କଟକ

ଜେଜଙ୍କ ଏକାଦଶରେ ଚାଲିଗଲା ନାତୁଣୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୨୨।୨(ସ୍ବ.ପ୍ର.): ଜେଜଙ୍କ ଏକାଦଶରେ ନଦୀରେ ବୁଡି ନାତୁଣୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳ ପଞ୍ଚୟତ ସାଧକନଗର ଅଞ୍ଚଳରେ ଘଟିଛି। ସେ ହେଲେ ଋତୁପର୍ଣ୍ଣା(୧୪)। ସୂଚନାଯୋଗ୍ୟ, ଜେଜଙ୍କ ଏକାଦଶ କର୍ମ ପାଇଁ ସାଧକନଗର…

ଏପ୍ରିଲରେ କାର୍ଯ୍ୟକ୍ଷମ ହେବ ଛତ୍ରବଜାର ଅର୍ବାନ୍‌ ହାଟ

କଟକ ଅଫିସ,୨୨ା୨: ରାଣୀହାଟ ନିକଟରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବ। ସେହିପରି ଛତ୍ରବଜାରସ୍ଥିତ ନିର୍ମାଣାଧୀନ ଅର୍ବାନ ହାଟ ନିକଟରେ ଏକ ମାଛ ମାର୍କେଟ ହେବ। ତାଳଦଣ୍ଡା କେନାଲରେ ବର୍ଜ୍ୟବସ୍ତୁ ପକାଉଥିବା ଲୋକଙ୍କୁ ସିସିଟିଭି କ୍ୟାମେରା ଜଗିବ। କଟକ ମହାନଗର ନିଗମ(ସିଏମ୍‌ସି)…

ଯୌତୁକ ଲାଗି ମୋ ଝିଅକୁ ମାରି ଟାଙ୍ଗିଦେଲେ ଜ୍ୱାଇଁ

ନିଶ୍ଚିନ୍ତକୋଇଲି, ୨୧।୨(ସ୍ବ.ପ୍ର.): ଅଧିକ ଯୌତୁକ ଦାବିରେ ବଧୂଙ୍କୁ ଶାଶୁ ଘର ଲୋକ ବିଭିନ୍ନ ନିର୍ଯାତନା ଦେବା ସହ ମାରି ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କଟକ ଜିଲା ଭଦ୍ରେଶର ଥାନା ଅଧୀନ ଗୋପାଳପୁର ଗ୍ରାମରେ। ଗ୍ରାମର ସୁନୀଲ ପ୍ରଧାନଙ୍କ…

ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ ମୁତାବକ, ଅନ୍ୟ ଦୁଗ୍ଧ କମ୍ପାନୀମାନଙ୍କଠାରୁ ଓମ୍ଫେଡ଼ ଚାଷୀଙ୍କୁ କ୍ଷୀର ଲିଟର ପିଛା କମ୍‌ ମୂଲ୍ୟ…

୨ ମାସରେ ତଦନ୍ତ ସାରିବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ

କଟକ ଅଫିସ,୨୧ା୨:ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ମାମଲାରେ ୨ମାସ ମଧ୍ୟରେ ଆଇନ ଅନୁଯାୟୀ ତଦନ୍ତ ଶେଷ କରିବା ନିମନ୍ତେ ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଡ. ସଞ୍ଜୀବ ପାଣିଗ୍ରାହୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ମାମଲାର ପୂର୍ଣ୍ଣଚ୍ଛେଦ…

ଗୋପାଳଙ୍କୁ ଜେଲରେ ସୁରକ୍ଷା ଦେବା ନେଇ ମାମଲା

କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ସୋମବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ଆବେଦନକାରୀ ଆଇନଜୀବୀ…

