କୁଖ୍ୟାତ ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୭ା୫: ସହରର ଦୁଇ କୁଖ୍ୟାତ ଲୁଟେରାଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ଏହି ଦୁଇ ଜଣ ହେଲେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍‌ ଅବସରରେ ଅଳଙ୍କାର ଦୋକାନରୁ ଲୁଟ୍‌ ଉଦ୍ୟମ ଘଟଣାରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଯୁବକ ସେଖ୍‌ ଅଫସର ମଧ୍ୟ ଗିରଫ ହୋଇଛନ୍ତି।
କିଛି ବର୍ଷ ହେବ ସହରରେ ସୟିଦ ଓ ସଦାମଙ୍କ ଉତ୍ପାତ ବଢ଼ିବାରେ ଲାଗିଥିଲା। ଏହି ଦୁଇ ଜଣ ବିଭିନ୍ନ ସ୍ଥାନରେ ଲଗାତାର ଅନେକ ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲେ। ଲାଲବାଗ, ମଧୁପାଟଣା, ବାଦାମବାଡ଼ି, ଦରଘାବଜାର, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ମର୍କତନଗର ଥାନାରେ ଉଭୟଙ୍କ ନାଁରେ ଏକାଧିକ ମାମଲା ରହିଛି। ଗତ ସୋମବାର ଅପରାହ୍ନରେ ସେମାନେ ବାଲୁବଜାରସ୍ଥିତ ଶ୍ରୀସାଇ ଅଳଙ୍କାର ଦୋକାନରେ ପହଞ୍ଚତ୍ ମାଲିକ ପ୍ରଶାନ୍ତ ସାହାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଟଙ୍କା ନଦେଲେ ପ୍ରଶାନ୍ତ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ। ପ୍ରଶାନ୍ତ ତାହା ନ କରିବାରୁ ସେମାନେ ଦୋକାନରେ ଥିବା ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଖସିଯିବା ବେଳେ ପ୍ରଶାନ୍ତ ଚିତ୍କାର କରିଥିଲେ। ଦୋକାନ ସାମ୍ନାରେ ଲୋକ ରୁଣ୍ଡ ହେବାରୁ ସୟିଦ, ସଦାମ ଓ ସେଖ୍‌ ସ୍କୁଟି (ଓଡି-୦୫-ଏଟି-୫୪୩୬) ଓ ସୁନା ଅଳଙ୍କାର ଛାଡ଼ି ଫେରାର ହୋଇଯାଇଥିଲେ। ପ୍ରଶାନ୍ତ ଥାନାରେ ଏତଲା ଦେବା ପରେ ଦୋକାନର ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨୦୧୧ରେ ସଦାମ ଓ ତାଙ୍କ ସହଯୋଗୀ ପ୍ରଶାନ୍ତଙ୍କ ମା’ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ବାପାଙ୍କୁ ଧମକ ଦେଇଥିଲେ। ଏ ନେଇ ଲାଲବାଗ ଥାନାରେ ଏତଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri