ସର୍ବସାଧାରଣଙ୍କ ପାଇଁ ଖୋଲିଲା ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌

କଟକ ଅଫିସ,୧୧ା୩: କଟକ ବାରବାଟୀ ଦୁର୍ଗ ପରିସରସ୍ଥ ମ୍ୟୁଜିୟମ୍‌ ଅଫ୍‌ ଜଷ୍ଟିସ୍‌କୁ ସର୍ବସାଧାରଣଙ୍କ ଲାଗି ଶୁକ୍ରବାରଠାରୁ ଖୋଲାଯାଇଛି। ଏହି ନ୍ୟାୟିକ ସଂଗ୍ରହାଳୟ ସପ୍ତାହରେ ସୋମବାର ବ୍ୟତୀତ ଅନ୍ୟ ସବୁଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ। ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ଦେୟ ସମ୍ପୂର୍ଣ୍ଣ ମାଗଣା ରଖାଯାଇଥିବା ଓଡ଼ିଶା ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ସଂଗ୍ରହାଳୟକୁ ଆନୁଷ୍ଠାନିକ ଭାବେ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବା ଉପଲକ୍ଷେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର କହିଥିଲେ, ସଂଯୋଜକ କମିଟି ସଦସ୍ୟମାନଙ୍କର ମାର୍ଗଦର୍ଶନରେ ସଂଗ୍ରହାଳୟକୁ ଗୁଣାତ୍ମକମାନ ବିଶିଷ୍ଟ କରିପାରିଛି। ଏହି କାର୍ଯ୍ୟରେ ଇନ୍‌ଟାକ୍‌, ପିଲୁ ମୁଡି କଲେଜ ଅଫ୍‌ ଆର୍କିଟେକ୍ଚର, କଟକ ମହାନଗର ନିଗମ, ଓ୍ବାର୍କସ୍‌ ଡିପାର୍ଟମେଣ୍ଟ ଆଦିର ପ୍ରମୁଖ ଭୂମିକା ରହିଛି। ଓଡ଼ିଶା ସଂସ୍କୃତି, କଳା ଓ ପରମ୍ପରାରେ ସମୃଦ୍ଧ। ଓଡ଼ିଶାର ଅତୀତ ଏହି ସଂଗ୍ରହାଳୟରେ ପ୍ରତିଫଳିତ ହୋଇଛି। ଏହି ଅବସରରେ ସଂଯୋଜକ କମିଟିର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗ୍ରହାଳୟର ରୂପରେଖ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ସଂଯୋଜକମାନେ ହେଲେ ବିଚାରପତି ଡ. ଏ.କେ. ମିଶ୍ର, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଏ.ବି. ତ୍ରିପାଠୀ, ବି.ବି. ମିଶ୍ର, ସଞ୍ଜୀବ ଚନ୍ଦ୍ର ହୋତା, ଡ. ନିବେଦିତା ମହାନ୍ତି, ଜନଜାତି ସଂଗ୍ରହାଳୟର ନିର୍ଦ୍ଦେଶକ ଏ.ବି. ଓତା, ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ, ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ଇନ୍‌ଟାକ୍‌ର ନିର୍ଦ୍ଦେଶକ ମଲ୍ଲିକା ମିତ୍ର। ବିଚାରପତି ଦେବବ୍ରତ ଦାସ ସ୍ବାଗତ ଭାଷଣ ଓ ବିଚାରପତି ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ସଂଗ୍ରହାଳୟକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଗୋଟିଏ ଥିମ୍‌ ପାଭିଲିୟନ୍‌ ଓ ୭ଟି ଗ୍ୟାଲେରି କରାଯିବା ସହ ଏକ ଲାଇବ୍ରେରି ଓ ସୋଭେନିର୍‌ ଶପ୍‌ ମଧ୍ୟ ନିର୍ମାଣ ହୋଇଛି। ଲାଇବ୍ରେରିରେ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ଆଇନ ପୁସ୍ତକ ଓ ଜର୍ନାଲଗୁଡ଼ିକୁ ଉପଲବ୍ଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri