କୋବି ଫସଲକୁ ନଷ୍ଟ କଲେ ଦୁର୍ବୃତ୍ତ: ମୁଣ୍ଡରେ ହାତ ଦେଇ ବସିଲେ ଚାଷୀ
କଣ୍ଟାପଡ଼ା,୧୨।୧୧(ଡି.ଏନ୍.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନାହାଳପୁର ଗ୍ରାମରେ ଜଣେ ଚାଷୀଙ୍କ କୋବି ଫସଲକୁ ଦୁର୍ବୃତ୍ତ ନଷ୍ଟ କରିଦେଇଛନ୍ତି। ବାବାଜି ସାହୁ ନାମକ ଚାଷୀ କରଜ କରି କୋବିଚାଷ କରିଥିଲା ବେଳେ ଶୁକ୍ରବାର ସନ୍ଧ୍ୟାରେ ବିଲରୁ କାମ ସାରି ଘରକୁ…
ହାଇକୋର୍ଟରେ ସତ୍ୟପାଠ ଦାଖଲ
କଟକ ଅଫିସ,୧୨ା୧୧: ରାଜ୍ୟରେ ଅନିୟନ୍ତ୍ରିତ ହାତୀମୃତ୍ୟୁ ରୋକିବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପୋଲିସ ଓ ବନ ବିଭାଗର ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଏହି ଟାସ୍କଫୋର୍ସର ଆଗାମୀ କାର୍ଯ୍ୟାବଳୀ ସମ୍ପର୍କିତ ସତ୍ୟପାଠ ଶୁକ୍ରବାର ହାଇକୋର୍ଟରେ…
ହୋଇପାରୁନାହିଁ ଆଇଆଇସି ନିଯୁକ୍ତି
କଟକ ଅଫିସ,୧୧ା୧୧: କମିଶନରେଟ୍ ପୋଲିସ ଅଧୀନ କଟକ ପୂର୍ବାଞ୍ଚଳର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍ଆର୍ଆଇ) ଥାନା ଉଦ୍ଘାଟନ ହେବାର ୨ ମାସ ବିତିଲାଣି। ହେଲେ ଏଠାରେ ଅଦ୍ୟାବଧି ଆଇଆଇସି ନିଯୁକ୍ତି ହୋଇନାହାନ୍ତି। ପୂର୍ବରୁ ଫାଣ୍ଡି ଥିବାବେଳେ ଯେପରି ଚାଉଳିଆଗଞ୍ଜ ଥାନା ଅଧୀନରେ…
ମହାନଦୀରେ ବୁଡିଯାଇ ଜଣେ ବ୍ୟକ୍ତି ନିଖୋଜ
କଟକ ଅଫିସ,୮।୧୧: ମହାନଦୀରେ ଗାଧେଇବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ବ୍ୟକ୍ତି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ବାଲିଯାତ୍ରାରେ ବ୍ୟବସାୟ କରିବା ପାଇଁ ଆସିଥିଲେ ବୋଲି କୁହାଯାଉଛି।
ଆଜିଠୁ ଐତିହାସିକ କଟକ ବାଲିଯାତ୍ରା
କଟକ ଅଫିସ,୮ା୧୧:ବହୁ ପ୍ରତୀକ୍ଷିତ ତଥା ଐତିହାସିକ କଟକ ବାଲିଯାତ୍ରା ମଙ୍ଗଳବାରଠାରୁ ଉଦ୍ଘାଟିତ ହେବ। କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ବନ୍ଦ ଥିବା ଐତିହ୍ୟ ବାଲିଯାତ୍ରା ଏଥର ନୂଆ କଳେବରରେ ଆକର୍ଷଣୀୟ ଢଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜିଲା…
ସାଧୁତା, ସଚ୍ଚୋଟତାର ସହ ଦାୟିତ୍ୱ ପାଳନ କର: ଡିଜିପି
କଟକ ଅଫିସ,୮ା୧୧:ଜନସାଧାରଣଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ପ୍ରଦାନ କରିବା ପୋଲିସର ପ୍ରାଥମିକ କର୍ତ୍ତବ୍ୟ। ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସାଧୁତା ଓ ସଚ୍ଚୋଟତାର ସହ ପାଳନ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ କୁମାର ବଂଶଲ ଆହ୍ବାନ ଦେଇଛନ୍ତି।…
କାଳ ସାଜିଛି ବର୍ଜ୍ୟପାଣି, କୀଟନାଶକ
ରଘୁନାଥପୁର,୭।୧୧(ଡି.ଏନ୍.ଏ.):ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତ ପଲ୍ଲୀଗଡ଼ ଓ ନାୟକସାହି ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ା ଏହାସତ୍ତ୍ୱେ ପୋଖରୀକୁ ଲିଜ୍ରେ ନେବାକୁ ଏସ୍ଏଚ୍ଜି ସଦସ୍ୟାମାନେ ରାଜି ହେଉନାହାନ୍ତି। ସେମାନଙ୍କ କହିବାନୁଯାୟୀ, ଏକ କମ୍ପାନୀରୁ ନିର୍ଗତ ବର୍ଜ୍ୟପାଣି ଓ…
ବ୍ରାଉନ ସୁଗାର ଜବତ: ୨ ଗିରଫ
କଟକ ଅଫିସ,୫।୧୧: ବାଲିଯାତ୍ରା ପୂର୍ବରୁ କଟକ ପୋଲିସକୁ ଏକ ପ୍ରକାର ସଫଳତା ମିଳିଛି। ଲାଲ୍ବାଗ ଥାନା ପୋଲିସ ୨ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ଆନୁମାନିକ…
ଆସୁଛି ବାଲିଯାତ୍ରା: ଚଳଚଞ୍ଚଳ କଟକ
କଟକ ଅଫିସ,୫।୧୧: ପାଖେଇ ଆସୁଛି ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି କଟକ। ବାଲିଯାତ୍ରା ପଡ଼ିଆରେ ଗୋଟିଏ ପରେ ଗୋଟିଏ ଷ୍ଟଲ ଖୋଲା ଯାଉଛି। ଷ୍ଟଲ ନିର୍ମାଣରେ ଦିନରାତି ଲଗେଇ ଦେଇଛନ୍ତି କାରିଗର। ରାସ୍ତା କାମ ଶେଷ ପର୍ଯ୍ୟାୟରେ ଥିଲାବେଳେ ବିଦ୍ୟୁତ ବିଭାଗ ଦ୍ୱାରା…
୬ ଟଙ୍କାର କ୍ୟାରିବ୍ୟାଗ୍ ପାଇଁ ୨୫ ହଜାର ତଣ୍ଡ
କଟକ ଅଫିସ,୫ା୧୧: ୬ ଟଙ୍କାର କ୍ୟାରିବ୍ୟାଗ୍ ପାଇଁ କଟକ ବକ୍ସିବଜାରସ୍ଥିତ ବଜାର କୋଲକାତା ଶପିଂ ମଲ ତଣ୍ଡ ଗଣିବ। ଉକ୍ତ ଶପିଂ ମଲ୍କୁ ଜିଲା ଖାଉଟି ଅଦାଲତ ଏଭଳି ଦଣ୍ଡିତ କରିଛନ୍ତି। ଜଣେ ଗ୍ରାହକଙ୍କୁ ନ ଜଣାଇ କ୍ୟାରି ବ୍ୟାଗ ପାଇଁ…
ଆସନ୍ତା ୨୩ରୁ ମାଟ୍ରିକ୍ ସମ୍ମେଟିଭ୍ ପରୀକ୍ଷା: ଆଜିଠୁ ମିଳିବ ଆଡମିଟ୍ କାର୍ଡ
କଟକ ଅଫିସ,୪।୧୧: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା। ନଭେମ୍ବର ୨୩ରୁ ଆରମ୍ଭ ହୋଇ ୩୦ ତାରିଖ ଯାଏ ପରୀକ୍ଷା ଚାଲିବ। ଏ ନେଇ ବୋର୍ଡ କତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ତେବେ ପରୀକ୍ଷା…
ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ
ଆଠଗଡ,୪।୧୧(ସ୍ବ.ପ୍ର.): ଆଜି ପଞ୍ଚକ ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କୁ ଏଲ୍ଇଡିରେ ଦର୍ଶନ କରୁଛନ୍ତି ଭକ୍ତ। ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଲ୍ଇଡି ବ୍ୟବସ୍ଥା କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ଭିଡକୁ…

