ଭୋଟ୍‌ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…

କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍‌ଏଚ୍‌ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍‌ ଦେଇ  ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଗୋଟିଏ ଏସ୍‌ଏଚ୍‌ଜିର ସଦସ୍ୟାମାନେ ଏକତ୍ରିତ ହୋଇ ବୈଠକ କରିଥିବା ଦେଖାଯାଉଛି। ଏସ୍‌ଏଚ୍‌ଜିର ଜଣେ ସଦସ୍ୟା ସମ୍ଭବତଃ ମୁଖିଆ ହୋଇପାରନ୍ତି ଜଣ ଜଣ କରି ୫୦୦ ଟଙ୍କିଆ ନୋଟ ବାଣ୍ଟୁଛନ୍ତି। ଟଙ୍କା ବାଣ୍ଟି ସାରିବା ପରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିର ବିଧାୟକ ଓ ଏମ୍‌ସି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କହୁଛନ୍ତି। ବିଜେଡି ତଥା ନବୀନ ଆମ ପାଇଁ ଅନେକ କିଛି କରିଛନ୍ତି। ତେଣୁ ପ୍ରତ୍ୟେକଙ୍କ ପରିବାରର ସମସ୍ତ ଲୋକେ ବିଜେଡିକୁ ଭୋଟ ଦେବା ନିମନ୍ତେ କୁହାଯାଉଛି। ଅପରପକ୍ଷରେ ଏହି ଘଟଣାଟି ବିଡ଼ାନାସୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁ ଏଭଳି ଘଟଣା ସଂକ୍ରାନ୍ତରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, କଟକ ମହାନଗର ନିଗମ ୬ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଇମାମନଗରବସ୍ତିରେ ଭୋଟ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ଅଞ୍ଚଳର ଅଙ୍ଗନବାଡ଼ି ଦିଦି ଟଙ୍କା ବାଣ୍ଟୁଥିବା କେତେକ ଲୋକେ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପୋଲିସ ଉକ୍ତ ବସ୍ତିରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ପୋଲିସ ୪ ଜଣ ମହିଳାଙ୍କୁ ଥାନାରେ ଏନେଇ ପଚରାଉଚୁରା କରି ପରେ ଛାଡ଼ି ଦେଇଥିବା ମର୍କତନଗର ଥାନା ଆଇଆଇସି କମଳାକାନ୍ତ ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବଲ୍‌ରେ ବଡ଼ କାରନାମା: ଚୌକା-ଛକା ବର୍ଷା କରି ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଲେ ଏହି କ୍ରିକେଟର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: T20 ବ୍ଲାଷ୍ଟରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ୨୪ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋର୍ଡାନ କକ୍ସ ଏକ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।...

FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ବାଲେଶ୍ୱରରେ ପହଞ୍ଚିଲା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ବାଲେଶ୍ୱର,୧୮ା୭: ଫକୀର ମୋହନ ମହାବିଦ୍ୟାଳୟର  ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ବାଲେଶ୍ୱରେ ଶୁକ୍ରବାର ଆସି ପହଞ୍ଚିଛି UGC ଫ୍ୟାକ୍ଟ...

ପାକିସ୍ତାନ-ତୁର୍କୀ ସହ ମିଶି ବଡ ଗେମ୍‌ ପ୍ଲାନ୍‌ କରୁଛନ୍ତି ୟୁନୁସ୍‌: ଟେନ୍‌ସନ୍‌ରେ ଭାରତ

ଢାକା,୧୮।୭: ବାଂଲାଦେଶରେ ବିଦ୍ରୋହ ପରେ, ସରକାରଙ୍କ ମନୋଭାବ ଦେଶ ଭିତରେ ଏବଂ ବାହାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି। ମହମ୍ମଦ ୟୁନୁସ ସରକାରଙ୍କ ଅଧୀନରେ, ବାଂଲାଦେଶ ଘରେ...

ତୃତୀୟ ବିଶ୍ୱଯୁଦ୍ଧ ହେବା ନିଶ୍ଚିତ! ପୂର୍ବତନ ରୁଷିଆ ରାଷ୍ଟ୍ରପତିଙ୍କ ଧମକକୁ ନେଇ ହଇଚଇ

ମସ୍କୋ,୧୮।୭: ପୂର୍ବତନ ରୁଷିଆ ରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରୀ ମେଦଭେଦେବ ୟୁକ୍ରେନ ଯୁଦ୍ଧ ସହିତ ଜଡିତ ବିପଦକୁ ଇଙ୍ଗିତ କରିଛନ୍ତି।...

FM କଲେଜ ଘଟଣା ପରେ ରେଭେନ୍ସା ବିଶ୍ବବିଦ୍ୟାଳୟର ବଡ଼ ନିଷ୍ପତ୍ତି: ଏଣିକି ଛାତ୍ରୀମାନେ…

ଭୁବନେଶ୍ୱର,୧୮।୭: ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ନେଇ ରାଜ୍ୟବାସୀ ସ୍ତବ୍ଧ ହୋଇଯାଇଛନ୍ତି।...

ରାଜଧାନୀ ପରେ ବେଙ୍ଗାଲୁରୁ, ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୧୮।୭: ଦିଲ୍ଲୀ ପରେ, ଏବେ ବେଙ୍ଗାଲୁରୁର ଅତି କମରେ ୪୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଏହି ବିଷୟରେ ସୂଚନା ପାଇବା ପରେ, ପୋଲିସ ସକ୍ରିୟ...

ଏହି ପେଟରୋଗ ସମସ୍ୟା ଥିଲେ ବଢ଼ିଥାଏ ଓଜନ, ଜାଣନ୍ତୁ କାରଣ, ନିରାକରଣ

ପ୍ରାୟତଃ ଲୋକମାନେ ବିଶ୍ୱାସ କରନ୍ତି ଯେ, ପେଟ ରୋଗ ଥିଲେ ଓଜନ ପ୍ରାୟତଃ ହ୍ରାସ ପାଇଥାଏ। ମାତ୍ର ନା କିଚି ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁ...

ବଳାତ୍କାର ପରେ ବାଳିକାକୁ କରିଥିଲେ ହତ୍ୟା, ଏବେ ଏନକାଉଣ୍ଟରରେ ଗଲା ଜୀବନ

ଫରୁଖାବାଦ,୧୮।୭: ଜଣେ ବାଳିକଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ଏହି ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri