ସିଏମ୍ସି ଖାଦ୍ୟ ନିରାପତ୍ତା ବିଭାଗ ସ୍ଥାଣୁ
କଟକ ଅଫିସ,୧୭ା୫-କଟକ ସହରରେ ଲକ୍ଡାଉନ କଟକଣା କୋହଳ ପରେ ଦୋକାନ ବଜାର ସବୁ ଖୋଲିଛି। ଏହାସହ କଟକ ମହାନଗର ନିଗମ କେତେକ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛି। ରାସ୍ତାକଡ଼ ହେଉ କି ହୋଟେଲ, ସେଠାରେ ଲୋକେ ବସି ଖାଇପାରିବେ ନାହିଁ। କେବଳ…
ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଲା ଶ୍ରମିକ ସ୍ବତନ୍ତ୍ର ଟ୍ରେନ: ଓହ୍ଲାଇଲେ ୬୦୦
ଚୌଦ୍ୱାର,୧୭।୫(ଡି.ଏନ.ଏ.)-କଟକ ଜିଲା ନିର୍ଗୁଣ୍ଡି ଷ୍ଟେଶନରେ ରବିବାର ଅପରାହ୍ନ ୪ଟାରେ ଶ୍ରମିକ ସ୍ବତନ୍ତ୍ର ଏକ୍ସପ୍ରେସ ଟ୍ରେନ ଆସି ପହଞ୍ଚିଛି। ଅହମ୍ମଦାବାଦରୁ ଯାଜପୁର ଟାଉନ ଆସିଥିବା ଏହି ଟ୍ରେନରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାର ୬୦୦ ଶ୍ରମିକ ଓହ୍ଲାଇଛନ୍ତି। ଏହି ଟ୍ରେନଟି ଆଜି…
ଶାବଳରେ ଭୁସି ବୃଦ୍ଧ ବାପାଙ୍କୁ ହତ୍ୟା, ଅଭିଯୁକ୍ତ ପୁଅ ଫେରାର
ଚୌଦ୍ୱାର,୧୭।୫(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ସଫା ପଞ୍ଚାୟତର ଆଦିବାସୀ ବହୁଳ କଙ୍କାଳି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ପୁଅ ଶାବଳ ଭୁସିଦେବା ହେତୁ ବାପାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରାଉତ ହେମ୍ରମ(…
‘ରେଡ୍ ଜୋନ୍’ ବିଦ୍ୟାର୍ଥୀଙ୍କୁ ରେଭେନ୍ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମନା
କଟକ ଅଫିସ,୧୭।୫: ରେଡ୍ ଜୋନରେ ରହୁଥିବା ବିଦ୍ୟାର୍ଥୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ ମନା। ସ୍ଥିତି ଆୟତାଧିନ ନ ହେଲା ଯାଏଁ ସେମାନେ ବିଶ୍ୱବିଦ୍ୟାଳୟ ଭିତରକୁ ଆସିପାରିବେ ନାହିଁ। ଏଭଳି କାରଣ ଦର୍ଶାଇ ଜଣେ ବିଦ୍ୟାର୍ଥୀଙ୍କୁ ଫେରାଇ ଦେଇଛନ୍ତି ରେଭେନ୍ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।…
ଶିକ୍ଷାର ମୂଳଦୁଆ ସଜାଡୁଛି ‘ଥିଙ୍କ୍ ଜୋନ୍’
କଟକ ଅଫିସ,୧୭।୫: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗୋଟିଏ ଯୁବଗୋଷ୍ଠୀ। ୧୨ ଜଣଙ୍କୁ ନେଇ ଗଠିତ ହୋଇଥିବା କଟକର ଏହି ଅନୁଷ୍ଠାନ ଥିଙ୍କ ଜୋନ ନାଁରେ ଏବେ ପରିଚିତ ହେଉଛି। ଏବେ ସୁଦ୍ଧା ୫୦୦ରୁ ଅଧିକ…
ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର
କଟକ ଅଫିସ,୧୭।୫: ଲକ୍ଡାଉନ୍ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍ଡାଉନ୍ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ ଫ୍ୟାକ୍ଟ୍ରି (ବଟଲିଂ/ ବେଭରେଜ୍ ୟୁନିଟ୍)କୁ ଖୋଲିବା ପାଇଁ ଅବକାରୀ କମିଶନର୍ ପଦକ୍ଷେପ ନେଉଛନ୍ତି। ଏହି…
