କଟକ

‘ଚିଙ୍ଗାରି’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ଦୃଷ୍ଟିରୁ କେନ୍ଦ୍ର ସରକାର ସୋମବାର ୫୯ଟି ଚାଇନିଜ୍‌ ଆପ୍‌କୁ ଭାରତରେ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍‌ ଗୁଡ଼ିକ ମଧ୍ୟରେ ସବୁଠାରୁ ଆଗରେ ରହିଛି ‘ଟିକ୍‌ଟକ୍‌’ ଆପ୍‌। କେନ୍ଦ୍ର ସରକାରଙ୍କ ଘୋଷଣା ପରେ…

ନାବାଳିକାଙ୍କୁ ବଳାତ୍କାର ଘଟଣା: ପୂର୍ବତନ ଆଇଆଇସି ଆନନ୍ଦ ମାଝି ଗିରଫ

କଟକ ଅଫିସ,୧।୭-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବୁଧବାର କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍‌ ଗିରଫ କରିଛି। ଏ ନେଇ ପୋଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କୁ ଅନୁଗୋଳ ଜିଲା ହଣ୍ଡପା ଅଞ୍ଚଳରୁ…

କଟକରେ ରାତି ୮.୩୦ ଯାଏ ଖୋଲା ରହିବ ଦୋକାନ ବଜାର

କଟକ ଅଫିସ,୧ା୭: କଟକ ସହରରେ ରାତି ୮.୩୦ ଯାଏ ଦୋକାନ ବଜାର ଖୋଲାରହିବ। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ରାତ୍ରି କାଳୀନ କର୍ଫ୍ୟୁ ରାତି ୯ରୁ ସକାଳ ୫ଟା ଯାଏ ଜାରି ରହିବ। କେନ୍ଦ୍ର ସରକାରଙ୍କ…

ଓକିଲ ସଂଘ କାର୍ଯ୍ୟାଳୟକୁ ମହକିଲଙ୍କୁ ମନା

କଟକ ଅଫିସ,୧।୭: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ଓକିଲ ସଂଘ ପକ୍ଷରୁ କେତେକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ସଂଘ କାର୍ଯ୍ୟାଳୟ ପରିସରକୁ ମହକିଲଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିଭଳି ଆଇନଜୀବୀମାନେ ସାଙ୍ଗରେ ପାଣି ବୋତଲ ଆଣି ଆସିବେ। କୌଣସି କର୍ମଚାରୀ…

ପୋଲିସ ଅଧିକାରୀ, ତାଙ୍କ ସ୍ତ୍ରୀ କରୋନା ପିଜିଟିଭ୍‌ ଚିହ୍ନଟ ଘଟଣା: ସିଡିଏ ସେକ୍ଟର-୯ରେ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା, ସ୍ବାବ ସଂଗ୍ରହ

କଟକ ଅଫିସ,୧।୭: କଟକ ସହରର ସିଡିଏ ସେକ୍ଟର-୯କୁ କଟକ ମହାନଗର ନିଗମ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜଣେ ପୋଲିସ ଅଧିକାରୀ ଏବଂ ତାଙ୍କ ସ୍ତ୍ରୀ ପିଜିଟିଭ୍‌ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ କଣ୍ଟେନମେଣ୍ଟ ଅଞ୍ଚଳରେ ସକ୍ରିୟ…

କଟକ କର୍କଟ ହସ୍ପିଟାଲରୁ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ, ୧।୭: କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ବୁଧବାର ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣ କଟକ ସହରର ବାସିନ୍ଦା ହୋଇଥିବା ବେଳେ ୪ ଜଣ ଅନ୍ୟ ଜିଲାର।…

ହସ୍ପିଟାଲ କଟକଣା ଅସମ୍ଭାଳ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜଧାନୀ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନୂଆ ନିୟମାବଳୀ ଜାରି କରାଯାଇଛି। ଘରୋଇ ହସ୍ପିଟାଲରେ ବସ୍ତି ଅଞ୍ଚଳରୁ ଆସି କାମ କରୁଥିବା କର୍ମଚାରୀଙ୍କ…

ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ତାଙ୍କୁ ଚାକିରିରୁ ବରଖାସ୍ତ…

ପ୍ରଫେସର ଦତ୍ତେଶ୍ୱର ହୋତା ଏସ୍‌ସିବି ପ୍ରିନ୍ସିପାଲ

କଟକ ଅଫିସ,୧ା୭: ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ୪୯ତମ ଡିନ୍‌ ତଥା ପ୍ରିନ୍ସିପାଲ ଭାବେ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଦତ୍ତେଶ୍ୱର ହୋତା ମଙ୍ଗଳବାର ଦାୟିତ୍ୱ ନେଇଛନ୍ତି। ଡା. ଜୟଶ୍ରୀ ମହାନ୍ତି ଅଧ୍ୟକ୍ଷ ପଦବୀରୁ ଅବସର ନେବା ପରେ ଡା.…

ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା: କ୍ରାଇମ୍‌ବ୍ରାଞ୍ଚ ନେଲା ତଦନ୍ତ ଭାର

କଟକ/ପୁରୀ ଅଫିସ/ସୁନ୍ଦରଗଡ଼(ଡି.ଏନ୍‌.ଏ.),୧ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର ଓ ଗର୍ଭପାତ ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ପ୍ରଦାନ କରାଯାଇଛି। ମଙ୍ଗଳବାର ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି। ନାବାଳିକା ବଳାତ୍କାର ମାମଲାର…

ଅଗ୍ନିଶମ ବିଭାଗ, ହୋମଗାର୍ଡର ଏଡିଜିପି ଭାବେ ଦାୟିତ୍ୱ ଗ୍ରହଣକଲେ ଡ. ସୌମ୍ୟା ମିଶ୍ର

କଟକ ଅଫିସ,୩୦।୬: ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡର ଏଡିଜିପି ଭାବେ ବରିଷ୍ଠ ଆଇପିଏସ୍‌ ଅଫିସର ଡ. ସୌମ୍ୟା ମିଶ୍ର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଏବଂ ଆଇଜି ଅସିତ ପାଣିଗ୍ରାହୀ ତାଙ୍କୁ ସ୍ବାଗତ କରିଥିଲେ। ୧୯୯୪…

ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ

କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଏବେ ପୋଲିସ ଅଧିକାରୀଙ୍କ ସ୍ତ୍ରୀଙ୍କ ରିପୋର୍ଟ ପିଜିଟିଭ ଆସିଛି। ମଙ୍ଗଳବାର କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?