ଏସ୍ସିବିରେ ଅବ୍ୟବସ୍ଥା, ରୋଗୀ ଅସନ୍ତୁଷ୍ଟ
କଟକ,୨୯ା୫(ଶିଳ୍ପା ପ୍ରିୟଦର୍ଶିନୀ):କଟକ ଏସ୍ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମେଡିକାଲର କେତେକ ସ୍ଥାନରେ ଫ୍ୟାନ୍ ବ୍ୟବସ୍ଥା ନ ଥିବାବେଳ ଆଉ କେତେକ ସ୍ଥାନରେ ଲାଗିଥିବା ଏସିରୁ ଗରମ ପବନ ବାହାରୁଛି। ମେଡିକାଲ ପରିସରରେ ଥିବା ଥାଲାସେମିଆ ବିଭାଗ, ନେଫ୍ରାଲୋଜି, କାର୍ଡିଓଲୋଜି…
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ବାଜିମାରିଲେ ଛାତ୍ରୀ
କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍ ହାର ୯୬.୦୭% ରହିଛି। ଛାତ୍ରୀଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୩୯%…
ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ଘୋଷଣା
କଟକ,୨୫ା୫(କାର୍ତ୍ତିକ ସାହୁ): କଟକ ଜିଲା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟରତ ପୋଲିଂ ଅଫିସର ସୁଜାତା ମିତ୍ରଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲର ୧୧୪ ନମ୍ବର ବୁଥ୍ରେ ପୋଲିଂ ଅଫିସର ଭାବେ କାର୍ଯ୍ୟରତ ଥିବାବେଳେ ସନ୍ଧ୍ୟାରେ ହଠାତ୍ ଅସୁସ୍ଥ…
କଟକ ଜିଲାର ୬ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ବୁଥ୍ ପ୍ରସ୍ତୁତ: ଭୋଟରଙ୍କ ଆଗମନକୁ ଅପେକ୍ଷା
କଟକ,୨୪ା୫ (କାର୍ତ୍ତିକ ସାହୁ): ଏକକାଳୀନ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ମେ ୨୫ ତାରିଖ ଶନିବାର ମତଦାନ ଅନୁଷ୍ଠିତ ହେବ। ଜିଲାର ବଡ଼ମ୍ବା, ବାଙ୍କି, ଆଠଗଡ଼, କଟକ ଚୌଦ୍ୱାର, କଟକ ବାରବାଟୀ ଓ କଟକ…
ଭୋଟ୍ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…
କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍ଏଚ୍ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍ ଦେଇ ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।…
ଦିନକୁ ପରେ ନିର୍ବାଚନ:ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଟିମ୍
କଟକ,୨୪।୫(କାର୍ତ୍ତିକ ସାହୁ):କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ୨୫ ତାରିଖରେ ମତଦାନ ହେବ। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଦଳଗୁଡିକ ଜିଲା ମୁଖ୍ୟାଳୟରୁ ଶୁକ୍ରବାର ଯାତ୍ରାରମ୍ଭ କରିଛନ୍ତି। ରେଭେନ୍ଶା ବିଶ୍ୱବିଦ୍ୟାଳୟର୍ ମହାନଦୀ କ୍ୟାମ୍ପସରେ ସକାଳୁ ଇଭିଏମ…
ଏହି ଦିନ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ: ବୋର୍ଡ ପକ୍ଷରୁ ସୂଚନା
କଟକ,୨୪।୫(କାର୍ତ୍ତିକ ସାହୁ):ଆସନ୍ତା ୨୬ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଶୁକ୍ରବାର ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୨୬ ତାରିଖ ସକାଳ ୧୦.୩୦ରେ ରେଜଲ୍ଟ ପ୍ରକାଶ ପାଇବ। ୧୧.୩୦ ସୁଦ୍ଧା ଓ୍ବେବ୍ସାଇଟ୍ରେ ରେଜଲ୍ଟ ମିଳିବ। www.bseodisha.ac.inରେ ଲଗ ଇନ କରି ରେଜଲ୍ଟ…
ବସ୍ତିରେ ଟଙ୍କା ବଣ୍ଟାକୁ ନେଇ ଉତ୍ତେଜନା
କଟକ,୨୩ା୫(କାର୍ତ୍ତିକ ସାହୁ): କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅଧୀନ ଇମାମନଗର ବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟୁଥିବା କେତେକ ଲୋକେ ଅଭିଯୋଗ କରିଛନ୍ତି।…
ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁରଙ୍କ ପରଲୋକ
କଟକ,୨୩ା୫:(କାର୍ତ୍ତିକ ସାହୁ): ରାଜ୍ୟର ସୁନାମଧନ୍ୟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ପୂର୍ଣ୍ଣିମା କୁଅଁର(୮୬)ଙ୍କ ପରଲୋକ ହୋଇଯାଇଛି। ସେ ସେରିବ୍ରାଲ ଷ୍ଟ୍ରୋକ (ସିଭିଏ)ରେ ପୀଡ଼ିତ ଥାଇ ଏସ୍ସିବି ମେଡିକାଲର ମେଡିସିନ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଦୁଇ ବର୍ଷ ତଳେ…
ବିଜେଡିକୁ ଆଶୀର୍ବାଦ କରନ୍ତୁ: ମୁଖ୍ୟମନ୍ତ୍ରୀ
କଟକ,୨୩ା୫(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବାଲିଯାତ୍ରା ତଳପଡିଆ କଟକ-ଇନ୍-କଟକ ନିକଟରେ ବିଜେଡିର କଟକ ଜିଲା ଜନସମାବେଶ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ଲୋକ ଓ କର୍ମୀଙ୍କୁ ଆପଣମାନେ କେମିତି ଅଛନ୍ତି ପଚାରିବା ସହ ଗରମ ସତ୍ତ୍ୱେ ଉପସ୍ଥିତ…
ବିଜେଡି ଏମ୍ପି, ବିଧାୟକ ପ୍ରାର୍ଥୀଙ୍କ ଶୋଭାଯାତ୍ରା
ଆଠଗଡ,୨୩।୫(ସତ୍ୟ ପ୍ରସାଦ ରଥ):କଟକ ଲୋକସଭା କ୍ଷେତ୍ରର ବିଜୁଜନତା ଦଳ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ବୁଧବାର ଆଠଗଡ ବ୍ଲକର ଏକ ନମ୍ବର ଯୋନରେ ଏକ ବାଇକ ଶୋଭାଯାତ୍ରା…
ଆସନ୍ତାକାଲିଠାରୁ କଟକରେ ୧୪୪ ଧାରା ଜାରି
କଟକ,୨୨ା୫(କାର୍ତ୍ତିକ ସାହୁ): ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମେ’ ୨୫ରେ ହେବାକୁ ଥିବା ମତଦାନ ପାଇଁ କଟକ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪୪ ଧାରା ଜାରି କରିଛନ୍ତି। ଏହି ୧୪୪ ଧାରା ୨୩ ତାରିଖ ସନ୍ଧ୍ୟା ୫ଟାରୁ ଲାଗୁ ହୋଇ…
Archives


