ମୋବାଇଲ ଦିଅ, ଷ୍ଟ୍ରେଚର ନିଅ

କଟକ ଅଫିସ, ୨୨ା୪: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏଠି କିନ୍ତୁ ରୋଗୀଙ୍କ ପାଇଁ ଅଜବ ନିୟମ କରାଯାଇଛି। ମୋବାଇଲ ବନ୍ଧକ ରଖିଲେ ଷ୍ଟ୍ରେଚର ଓ ହୁଇଲ ଚେୟାର ମିଳିବ। ତେଣୁ ବାଧ୍ୟହୋଇ ରୋଗୀ ସମ୍ପର୍କୀୟମାନଙ୍କୁ ମୋବାଇଲ ରଖିବାକୁ ପଡୁଛି। ଏଭଳି ଅବ୍ୟବସ୍ଥାକୁ ନେଇ ରୋଗୀ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏସ୍‌ସିବି ମେଡିକାଲ ରାଜ୍ୟର ସବୁଠୁ ବଡ଼ ମେଡିକାଲ। ଏଠାକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ତେବେ ଗୁରୁତର ରୋଗୀମାନଙ୍କୁ କାଜୁଆଲ୍‌ଟିରୁ ଦୂରରେ ଥିବା ଅଲ୍‌ଟ୍ରାସାଉଣ୍ଡ, ଏମ୍‌ଆର୍‌ଆଇ, ସିଟିସ୍କାନ, ଏକ୍ସରେ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ବୋହି ନେବାକୁ ଷ୍ଟ୍ରେଚର ଏବଂ ହୁଇଲ୍‌ ଚେୟାର ବ୍ୟବସ୍ଥା ହୋଇଛି। ମେଡିକାଲରେ ନିୟୋଜିତ ଏକ ନିର୍ଦ୍ଦିଷ୍ଟ ଠିକା ସଂସ୍ଥା ଏଥିପାଇଁ ଅଜବ ନିୟମ ପ୍ରଣୟନ କରିଛନ୍ତି। ଆଗେ ମୋବାଇଲ୍‌ ବନ୍ଧକ ରଖି ଷ୍ଟ୍ରେଚର ନିଅ। ଏହାକୁ ଫେରାଇବା ପରେ ମୋବାଇଲ ଦିଆଯିବ ବୋଲି କୁହାଯାଉଛି। ଫଳରେ ରୋଗୀ ସମ୍ପର୍କୀୟମାନଙ୍କୁ ମୋବାଇଲ ରଖିବାକୁ ପଡୁଛି। ଏହାଦ୍ୱାରା ସେମାନେ ହଇରାଣ ହେଉଛନ୍ତି।
ଏ ସମ୍ପର୍କରେ ସମ୍ପୃକ୍ତ ଠିକା ସଂସ୍ଥାର ସୁପରଭାଇଜର ସଙ୍କେତ ନାୟକ କହିଛନ୍ତି, ଗୁରୁତର ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଷ୍ଟ୍ରେଚର, ହୁଇଲ ଚେୟାରରେ ନେଉଛନ୍ତି। ହେଲେ ମେଡିକାଲ ସାମଗ୍ରୀ ଭାବି ଯେଉଁଠି ପାରୁଛନ୍ତି, ସେଠି ପକାଇ ଦେଇ ପଳାଉଛନ୍ତି। ଫଳରେ ଷ୍ଟ୍ରେଚର, ହୁଇଲ ଚେୟାରଗୁଡ଼ିକ ଚୋରି ହୋଇଯାଉଛି। ଏଥିପାଇଁ ଅନ୍ୟ ରୋଗୀମାନେ ମଧ୍ୟ ହଇରାଣ ହେଉଛନ୍ତି। ଗତ ୫ ବର୍ଷ ଭିତରେ ୩୦ରୁ ଅଧିକ ଷ୍ଟେଚର, ହୁଇଲଚେୟାର ହଜିଗଲାଣି। ଏ ସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଲିଖିତ ଭାବେ ଜଣାଇଛି। ଆମେ ରୋଗୀଙ୍କୁ କେବଳ ମୋବାଇଲ ନୁହେଁ, ଯେ କୌଣସି ଏକ ଦାମିକା ସାମଗ୍ରୀ ରଖିବାକୁ କହିଥାଉ। ଜାଣିଛୁ ରୋଗୀ ସମ୍ପର୍କୀୟମାନେ ହଇରାଣ ହେଉଛନ୍ତି। ତଥାପି ଆମେ ବାଧ୍ୟ ହୋଇ ଏପରି ନିୟମ କରିଛୁ। ଏହାଦ୍ୱାରା ରୋଗୀ ସମ୍ପର୍କୀୟମାନେ ଶୀଘ୍ର ଷ୍ଟ୍ରେଚର, ହୁଇଲଚେୟାର ଆଣି ଫେରାଉଛନ୍ତି। ଅପରପକ୍ଷେ ଏସ୍‌ସିବି ମେଡିକାଲର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି, ଏ ବିଷୟରେ ଖବର ପାଇଛି। ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ କଥା ହୋଇଛି ା ଏପରି ଅସୁବିଧା ଯେପରି ଭବିଷ୍ୟତରେ ନ ହେବ ସେଥିପାଇଁ ଆମେ ଯଥାଶୀଘ୍ର ବ୍ୟବସ୍ଥା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?