କାଠଯୋଡିରୁ ଉଦ୍ଧାର ହେଲେ ମା’ ଝିଅ

କଟକ ଅଫିସ, ୮।୭-କଟକ ତ୍ରିଶୁଳିଆ ନିକଟସ୍ଥ ସୁଭାସ ଚନ୍ଦ୍ର ବୋଷ ବ୍ରିଜ୍‌ରୁ ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଆମତ୍ହତ୍ୟା ଉଦ୍ୟମ କରିଥିବା ୨ଜଣଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ନଦୀରୁ ଉଦ୍ଧାର ହୋଇଥିବା ୨ଜଣ ସମ୍ପର୍କରେ ମା’ ଓ ଝିଅ ଅଟନ୍ତି। ସେମାନେ ଭୁବନେଶ୍ୱର ଭିଏସ୍‌ଏସ୍‌ନଗରରେ ରହୁନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ଉଭୟ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ବୋଲି ପୋଲିସ ସୂୂଚନା ଦେଇଛି।
ପ୍ରତ୍ୟକ୍ଷଦର୍ଶୀ ଡାକ୍ତର ପ୍ରଜତ କୁମାର ନାଥଙ୍କ କହିବା ଅନୁସାରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଜଣେ ବନ୍ଧୁଙ୍କ ସହ ସେ କଟକରୁ ବାରଙ୍ଗ ଯାଉଥିବାବେଳେ ବ୍ରିଜ୍‌ ଉପରୁ ପ୍ରଥମେ ଜଣେ ମହିଳା ନଦୀକୁ ଡେଇଁବାର ଦେଖିଥିଲେ। ଏହାଦେଖି ସେ ଗାଡ଼ି ଅଟକାଇବାରୁ ସେଠାରେ ଉପସ୍ଥିତ ଅନ୍ୟ ଜଣେ ଯୁବତୀ ମଧ୍ୟ ନଦୀକୁ ଡେଇଁ ପଡ଼ିଥିଲେ। ଡାକ୍ତର ନାଥ ସଙ୍ଗେ ସଙ୍ଗେ ପୋଲିସ ହେଲ୍‌ ଲାଇନକୁ ଫୋନ କରିବା ସହ ସେହି ବାଟ ଦେଇ ଯାଉଥିବା ଅନ୍ୟମାନଙ୍କୁ ଅଗ୍ନିଶମ ବାହିନୀକୁ ଖବର ଦେବାକୁ କହିଥିଲେ। ଖବରପାଇ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୨ଘଣ୍ଟାର ଖୋଜାଖୋଜି ପରେ ନଦୀ ମଧ୍ୟରେ ଥିବା ଏକ ଖରି(ବୁଦା) ନିକଟରୁ ଉଭୟ ମା’ଝିଅଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ବାରଙ୍ଗ ଥାନାକୁ ଆଣି ପଚରାଉଚରା କରିବା ପରେ ପୋଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବ୍ରିଜ୍‌ ଉପରେ ସେଲ୍‌ଫି ନେବାବେଳେ ଅସାବଧାନତା ବଶତଃ ତଳେ ପଡ଼ିଯିବା ପରେ ଝିଅ ରକ୍ଷା କରିବାକୁ ଯାଇ ନଦୀକୁ ଡେଇଁପଡ଼ିଥିଲେ ବୋଲି ଉଦ୍ଧାର ହୋଇଥିବା ମହିଳା ଜଣକ କହିଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର

ଧର୍ମଗଡ଼,୩୦।୧: କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ...

କରୋନାଠାରୁ ସୁରକ୍ଷା ଚିନ୍ତା: ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଟୁଇଟ୍‌,ଓଡ଼ିଆରେ ନାହିଁ ସଚେତନତା

ଭୁବନେଶ୍ୱର,୧୫।୩(ବ୍ୟୁରୋ): ସାରା ବିଶ୍ୱରେ ବର୍ତ୍ତମାନ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ମିଳିତ ଭାବେ ମୁକାବିଲା କରିବାକୁ ସମସ୍ତେ ପ୍ରୟାସ ଜାରି ରଖିଛନ୍ତି।...

ବାହୁଡ଼ା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ ଅଫିସ, ୩୦।୬: ଜୁଲାଇ ୧ରେ ବାହୁଡ଼ା ଯତ୍ରା। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ପ୍ରକାର କାର୍ଯ୍ୟ କରାଯିବ। ତେଣୁ...

ମୋଦିଙ୍କ ଜନ୍ମଦିନ ଲାଗି ସେବା ସପ୍ତାହ ପାଳନ କରିବ ଭାଜପା

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହକୁ ଭାଜପା ପକ୍ଷରୁ...

ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ

ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ...

ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ସୁନ୍ଦରଗଡ଼,୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ...

ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର...

ଆରମ୍ଭ ହେବ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଜିଟିଭ୍‌ ଚିହ୍ନଟ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିଶେଷକରି...

Advertisement
Archives

Model This Week