ଭଦ୍ରକ

ବେଆଇନ ବାଣ ତିଆରି ସାମଗ୍ରୀ ଜବତ: ୨ ଗିରଫ

ଭଦ୍ରକ ଅଫିସ/ଚାନ୍ଦବାଲି, ୨୬।୧୦(ଡି.ଏନ.ଏ.) – ଭଦ୍ରକ ଜିଲା ପୁରୁଣାବଜାର ଓ ବାଂଶଡ଼ା ଥାନା ପୋଲିସ ଶୁକ୍ରବାର ଚଢ଼ାଉ କରି ବେଆଇନ ବାଣ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ପୁରୁଣାବଜାର ପୋଲିସ ଗିରଫ…

ବଢ଼ୁଛି ବୈତରଣୀ

ଭଣ୍ଡାରିପୋଖରୀ, ୨୫।୧୦(ଡି.ଏନ୍‌.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବୈତରଣୀ ନଦୀର ଜଳସ୍ତର ବଢିବା ଆରମ୍ଭ କରିଛି। ