ସିଏମ୍ସି ଡେପୁଟି ମେୟରେ ହେଲେ ଦମୟନ୍ତୀ
କଟକ ଅଫିସ,୭।୪: କଟକ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝି। ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ସେ ଗୁରୁବାର ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଦମୟନ୍ତୀ ୪୯ ନଂ ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ…
ଶପଥ ଗ୍ରହଣ କଲେ ସୁବାସ ସିଂ
କଟକ ଅଫିସ,୭।୪: କଟକର ନବନିର୍ବାଚିତ ମେୟର ସୁବାସ ସିଂ ଶପଥ ଗ୍ରହଣ କରିଛନ୍ତି । ସିଏମ୍ସି ମେୟର ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଏନେଇ ଗୁରୁବାର ଶହୀଦ ଭବନରେ ଆୟୋଜିତ ଏକ ଉତ୍ସବରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ସଂଗ୍ରାମଜିତ…
ସିଏମ୍ସି ଡେପୁଟି ମେୟର ନିର୍ବାଚନ: ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ଭାଜପା, କଂଗ୍ରେସ
କଟକ ଅଫିସ,୭ା୪: ସିଏମ୍ସି ଡେପୁଟି ମେୟର ନିର୍ବାଚନକୁ ଭାଜପା ଓ କଂଗ୍ରେସର ବୟକଟ। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଛନ୍ତି ଭାଜପା ଓ କଂଗ୍ରେସ କାଉନସିଲର। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ଭାଜପା ଏବଂ…
ଧାନ ନ ଉଠିବାରୁ ରାସ୍ତାରୋକ
ନିଶ୍ଚିନ୍ତକୋଇଲି, ୬।୪ (ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ ନ କିଣିବାରୁ ଚାଷୀମାନେ ବୁଧବାର କଟକ ଚାନ୍ଦବାଲି ରାସ୍ତାର ପନସପଡ଼ିଆ ନିକଟରେ ରାସ୍ତା ରୋକ କରିଛନ୍ତି। ଚାଷୀଙ୍କୁ ଅନ୍ଲାଇନରେ ଧାନ ବିକିବା ପାଇଁ…
୩ କ୍ବିଣ୍ଟାଲ ଗଞ୍ଜେଇ ଜବତ
କଟକ ଅଫିସ,୫।୪: କଟକ ଜିଲା ଟାଙ୍ଗୀ ବାଲିକୁଦା ନିକଟରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ ଚଢାଉ କରି ଏହି ଗଞ୍ଜେଇ ଜବତ କରିଛି । ଏଥିରେ ୬ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୬…
ପଥରରେ ଛେଚି ମହିଳାଙ୍କୁ ହତ୍ୟା
ଫୁଲନଖରା,୫।୪:(ଡି.ଏନ୍.ଏ.): କଟକ ସଦର ଥାନା ଅଧୀନ ଅରିଲୋ ମେଳନ ପଡ଼ିଆରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେ ହେଲେ ଅରିଲୋ ଗ୍ରାମର ହେମଲତା ପାଣିଗ୍ରାହୀ(୫୧)। ମିଳିଥିବା ସୂଚନା ମୁତାବକ, ହେମଳତାଙ୍କ ସ୍ବମୀ ଭୀମସେନ ପାଣିଗ୍ରାହୀ ଓ ପୁଅ ବିକାଶ…
୧୦୬ ଏମରଜେନ୍ସି ରେସପନ୍ସ ଗାଡ଼ିର ଶୁଭାରମ୍ଭ
କଟକ ଅଫିସ,୫ା୪: ରାଜ୍ୟରେ ଜରୁରିକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଏମରଜେନ୍ସି ରେସପନ୍ସ ଭେହିକଲ(ଇଆର୍ଭି)ର ଶୁଭାରମ୍ଭ କରାଯାଇଛି। ଏ ନେଇ କଟକସ୍ଥିତ ଓଏସ୍ଏପି ୬ଷ୍ଠ ବାଟାଲିୟନ ଗ୍ରାଉଣ୍ଡଠାରେ ସୋମବାର…
ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା
କଟକ ଅଫିସ/ଆସିକା, ୫ା୪:(ଡି.ଏନ୍.ଏ):ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁର ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ହଟିପାରିନାହିଁ। ଏପରି ସ୍ଥିତିରେ ସିବିଆଇ ତଦନ୍ତ ଦାବିରେ ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଭାରତୀୟ ବିକାଶ…
ଆମ ସ୍କୁଲରେ ହିଁ ପରୀକ୍ଷା ଦେବୁ
ସାଲେପୁର,୪।୪(ଡି.ଏନ୍.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ଓଡାସିଂହ ପଞ୍ଚାୟତ ସ୍ଥିତ ଯତୀନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବଞ୍ଚିତ କରାଯାଇଛି। ଏହାର ପ୍ରତିବାଦରେ ସୋମବାର ଛାତ୍ରୀଛାତ୍ର ଏବଂ ଅଭିଭାବକ ବିଦ୍ୟାଳୟ ସମ୍ମୁଖ ଫାଟକରେ ତାଲା…
ପୋଲିସକୁ ମାମୁ ଡାକିବାରୁ ଛାତ୍ରଙ୍କୁ ମାଡ଼
ନିଶ୍ଚିନ୍ତକୋଇଲି,୩।୪(ସ୍ବ.ପ୍ର.): ପୋଲିସକୁ ମାମୁ ଡାକିବା ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ମହାଙ୍ଗା ପଡ଼ିଛି। ଏନେଇ ତାଙ୍କୁ ଜଣେ ପୋଲିସ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକୋ କରାଯାଇଥିଲା।କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଏଏସ୍ଆଇ ଭଗବାନ…
ଶର୍ମିଷ୍ଠାଙ୍କୁ ସ୍ପଟ୍କୁ ନେଲା କ୍ରାଇମବ୍ରାଞ୍ଚ, ହୋଇପାରେ ସିନ୍ ରିକ୍ରିଏଶନ
କଟକ ଅଫିସ,୧ା୪: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାର ଆଜି ହେଉଛି ଚତୁର୍ଥ ଦିନ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇ ସାରିଥିବା ବେଳେ ଯେଉଁ ମେମୋରି ଚିପ ପାଇଁ ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି…
ଶର୍ମିଷ୍ଠା ମାନିଲେନି, ରଞ୍ଜନ ସତ କହିଲେ
ଭୁବନେଶ୍ୱର(ବ୍ୟୁରୋ)/କଟକ(ଅଫିସ୍) ୧।୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। ୫ ଦିନିଆ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କୁ କ୍ରାଇମ୍ବ୍ରାଞ୍ଚ ଟିମ୍ ପଚରାଉଚରା ଜାରି ରଖିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା…

