ଏସ୍‌ସିବି ମେଡିକାଲ: ୫୦୦ରୁ ୨୫୦ ପ୍ରକାର ଔଷଧ ମିଳୁଛି

କଟକ ଅଫିସ, ୩।୧୧: ନିରାମୟ ଯୋଜନାରେ ସରକାର ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏବେ ଏସ୍‌ସିବି ମେଡିକାଲରେ ୨୦୦ରୁ ୨୫୦ ପ୍ରକାରର ଔଷଧ ମହଜୁଦ ରହୁଛି। ଜୀବନରକ୍ଷାକାରୀ ଏଆର୍‌ଭି ଇଞ୍ଜେକଶନ (କୁକୁର କାମୁଡ଼ା), ଏଏସ୍‌ଭି ଇଞ୍ଜେକଶନ (ସାପ କାମୁଡ଼ା), ମାନିଟଲ (ଟ୍ରମା ରୋଗୀମାନଙ୍କ ପାଇଁ) ଉପଲବ୍ଧ ନାହିଁ। ମେଡିକାଲରେ ଦୈନିକ ୧ହଜାର ରୋଗୀଙ୍କୁ ଔଷଧର ଆବଶ୍ୟକତା ପଡୁଛି। ମାତ୍ର ଡାକ୍ତର ଲେଖୁଥିବା ଚିଠା ଅନୁଯାୟୀ ୨୦ରୁ ୩୦ ପ୍ରତିଶତ ରୋଗୀଙ୍କୁ ଶତ ପ୍ରତିଶତ ଔଷଧ ଯୋଗାଇ ହେଉ ନ ଥିବା ଜଣେ ଡାକ୍ତର ନାମ ଗୋପନ ରଖି କହିଛନ୍ତି।

ମେଡିକାଲରେ ୪ଟି ନିରାୟମ କେନ୍ଦ୍ର ଓ ୪ଟି ସହବନ୍ଧିତ ଦୋକାନରୁ ରୋଗୀଙ୍କୁ ମାଗଣାରେ ଔଷଧ ଦିଆଯିବା ବ୍ୟବସ୍ଥା ରହିଛି। କିନ୍ତୁ ରୋଗୀମାନେ ଉଭୟ ନିରାମୟ କେନ୍ଦ୍ର ଓ ସହବନ୍ଧିତ ଦୋକାନରୁ ଅଧାରୁ ଅଧିକ ଔଷଧ ନ ପାଇ ପୁନର୍ବାର ଡାକ୍ତରଙ୍କ ପାଖକୁ ଫେରୁଛନ୍ତି। ଡାକ୍ତରମାନେ ନିରୁପାୟ ରହୁଛନ୍ତି। କାରଣ ଘରୋଇ ମେଡିସିନ ଷ୍ଟୋରକୁ ଚିଠା ଲେଖିବା ବେଆଇନ। ଏଭଳି ସ୍ଥିତିରେ ରୋଗୀମାନେ ହୀନସ୍ତା ଭୋଗୁଛନ୍ତି। ଗତ ବୁଧବାର ଏସ୍‌ସିବି ମେଡିକାଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଦନ୍ତ ବିଭାଗର ଜନୈକ ରୋଗୀ ପାଇଁ ଜଣେ ଡାକ୍ତର ଏକ ଔଷଧ ଲେଖିଥିଲେ। ଔଷଧଟି ମେଡିକାଲ ସହ ସହବନ୍ଧିତ ଦୋକାନରୁ ଆଣିବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ। ରୋଗୀ ଜଣକ ଗୋଟିଏ ପରେ ଗୋଟିଏ ସହବନ୍ଧିତ ଦୋକାନ ବୁଲି ଶେଷରେ ନିରାଶ ହୋଇ ପୁନର୍ବାର ଡାକ୍ତରଙ୍କ ପାଖକୁ ଫେରିଥିଲେ। ମାତ୍ର ଡାକ୍ତର ଜଣକ କୌଣସି ଘରୋଇ ମେଡିସିନ ଷ୍ଟୋରରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇପାରିବେ ନାହିଁ ବୋଲି ସିଧା କହିଥିଲେ। କେବଳ ଏହି ଗୋଟିଏ ଘଟଣା ନୁହେଁ, ମେଡିକାଲ ହୃଦ୍‌ବକ୍ଷଶଲ୍ୟ, ସ୍ନାୟୁଶଲ୍ୟ, ନେଫ୍ରୋଲୋଜି, ମାନସିକ ରୋଗ ବିଭାଗରେ ମଧ୍ୟ ଏଭଳି ଅବସ୍ଥା ଉପୁଜିଛି। ଅଧିକାଂଶ ଔଷଧ ଉପଲବ୍ଧ ନ ଥିବାରୁ ମାନସିକ ରୋଗୀମାନେ ହଇରାଣ ହେଉଛନ୍ତି।