ମୁକୁଳା ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର
ଚୌଦ୍ୱାର,୧୬ା୫(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର କଳିଙ୍ଗ ଛକର ବ୍ୟସ୍ତବହୁଳ ଜାଗାରେ ବସିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦୀର୍ଘଦିନ ହେବ ମୁକୁଳା ଅବସ୍ଥାରେ ପଡ଼ିରହିଛି। ଯାହାଫଳରେ ଏହା ଏବେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି…
ଖସି ପଳାଇବାକୁ ଚେଷ୍ଟା କରୁଥିଲେ ୧୪ ଶ୍ରମିକ: କାବୁକରି ବସ୍ରେ କଟକ ପଠାଇଲା ପୋଲିସ
ବାରଙ୍ଗ,୧୬।୫(ଡି.ଏନ୍.ଏ.): କଟକ ଜିଲା ବାରଙ୍ଗ ଥାନା ଅର୍ନ୍ତଗତ ଶ୍ରୀଶ୍ରୀୟୁନିଭର୍ସିଟିରେ କାର୍ଯ୍ୟ କରୁଥିବା ଝାରଖଣ୍ଡର ୧୪ ଶ୍ରମିକ। ତେବେ ଶୁକ୍ରବାର ରାତିରେ ସେମାନେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବାରଙ୍ଗ ପୋଲିସ ଚଢ଼ାଉ କରି ସେମାନଙ୍କୁ କାବୁ କରିଛି। ଶନିବାର ସକାଳେ…
ମଦ ଫ୍ୟାକ୍ଟ୍ରି ଖୋଲିବାକୁ ୧୧ ଜିଲାପାଳଙ୍କୁ ଅନୁମତି
କଟକ ଅଫିସ,୧୬।୫: ଲକ୍ଡାଉନ ସରିବା ପରେ ମଦ ଦୋକାନ ଖୋଲିବ। କିନ୍ତୁ ବର୍ତ୍ତମାନ ଯେତିକି ମଦ ମହଜୁଦ ରହିଛି, ତାହା ଅଳ୍ପ ଦିନରେ ଶେଷ ହୋଇଯିବ। ଏଣୁ ମଦ ଫ୍ୟାକ୍ଟ୍ରିଗୁଡିକ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ୧୧ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି…
ଅନ୍ଲାଇନ୍ରେ ମିଳିବ କୋର୍ଟ କାର୍ଯ୍ୟ ସୁବିଧା
କଟକ ଅଫିସ,୧୬ା୫: ଓଡ଼ିଶା ହାଇକୋର୍ଟ ଓ ଜିଲା କୋର୍ଟ କମ୍ପ୍ଲେକ୍ସଠାରେ ଶୁକ୍ରବାର ଇ-ସେବା କେନ୍ଦ୍ର ଉଦ୍ଘାଟିତ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କୁମାରୀ ସଞ୍ଜୁ ପଣ୍ଡା ଏହାକୁ ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରୁ ଅନ୍ଲାଇନରେ…
ଅମ୍ଫନ ପାଇଁ ପ୍ରସ୍ତୁତ ରୁହ
କଟକ ଅଫିସ,୧୬ା୫: ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲାରେ ବ୍ୟାପକ ଫୋର୍ସ ମୁତୟନ ଓ ଏହା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଶୁକ୍ରବାର ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ…
କେନ୍ଦ୍ର ଦୂର ଥିଲେ ଶିକ୍ଷକଙ୍କୁ ଯାତ୍ରା, ରହଣି ସୁବିଧା
କଟକ ଅଫିସ,୧୬ା୫: ମାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାଏର ହୋଇଥିବା ଦୁଇଟି ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଯଦି କୌଣସି ଶିକ୍ଷକଙ୍କ ଘର ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିମିରୁ ଅଧିକ ଦୂରରେ ଥାଏ, ତେବେ ସଂପୃକ୍ତ ଶିକ୍ଷକଙ୍କ ଯାତ୍ରା,…