ଗୋପାଳ ମାନସିକ ରୋଗୀ

କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଜଣେ ମାନସିକ ରୋଗୀ। ତାଙ୍କର ଦୀର୍ଘଦିନ ଧରି ମାନସିକ ଅସୁସ୍ଥତାର ଇତିହାସ ରହିଛି। ଗୋପାଳଙ୍କ ମାନସିକ ଅସୁସ୍ଥତାର ସ୍ଥିତି ପରୀକ୍ଷା ପାଇଁ ଗଠିତ ସ୍ବତନ୍ତ୍ର ମେଡିକାଲ…

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଗୁଳିବିଦ୍ଧ ବଂଶୀଧର

ଆଠଗଡ଼,୨୦ା୨(ଡି.ଏନ୍‌.ଏ.): ଚଳିତ ମାସ ୧୨ ତାରିଖରେ ଆଠଗଡ଼ ଥାନା ଜେନାପଦା ଗ୍ରାମରେ ଘଟିଥିବା ଗୁଳିକାଣ୍ଡରେ ଗୁଳିବିଦ୍ଧ ବଂଶୀଧର ନାୟକଙ୍କ କଟକ ଶ୍ରୀରାମଚନ୍ଦ୍ର ଚନ୍ଦ୍ର ଭଞ୍ଜ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ଜେନାପଦା ମଝି ସାହିରେ…

ରାଜପଥ ଦୁରବସ୍ଥା ବଢ଼ାଉଛି ଟ୍ରାଫିକ୍‌ ସମସ୍ୟା

କଟକ ଅଫିସ,୨୦ା୨: କାଠଯୋଡ଼ି ପୋଲଠାରୁ ପଳାଶୁଣୀ ଯାଏ ୧୬ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା କହିଲେ ନସରେ। ଗମନାଗମନ ଦୃଷ୍ଟିରୁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ରାଜପଥରେ ରହିଥିବା ବିଭିନ୍ନ ସମସ୍ୟା କମିଶନ୍‌ରେଟ୍‌ ପୋଲିସ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟିର…

ନାକରେ ବିରଳ ଅସ୍ତ୍ରୋପଚାର: ସ୍ବାଭାବିକ ହେଲା ଶ୍ୱାସକ୍ରିୟା

କଟକ ଅଫିସ,୨୦ା୨: କଟକ ଜିଲା ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲରେ ଜଣେ ଯୁବକଙ୍କ ନାକ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରାଯାଇଛି। ଫଳରେ ସେ ଏବେ ସ୍ବାଭାବିକ ଭାବେ ନିଃଶ୍ୱାସପ୍ରଶ୍ୱାସ ନେଇପାରୁଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ହେଲେ ଯାଜପୁର ଜିଲା…

ପୂର୍ବ ଶତ୍ରୁତାରୁ ହତ୍ୟା କରିଥିଲେ କିନ୍ନର

ମଙ୍ଗୁଳି-ଜଗତପୁର,୧୯।୨(ଡି.ଏନ୍‌.ଏ.): କଟକ ଜିଲା ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ଗତ ୭ ତାରିଖ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଥିଲା। ଏ ନେଇ ପରିବାର ପକ୍ଷରୁ କେହି ଦୁର୍ବୃତ୍ତ…

ବିନା ଲାଇଫ୍‌ ଜ୍ୟାକେଟରେ ଧବଳେଶ୍ୱର ଗଲେ ମନ୍ତ୍ରୀ

ଖୁଣ୍ଟୁଣୀ,୧୯।୨(ଡି.ଏନ୍‌.ଏ.): କଟକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଶନିବାର ଥିଲା ଜାଗର ଯାତ୍ରା। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖିବା ସହ ଝୁଲାପୋଲର ମରାମତି ଚାଲିଥିବାରୁ ପୂର୍ବରୁ ୧୪୪ ଧାରା ଲାଗିଥିବା ବେଳେ ଡଙ୍ଗା ଯାତ୍ରାକୁ ମଧ୍ୟ ପ୍ରଶାସନ ବନ୍ଦ ରଖିଛି। କେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri