୫ଶ୍ରେଣୀକୁ ଜଣେ ଶିକ୍ଷୟିତ୍ରୀ

ନିଶ୍ଚିନ୍ତକୋଇଲି,୪ା୩(ସ୍ବ.ପ୍ର.): ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ଏହା ଏକ ମୌଳିକ ଆବଶ୍ୟକତା ଭାବେ ଗ୍ରହଣ କରି ସରକାର ବିଦ୍ୟାଳୟର ଭିତି ଭୂମି ବିକାଶରେ କୋଟି କୋଟି ଟଙ୍କା ବ୍ୟୟ କରି ବିଦ୍ୟାଳୟକୁ ଆଧୁନିକ ଓ ଶିକ୍ଷଣ ଉପଯୋଗୀ କରିଛନ୍ତି। ଶିକ୍ଷାଦାନ ବ୍ୟବସ୍ଥା ଠିକ ନ ରହିବା କାରଣରୁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ଏପରିଏକ ନଜିର ଦେଖିବାକୁ ମିଳିଛି କଟକ ଜିଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ଅଧିନ ସହଦେବପୁର ପ୍ରାଥମିକ ବିଦ୍ୟାଳୟ। ଏଠି ୫ଟି ଶ୍ରେଣୀରେ ୨୩ ଜଣ ଛାତ୍ରୀ ଛାତ୍ରଙ୍କୁ ମାତ୍ର ଜଣେ ଶିକ୍ଷକ ପାଠ ପଢାଉଛନ୍ତି। ଶିକ୍ଷାକୁ ସାର୍ବଜନୀନ କରାଇବା ନିମନ୍ତେ ସରକାର ସମଗ୍ର ଶିକ୍ଷା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିନିମନ୍ତେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ,ପୃଷ୍ଟିକର ଅଣ୍ଡା,ପାଠ୍ୟ ପୁସ୍ତକ,ସାଇକେଲ, ପୋଷାକ, ଛାତ୍ରବୃତି ଦିଆଯାଉଥିଲା ବେଳେ ବିଦ୍ୟାଳୟ ଗୃହକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମପଂଚାୟତ ସହଦେବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀ ନିମନ୍ତେ ମାତ୍ର ଜଣେ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଥିବା କାରଣରୁ ସମଗ୍ର ଶିକ୍ଷା ଯୋଜନା ଦିଗହରା ହୋଇପଡିଛି। ସହଦେବପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗତ ୨୦୦୬ ମସିହାରେ ସ୍ଥାପନ କରାଯାଇଥିଲା। ଏହି ବିଦ୍ୟାଳୟର ୫ଟି ଶ୍ରେଣୀରେ ୨୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି। ବିଦ୍ୟାଳୟରେ ଏକମାତ୍ର ଶିକ୍ଷୟିତ୍ରୀ ରୂପେ ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟ କରୁଛନ୍ତି। ଶ୍ରୀମତୀ ନାୟକ ଅତ୍ୟନ୍ତ ଦୟନୀୟ ଭାବେ ଗୋଟିଏ ଶ୍ରେଣୀ କକ୍ଷରେ ୫ଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହି ବ୍ଳକରେ ବହୁ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିମ କାର୍ଯ୍ୟକ୍ରମ ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ହେଉଥିବା କାରଣରୁ ଶିକ୍ଷୟିତ୍ରୀ ଜଣକ ଅନୁପସ୍ଥିତ ରହିଲେ ବିଦ୍ୟାଳୟରେ ତାଲା ଝୁଲୁଛି। ଏପରିକି ଏହି ବିଦ୍ୟାଳୟଟି ଲୁଣା ନଦୀ କୂଳରେ ଓ କେନାଲ ପାର୍ଶ୍ୱରେ ଅବସ୍ଥିତ ଅଟେ। ଶିକ୍ଷୟିତ୍ରୀ ଅନୁପସ୍ଥିତ ରହିବା ଦିନ ଛାତ୍ର ଛାତ୍ରୀମାନେ ଶିକ୍ଷାଦାନ କରିନପାରି ନିରାଶରେ ଫେରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଭାବେ ଏହି ବିଦ୍ୟାଳୟ ନିମନ୍ତେ କାର୍ଯ୍ୟକରୁଥିବା ଶିକ୍ଷକ ଆଲୋକ କୁମାର ସ୍ବାଇଁଙ୍କୁ କେରିଲୋ ବିଦ୍ୟାଳୟକୁ ସପ୍ତାହରେ ୩ ଦିନ ଡେପୁଟେସନରେ ପଠାଇ ଦିଆଯାଇଥିବା କାରଣରୁ ଶିକ୍ଷକ ଅଭାବରୁ ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଛି। ଶିକ୍ଷକ ଅଭାବରୁ ଏହି ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ ହୋଇପଡିଥିବାରୁ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କ ନାମ ଏହି ବିଦ୍ୟାଳୟରେ ଲେଖିବାକୁ ଉଚିତ ମନେକରୁନାହାନ୍ତି। ଫଳରେ ଦିନକୁ ଦିନ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପ୍ରଶାସନ ତରଫରୁ ତୁରନ୍ତ ଏହି ବିଦ୍ୟାଳୟକୁ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି।ଏସମ୍ପର୍କରେ ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା କୁହନ୍ତି ବର୍ତମାନ ସ୍କୁଲର ପିଲାଙ୍କ ଅନୁପାତରେ ଶିକ୍ଷକ ଦିଆଯାଉଛି। ଯଦିଓ ଜଣେ ଶିକ୍ଷକ ୫ଟି ଶ୍ରେଣୀରେ ପଢାଇବା ସମ୍ଭବ ନୁହେଁ ତେଣୁ ଅନ୍ୟଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଏହି ବିଦ୍ୟାଳୟକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri