ଜଣେ ଏସିପି, ୭ ଇନ୍ସପେକ୍ଟର, ୪୪ ଏସ୍‌ଆଇ, ୪ ଏଏସ୍‌ଆଇଙ୍କ ବଦଳି

କଟକ ଅଫିସ,୨୧ା୪: କମିଶନରେଟ୍‌ ପୋଲିସରେ ବୁଧବାର ଜଣେ ଏସିପିଙ୍କ ସମେତ ୭ ଇନ୍ସପେକ୍ଟର, ୪୪ ସବ୍‌ଇନ୍ସପେକ୍ଟର ଓ ୪ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ବଦଳି କମିଶନରେଟ ପୋଲିସ ମଧ୍ୟରେ କରାଯାଇଛି। ବିଭିନ୍ନ ଥାନାରେ ଖାଲି ପଡ଼ିଥିବା ପଦବୀ, ପ୍ରଶାସନିକ ଆବଶ୍ୟକତା ଓ ଲୋକଙ୍କ ସେବାକୁ ଦୃଷ୍ଟିରେ ରଖାଯାଇ କରାଯାଇଛି। ଏହି କ୍ରମରେ କଟକ ଡିଆଇବିରେ ଏସିପି ଭାବେ କାର୍ଯ୍ୟରତ ସତ୍ୟ ରଞ୍ଜନ ମଲ୍ଲିକଙ୍କୁ କଟକ ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ସେହିପରି କଟକ ଆଇୟୁସିଏଡବ୍ଲ୍ୟୁରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ କୃଷ୍ଣ ପ୍ରସାଦ ଦାସଙ୍କୁ କଟକ ଡିଆଇବିକୁ ବଦଳି କରାଯାଇଛି ା ସେହିପରି ଇନ୍ସପେକ୍ଟର ନିନାଙ୍କୁ ଭୁବନେଶ୍ୱର ୟୁପିଡିରୁ ଭୁବନେଶ୍ୱର ଡିସିଆର୍‌ବିକୁ, ଇନ୍ସପେକ୍ଟର ରୀନା ଦାସଙ୍କୁ କଟକ ୟୁପିଡିରୁ କଟକ ସଦର ଥାନାକୁ ଅତିରିକ୍ତ ଇନ୍ସପେକ୍ଟର ଭାବେ, ଇନ୍ସପେକ୍ଟର ଗଣେଶ ଚନ୍ଦ୍ର ସ୍ବାଇଁଙ୍କୁ ଭୁବନେଶ୍ୱର ହେଡ୍‌ କ୍ବାର୍ଟରରୁ ସେହିଠାରେ, ଇନ୍ସପେକ୍ଟର ବିଜୟ କୁମାର ବାରିକଙ୍କୁ ଭୁବନେଶ୍ୱର ୟୁପିଡିରୁ ଭୁବନେଶ୍ୱର ଶହୀଦ ନଗର ଥାନାକୁ ଅତିରିକ୍ତ ଇନ୍ସପେକ୍ଟର ଭାବେ, ଇନ୍ସପେକ୍ଟର ସୁଚିତ୍ରା ପରିଡ଼ାଙ୍କୁ ଭୁବନେଶ୍ୱର କମିଶନରଙ୍କ କାର୍ଯ୍ୟାଳୟରୁ ନୟାପଲ୍ଲୀ ଥାନାର ଅତିରିକ୍ତ ଇନ୍ସପେକ୍ଟର, କଟକ ଆଇୟୁସିଏଡବ୍ଲ୍ୟୁ ଇନ୍ସପେକ୍ଟର ପ୍ରମୋଦ କୁମାର ଲେଙ୍କାଙ୍କୁ ଭୁବନେଶ୍ୱର ୟୁପି ଆଣ୍ଡ୍‌ ଟିଟିଆଇକୁ ବଦଳି କରାଯାଇଛି। ଏଥିସହ ୪୪ ଜଣ ସବଇନ୍ସପେକ୍ଟରଙ୍କୁ କମିଶନରେଟ୍‌ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନାକୁ ବଦଳି କରାଯାଇଥିବାବେଳେ ୪ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କୁ ବିଭିନ୍ନ ଥାନାକୁ ବଦଳି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲାଗି ପୋଡ଼ିଗଲା ୧ହଜାରରୁ ଊର୍ଦ୍ଧ୍ୱ ଧାନ ବସ୍ତା

ଭଦ୍ରକ ଅଫିସ,୯।୧ – ଭଦ୍ରକ ଜିଲା ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଧାନ ଗୋଦାମ ପୋଡି ପାଉଁଶ ହୋଇଯାଇଛି।...

ଆଜି କ୍ୟାବିନେଟ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୫ଟା ୪୫ ମିନିଟ୍‌ ସମୟରେ ମନ୍ତ୍ରୀ ପରିଷଦ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ।...

ଲଖନପୁରରେ ଖୋଲିଲା ସ୍ବାବ୍‌ ସଂଗ୍ରହ କେନ୍ଦ୍ର, ୪୪ଜଣଙ୍କ ସ୍ବାବ୍‌ ସଂଗ୍ରହ ହେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାମାରୀ କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ...

ମାସେ ବିତିଲା ବଳାତ୍କାରୀଙ୍କୁ ଧରିବାରେ ପୋଲିସ ବିଫଳ

ରାଜନଗର,୧୫ା୭ (ଭାସ୍କର ରାଉତରାୟ): ଶୁକ୍ରବାରକୁ ଠିକ୍‌ ଏକମାସ ତଳେ ପହିଲି ରଜରେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବାକୁ ବାହାନା ଦେଖାଇ ବାଇକ୍‌ରେ...

ମୋବାଇଲ କିଣିବାକୁ ଟଙ୍କା ଦେଲେନି ମା’, ଜୀବନ ହାରିଲେ ପୁଅ

ପାଟଣା,୨୫ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳି ପଶି ପଞ୍ଚାୟତ ବଡ଼ମହୁଲଡିହା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୨୦ ବର୍ଷର ଯୁବକ ବୁଧବାର...

ପ୍ରଦୂଷଣ ବଳୟରେ ସ୍ମାର୍ଟସିଟି

ରାଉରକେଲା ଅଫିସ,୨୯।୧୧:ଆଉ ମାସକ ପରେ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେବ। ଏଥିପାଇଁ ସହରରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଆଗେଇ ଚାଲିଛି। ଏହା ଭିତରେ...

କୋଭିଡ ଯୋଦ୍ଧାଙ୍କୁ କରୋନା: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ୍‌

କଟକ ଅଫିସ,୨୮।୬-କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ରବିବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ହସ୍ପିଟାଲର ଜଣେ ପୁରୁଷ ଓ ଜଣେ...

୮୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ବନ୍ଦ

ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସିଟ୍‌ ତୁଳନାରେ ଯୁକ୍ତ୨ ନାମଲେଖା ହାର କମ୍‌ ଥିବା ବା ଆଦୌ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍‌ଏସ୍‌ଏସ୍‌୍‌) ଉପରେ...

Advertisement
Archives

Model This Week