ଗଳିକନ୍ଦିରେ ଧଳାଜହର

ଢେଙ୍କାନାଳ ଅଫିସ, ୧୩।୭: ଧଳାଜହର ବ୍ୟବସାୟର ନୂଆ ଠିକଣା ପାଲଟିଛି ଢେଙ୍କାନାଳ। ଗଳିକନ୍ଦିରେ ଖୋଲାଖୋଲି ବିକ୍ରି ହେଉଛି ବ୍ରାଉନସୁଗାର। ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ବେଆଇନ ବ୍ୟବସାୟ ଧୀରେ ଧୀରେ କାୟା ବିସ୍ତାର କରି ଚାଲିଥିବାବେଳେ ନିଶା ବେପାରୀମାନେ ବୈଷୟିକ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀ ଏବଂ ଯୁବପିଢ଼ିଙ୍କୁ ଟାର୍ଗେଟ କରୁଛନ୍ତି।
କରୋନା ମହାମାରୀ ପ୍ରାଦୁର୍ଭାବ ସମୟରେ ଅବକାରୀ ବିଭାଗ ମଦ ଉପରେ ଲଗାଯାଇଥିବା କୋଭିଡ୍‌ ଟ୍ୟାକ୍ସ କଲେକ୍ସନ ନେଇ ବ୍ୟସ୍ତ ରହୁଛନ୍ତି। ଏହାର ସୁଯୋଗରେ ବ୍ରାଉନ୍‌ ସୁଗାର ବ୍ୟବସାୟୀମାନେ ବ୍ୟବସାୟକୁ ଗ୍ରାମାଞ୍ଚଳରେ ପହଞ୍ଚାଇ ସାରିଲେଣି। ସହରର ରାମେଶ୍ୱରପୁର ଓଭରବ୍ରିଜ୍‌, ବାଜିଚୌକସ୍ଥିତ ପୁରୁଣା ଜିଲା ଚିକିତ୍ସାଳୟ ପରିସର, ରାଜବାଟି ନିକଟସ୍ଥ ପାଣିଓହଳା ପାହାଡ ତଳି ଅଞ୍ଚଳରେ ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ଏକ ଶିକ୍ଷାନୁଷ୍ଠାନର ଛାତ୍ରାବାସ, ମହିଷାପାଟ ଅଞ୍ଚଳରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଡ୍ରିଟ୍‌ର ଦୋକାନ ଗୃହ ଭଳି ସ୍ଥାନରେ ଅନାୟାସରେ ଚାଲିଛି ଧଳାଜହର କିଣାବିକା। ହେଲେ ପୋଲିସ କିମ୍ବା ଅବକାରୀ ବିଭାଗ ପକ୍ଷରୁ ଏହାକୁ ରୋକିବା ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ବ୍ରାଉନସୁଗାର ଧରପଗଡ଼ରେ ସେଭଳି ସଫଳତା ମିଳୁ ନ ଥିବା ଅଭିଯୋଗ ହେଉଛି। କେତେବେଳେ କେମିତି ସୂଚନା ମିଳିଲେ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରୁଛି, ଯାହା ନାମକୁମାତ୍ର ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ବାଲେଶ୍ୱର ଜିଲାରୁ ଢେଙ୍କାନାଳକୁ ବ୍ରାଉନ ସୁଗାର ଆସୁଛି। ୧ ଗ୍ରାମ ପ୍ରତି ଏହାର ଦାମ୍‌ ୧୦ ହଜାର ଟଙ୍କା। ତେବେ ସହରରେ ବିକ୍ରି ହେଉଥିବା ଧଳାଜହରରେ ୩୦ ପ୍ରତିଶତ ନକଲି ସାମଗ୍ରୀ ମିଶାଯାଉଛି। ଏହାକୁ ୧ ଗ୍ରାମ୍‌ ପ୍ରତି ୩ ହଜାର ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ବ୍ୟବସାୟ ବଢ଼ାଇବାକୁ ଛୋଟ ଛୋଟ ପୁଡ଼ିଆ କରି ପୁଡ଼ିଆ ପିଛା ୬୫୦ ଟଙ୍କାରେ ବିକ୍ରି ହେଉଛି। ଗତ ୨ବର୍ଷ ହେଲା ସହରରେ ଏହି କାରବାର ବଢ଼ିଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଜିଲା ଅବକାରୀ ଅଧୀକ୍ଷକ ମନୋଜ ସେଠୀ କୁହନ୍ତି, କରୋନା ପାଇଁ ମଦରେ ଲଗାଯାଇଥିବା ସରକାରଙ୍କ ବର୍ଦ୍ଧିତ ଟ୍ୟାକ୍ସ କିପରି ସଂଗ୍ରହ ହେବ ସେଥିଲାଗି ଅଧିକାରୀ ଏବଂ କର୍ମଚାରୀମାନେ ବ୍ୟସ୍ତ ରହୁଛନ୍ତି। ବିଭାଗରେ ମାତ୍ର ୬ଜଣ ଇନ୍ସପେକ୍ଟର, ସବ୍‌ ଇନ୍ସପେକ୍ଟର ଅଛନ୍ତି। କର୍ମଚାରୀ ଅଭାବରୁ ଚଢ଼ାଉରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ମିଳିତ ଚଢ଼ାଉ ହୋଇପାରୁନାହିଁ। ଢେଙ୍କାନାଳ ସହରକୁ ମୁର୍ଶିଦାବାଦ ଅଞ୍ଚଳରୁ ବ୍ରାଉନ ସୁଗାର ଆସୁଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏସ୍‌ପି ଅନୁପମା ଜେମ୍ସ କୁହନ୍ତି, ସହରରେ ପ୍ରବେଶ କରୁଥିବା ବ୍ରାଉନ୍‌ସୁଗାର ସମ୍ପର୍କରେ ତଦନ୍ତ ଜାରି ରହିଛି। କାରବାର ହେଉଥିବା ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri