟୀଙ୍କ ନଜର ପଡ଼ିଛି। ଦୈନିକ ଶତାଧିକ ଟ୍ରକ୍‌ କଳା ମୁଗୁନି ପଥର ଚୋରାରେ ଉତ୍ତୋଳନ କରାଯାଉଛି। ସେଥିରୁ ପ୍ରସ୍ତୁତ ଚିପ୍ସ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ସୂଚନା ଅନୁଯାୟୀ, ବ୍ଲକରେ ୧୫ ଊର୍ଦ୍ଧ୍ୱ ସଇରାତ ନିଲାମ କରାଯାଇଛି। ଚୋରାରେ ୧୦୦ ଖଣିରୁ ଅଧିକ ଚାଲୁଥିବା ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି। ଏସବୁ ଖାଦାନରେ ଚଢ଼ାଉ କରିବା ଲାଗି ଜିଲା ପ୍ରଶାସନର ନିର୍ଦ୍ଦେଶରେ ତହସିଲ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଗ୍ରୁପ୍‌ ଗଠନ କରାଯାଇଛି। ତେବେ ତଳୁଆ କର୍ମଚାରୀଙ୍କ କାର୍ଯ୍ୟକଳାପ ଯୋଗୁ ଯେଉଁ ଲକ୍ଷ୍ୟ ନେଇ ଉକ୍ତ ଗ୍ରୁପ୍‌ କରାଯାଇଛି ତାହା ସଫଳ ହୋଇପାରୁନାହିଁ। ଚଢ଼ାଉ ପୂର୍ବରୁ ସବିଶେଷ ତଥ୍ୟ ଚୋରା ବ୍ୟବସାୟୀଙ୍କୁ ମିଳିଯାଉଛି। ଫଳରେ ଚୋରା ଖଣିଜ ଦ୍ରବ୍ୟ ରୋକିବାରେ ପ୍ରଶାସନ ସଫଳ ହୋଇପାରୁ ନ ଥିବାବେଳେ ଚଢ଼ାଉ ବେଳେ ଅନେକ ସମୟରେ ଅଧିକାରୀଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ଚୋରାଚାଲାଣ ଯୋଗୁ ମୁନାଫାଖୋର୍‌ ବ୍ୟବସାୟୀ ମାଲାମାଲ ହେଉଥିବାବେଳେ ରାଜସ୍ବ ଆଦାୟ କମି ଚାଲିଛି। ଅନ୍ୟପକ୍ଷରେ ଏପରି କାର୍ଯ୍ୟକଳାପ ଯୋଗୁ ନିଲାମ ନେଇ ଲଘୁ ଖଣିଜ ଦ୍ରବ୍ୟ ଉତ୍ସ ଚଳାଉଥିବା ବ୍ୟବସାୟୀ କ୍ଷତି ସହୁଛନ୍ତି। ଭାଇରାଲ ହୋଇଥିବା ଅଡିଓର ବୈଷୟିକ ଯାଞ୍ଚ କରାଗଲେ ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ବହୁ ତଥ୍ୟ ପଦାକୁ ଆସିବା ସହ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ସମ୍ପର୍କରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଅଡିଓ ଭାଇରାଲ ନେଇ ତାଙ୍କ ନିକଟରେ ସୂଚନା ରହିଛି। ଏ ସଂକ୍ରାନ୍ତରେ ତହସିଲଦାରଙ୍କ ସହ ଆଲୋଚନା କରାଯିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?