ଅନ୍ୟପକ୍ଷରେ ସହବନ୍ଧିତ ଔଷଧ ଦୋକାନଗୁଡ଼ିକର ବହୁ କୋଟି ଟଙ୍କା ମେଡିକାଲ ଉପରେ ବାକି ପଡ଼ିଛି। ତେଣୁ ମେଡିକାଲକୁ ଔଷଧ ଯୋଗାଣ କରିବା ଆଉ ସମ୍ଭବ ନୁହେଁ ବୋଲି ସହବନ୍ଧିତ ଦୋକାନୀମାନଙ୍କ ମଧ୍ୟରୁ ମେଡିବ୍ୟାଙ୍କ ନାମକ ଦୋକାନ ପକ୍ଷରୁ ଗତ ସପ୍ତାହରେ ଅଧୀକ୍ଷକଙ୍କୁ ଚରମପତ୍ର ଲେଖାଯାଇଛି। ମେଡିକାଲ ପକ୍ଷରୁ ଲୋକାଲ ପର୍ଚ୍ଚେଜ ଜରିଆରେ ସହବନ୍ଧିତ ଦୋକାନଗୁଡ଼ିକରୁ ଔଷଧ କ୍ରୟ କରାଯାଇଥାଏ। ମାତ୍ର ଦୀର୍ଘଦିନ ହେବ ମେଡିକାଲ ପକ୍ଷରୁ ଟଙ୍କା ପଇଠ କରା ନ ଯିବାରୁ ସେମାନେ ଅସୁବିଧାରେ ପଡ଼ିଥିବା ମେଡିବ୍ୟାଙ୍କ ମାଲିକ ଦୀପ୍ତିରଞ୍ଜନ ମହାନ୍ତି କହିଛନ୍ତି। ମେଡିବ୍ୟାଙ୍କ ମେଡିକାଲଠାରୁ ୭ କୋଟି ଟଙ୍କା ପାଇବ। ଏହି କ୍ରମରେ ଆଉ ୩ଟି ସହବନ୍ଧିତ ଦୋକାନର ବାକି ୧୩ କୋଟି ପାଖାପାଖି ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି କୁହନ୍ତି, ସରକାର ଇତିମଧ୍ୟରେ ସହବନ୍ଧିତ ଔଷଧ ଦୋକାନଗୁଡ଼ିକ ନିମନ୍ତେ ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଉକ୍ତ ଟଙ୍କା ଖୁବ୍‌ଶୀଘ୍ର ସେମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।
ମେଡିକାଲର ଜଣେ ଡାକ୍ତର ନାମ ଗୋପନ ରଖି କହିଛନ୍ତି, ସରକାର ସବୁ ମାଗଣା କରିଦେଲେ। କିନ୍ତୁ ମାଗଣା କରିବା ପୂର୍ବରୁ ଭିତ୍ତିଭୂମିରେ ସୁଧାର ଆଣିଲେ ନାହିଁ। ଫଳରେ ରୋଗୀମାନେ ପୂର୍ବାପେକ୍ଷା ଅଧିକ ହଇରାଣ ହେଉଛନ୍ତି। ପରୀକ୍ଷା ନିରୀକ୍ଷା ପାଇଁ ରୋଗୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାଡିରେ ଛିଡ଼ା ହେଉଛନ୍ତି। ମାଗଣା ହୋଇଯିବା ପରେ ରୋଗୀ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି। ମାତ୍ର ନିରାମୟ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି ଘଟୁନାହିଁ। ତେଣୁ ନିରାମୟ କେନ୍ଦ୍ର ଆଗରେ ଲମ୍ବା ଧାଡ଼ି ରାତି ପାହିଲେ ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ମହାନ୍ତି କୁହନ୍ତି, ନିରାମୟ କେନ୍ଦ୍ର ବଢାଇବା ପାଇଁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri