ବ୍ଲକ କାର୍ଯ୍ୟାଳୟ ଘେରାଉ ପରେ ବୋମା ମାଡ଼

ତିଗିରିଆ,୪। ୩(ଡି. ଏନ. ଏ. ): ତିଗିରିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳା ଗୋଷ୍ଠୀ କର୍ମକର୍ତ୍ତା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଆନ୍ଦୋଳନକାରୀମାନେ ଯେଉଁ ଗାଡ଼ିରେ ଆସିଥିଲେ ତା’ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତିଗିରିଆ ଥାନାରେ ମାମଲା (ନଂ. ୪୩/୨୩) ରୁଜୁ ହୋଇଛି। ତିଗିରିଆ ବ୍ଲକର ବିଭିନ୍ନ ପଞ୍ଚାୟତର ମିଶନ ଶକ୍ତି ଅଧୀନରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ କରି ଅପରାହ୍ନରେ ବହୁ ମହିଳା ଓ ପୁରୁଷ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଠଗଡ଼ର ବିଜେଡିର ଯୁବ ସଙ୍ଗଠକ ଅଭୟ ବାରିକ ଏହାର ନେତୃତ୍ୱ ନେଇଥିଲେ। ଖବରପାଇ ତିଗିରିଆ ବିଡିଓ ପ୍ରଣବ କୁମାର ବେହେରା ପହଞ୍ଚି ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନେ ଇସ୍ତଫା ଦେଇଥିବା କହିଥିଲେ। ଶନିବାର ଅପରାହ୍ନରେ ସେମାନଙ୍କ ଇସ୍ତଫାପତ୍ର ଯୁବ ସଙ୍ଗଠକଙ୍କୁ ପ୍ରଦାନ କରାଯିବ ବୋଲି କହିବା ପରେ ଆନ୍ଦୋଳନକାରୀମାନେ ଫେରିଯାଇଥିଲେ। ଏହାପରେ ଆନ୍ଦୋଳନକାରୀ ଆସିଥିବା ଏକ ସ୍କର୍ପିଓ ଏବଂ ଅଟୋ ନିକଟସ୍ଥ ଶିବ ମନ୍ଦିର ପାଖରେ ଥୁଆ ହୋଇଥିଲା। ଏହି ସମୟରେ ୨ ଜଣ ଦୃର୍ବୃତ୍ତ ହେଲ୍‌ମେଟ୍‌ ପିନ୍ଧି ଏକ ସ୍କୁଟିରେ ଆସି ଉକ୍ତ ଗାଡ଼ି ଉପରକୁ ବୋମାମାଡ଼ କରି ପଳାଇଯାଇଥିଲେ। ଏଥିରେ ସ୍କର୍ପିଓର ପଛ କାଚ ଭାଙ୍ଗିଯାଇଥିବାବେଳେ ଅଟୋର ଚକରେ ବୋମା ବାଜିଛି। ମାତ୍ର ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ସେହି ସମୟରେ ଗାଡ଼ିରେ କେହି ନ ଥିବାରୁ କାହାର କୌଣସି କ୍ଷତି ହୋଇନାହିଁ। ଏନେଇ ଅଭୟ ଥାନାରେ ଅଭିଯୋଗ କରିବା ପରେ ଆଠଗଡ ଡିଏସ୍‌ପି ବିଜୟ କୁମାର ବିଶି, ତିଗିରିଆ ଆଇଆଇସି ସୁଚିତ୍ରା ଜେନା, କାନପୁର ଆଇଆଇସି ରବୀନ୍ଦ୍ର ଭୁଜବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ଆସିଥିବା ଆରାଘଚିଙ୍କ ସହ ଗାଲିବାଫଙ୍କୁ ହତ୍ୟା କରିବାକୁ ଚାହୁଁଛି ଇସ୍ରାଏଲ! ହତ୍ୟା ଷଡ଼ଯନ୍ତ୍ରର…

ଜେରୁଜେଲମ,୩।୭: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ସାମ୍ନାକୁ ଆସିଛି। ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri