ଭଦ୍ରକ

ଭଦ୍ରକରେ ଜନତା କର୍ଫ୍ୟୁକୁ ପାଳନ କରିଛନ୍ତି ଜନସାଧାରଣ: ରାସ୍ତାଘାଟ ଶୂନ୍‌ଶାନ

ଭଦ୍ରକ ଅଫିସ,୨୨।୩: ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସତର୍କ, ସ୍ବଚ୍ଛତା ଓ ସାମାଜିକ ଦୂରତା ନିହାତି ଜରୁରୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନ ବାହାରିବା...

ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍‌ଡାଉନ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ୨୨ରୁ ୨୯ ତାରିଖ ରାତି ୯ଟା...

ଖାଇବାକୁ ଯିବା ବାହାନାରେ ବାଇକ୍‌ ନେଇ ଯାଉଥିଲେ ଯୁବକ: ନିର୍ଧୂମ ଛେଚିଲେ ଗ୍ରାମବାସୀ

ଭଦ୍ରକ ଅଫିସ,୨୧ା୩: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାରିକପୁର ବାସନ୍ତୀ ଦୁର୍ଗା ପଡ଼ିଆଠାରେ ଜଣେ ଯୁବକଙ୍କୁ ଗ୍ରାମବାସୀ ଧରି ନିର୍ଧୂମ ଛେଚିଛନ୍ତି। ଉକ୍ତ ଯୁବକ ଜଣଙ୍କ ଗାଁ ଲୋକଙ୍କ କାମ କରିବାକୁ ଯାଉଥିବା ବେଳେ ଖାଇବା ଆଣିବାକୁ ଯିବାକୁ କହି...

ପାଇଖାନା ନିର୍ମାଣ ନଁ।ରେ ଅନିୟମିତତା

ପଦ୍ମପୁର,୨୧।୩(ଡି.ଏନ.ଏ.)-ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଘଟଣା ପଦାକୁ ଆସିଛି। ଏ ନେଇ ବିଡିଓ, ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। କରଞ୍ଜଆଡ଼ିଆ ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମର କୈଳାସ ନାଥଙ୍କ ଅଭିଯୋଗ...

ଆଗ ଥଇଥାନ, ପରେ ଉଚ୍ଛେଦ

ଚାନ୍ଦବାଲି,୨୦।୩(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ସନ୍ନିକଟ ବୈତରଣୀ ନଦୀକଡ଼ରୁ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପ୍ରଥମ ଦିନରେ କ୍ରସ୍‌ଷ୍ଟାଣ୍ଡ ରୋଡ୍‌ର ବଡ଼ ବଜାରଠାରୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରାଯାଇଛି। ମାତ୍ର ଆଗ ଥଇଥାନ...

ଆଖଣ୍ଡଳମଣି ମନ୍ଦିରରେ ତାଲା: ନିରାଶ ହୋଇ ଫେରୁଛନ୍ତି ଭକ୍ତ

ଆରଡି,୨୦।୩,(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୁକ୍ରବାର ପ୍ରଭାତରୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଜିଲା ପ୍ରଶାସନ ମନ୍ଦିର ବନ୍ଦ ସଂକ୍ରାନ୍ତୀୟ ବିଜ୍ଞପ୍ତି ୪୦୦/୧୯.୦୩.୨୦ ଜାରି କରିଥିଲା। ସେଥିରେ...

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ

ଧାମନଗର,୨୦।୩(ଡି.ଏନ.ଏ.)-ଗରିବ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଆବାସଠାରୁ ଆରମ୍ଭ କରି ରାଶନ ସବୁକିଛି ସେମାନଙ୍କୁ ଯୋଗାଇ ଦିଆଯାଉଛି। କିନ୍ତୁ ଭଦ୍ରକ ଜିଲା ଧାମନଗର ବ୍ଲକ ନଦୀଗଁ। ଉଆସସାହିର ଦିବ୍ୟାଙ୍ଗ ଜୟନ୍ତ ଦାସ(୩୨)ଙ୍କ ପରିବାର ସରକାରଙ୍କ ସୁବିଧା...

ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯିବା ସହିତ ଜବରଦଖଲମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାନ୍ଦବାଲି କ୍ରସଷ୍ଟାଣ୍ଡ...

ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯିବା ସହିତ ଜବରଦଖଲମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାନ୍ଦବାଲି କ୍ରସଷ୍ଟାଣ୍ଡ...

‘ଆତ୍ମବିଶ୍ୱାସ ଥିଲେ ସଫଳତା ମିଳେ’

ଆରଡ଼ି,୧୯।୩(ଡି.ଏନ.ଏ.)-କଥାରେ ଅଛି ‘ଚାଷ ଅଛି ଯାହାର, କେତେ ସୁଖ ତାହାର’। ପିଲାଦିନୁ ପଢ଼ିଥିବା ଏହି ଉକ୍ତିକୁ ପ୍ରମାଣିତ କରିବାକୁ ସେ ସ୍ବପ୍ନ ଦେଖିଥିଲେ। ବାଧ୍ୟବାଧ୍ୟକତାରେ ଯୁକ୍ତ ୨ ପର୍ଯ୍ୟନ୍ତ ଚାଲିଲା ପାଠପଢ଼ା। ଏହାପରଠାରୁ ଆଉ ପାଠରେ ତାଙ୍କର ମନ ଲାଗିଲାନି।...

ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ

ଜଳେଶ୍ୱର,୧୮।୩(ସ୍ବ.ପ୍ର.):  ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିଡ଼ିଓ ଦୀପ୍ତିରଞ୍ଜନ ସେଠୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ...

ନବବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

ପଦ୍ମପୁର, ୧୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ରାଉତ ସାହିର ଜଣେ ନବ ବିବାହିତ ଯୁବକଙ୍କର ବୁଧବାର ସକାଳେ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରାଜେନ୍ଦ୍ର ବେହେରା(୨୮)। ପ୍ରକାଶ ଯେ, ଗତ ୧୩ ତାରିଖରେ...

ଦୁଇ ଜିଲାର ଗୋଟିଏ ହାଟ

ବନ୍ତ,୧୮ା୩(ହରି ନାରାୟଣ ମହାନ୍ତି)- ଭଦ୍ରକ ଓ କେନ୍ଦୁଝର ଜିଲା ସୀମାବର୍ତ୍ତୀ ବସନ୍ତିଆ ହାଟ ଦୁଇ ଜିଲା ମଧ୍ୟରେ ପ୍ରାୟ ଶହେ ବର୍ଷ ଧରି ସମ୍ପର୍କର ସେତୁ ଗଢି ଆସିଛି। ସଜ ପନିପରିବାଠାରୁ ଆରମ୍ଭ କରି ମାଛ, ମାଂସ, ବିଭିନ୍ନ କୃଷି...

ମୃଣ୍ମୟୀ ମୂର୍ତ୍ତି ସ୍ଥାନ ନେଲା ଦାରୁ ବିଗ୍ରହ

ଭଦ୍ରକ ଅଫିସ, ୧୮ା୩- ଭଦ୍ରକ ବ୍ଲକ ଚରମ୍ପା ବରାଳପୋଖରୀ ଅଞ୍ଚଳର ଜାନୁଗଞ୍ଜ ଗାଁରେ ଜଗନ୍ନାଥଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପରେ ସୋମବାର ଦାରୁବିଗ୍ରହ ପ୍ରତିଷ୍ଠା ହୋଇଛି। କାହିଁ କେଉଁ କାଳରୁ ବରାଳପୋଖରୀ ଅଞ୍ଚଳରେ ପ୍ରତିବର୍ଷ ପରି ରୀତିନୀତି ଅନୁଯାୟୀ ଠାକୁରଙ୍କ...

ବିଲୁପ୍ତ ହେବାକୁ ବସିଲାଣି କୁଣ୍ଡି ନଦୀ

ତିହିଡ଼ି,୧୮ା୩(ସ୍ବ.ପ୍ର.)- ନଦୀ ଏକ, ନାମ ଏକାଧିକ । ଏପରି ଏକ ନଦୀ ହେଲା କୁଣ୍ଡି ନଦୀ। ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ଏହାକୁ ଚୂଡ଼ାଖିଆ, ଗୁପ୍ତଗଙ୍ଗା, କରଞ୍ଜଇ, ଧଳା ନଦୀ ବୋଲି କହନ୍ତି। ଭଦ୍ରକ ଜିଲାର ସାଳନ୍ଦୀ ନଦୀ ସହିତ...

ସ୍ବୀକୃତି ମିଳିନି, ସଙ୍ଗୀତ ଦେଇଛି ଜୀବନ

ବନ୍ତ,୧୮।୩ (ସ୍ବ.ପ୍ର.)-ତାଙ୍କ ଚେହେରା, ବେଶଭୂଷା ବେଶ୍‌ ନିଆରା। ସକାଳୁ ସକାଳୁ ନାଲି ପୋଷାକ ରଙ୍ଗର ପରିଧାନ ପିନ୍ଧି ମଥାରେ ନାଲି ପଗଡ଼ି ଓ କାନ୍ଧରେ ନାଲି ରଙ୍ଗର ଝୁଲାମୁଣି ଧରି ଘରୁ ବାହାରି ପଡ଼ିନ୍ତି। ହାତରେ ଥାଏ ଏକତାରା। ଖଣ୍ଡେ...

ବିଦେଶ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି: ଯୁବକଙ୍କୁ ୨୮ ଦିନ ପର୍ଯ୍ୟବେକ୍ଷଣରେ ରହିବା ପାଇଁ ପରାମର୍ଶ

ଭଣ୍ଡାରିପୋଖରୀ, ୧୭ା୩(ଡି.ଏନ୍‌.ଏ.)- ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଦେଇଥିବାବେଳେ ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ  ସଚେତନତା ସୃଷ୍ଟି କରାଯାଉଛି। ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା...

ଟୋକନ କଟିବା ପ୍ରତିବାଦରେ ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର, ୧୭ା୩(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ସେବା ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ କିଣା ନେଇ ଅବ୍ୟବସ୍ଥା ଲାଗି ରହିଛି। ୩୧ ଜଣ ଚାଷୀଙ୍କ ଧାନକ୍ରୟ ଲାଗି ପ୍ରଦତ୍ତ ଟୋକନ ଅନ୍‌ଲାଇନରେ କଟିଯିବା ଫଳରେ ସେମାନେ ସରକାରୀ...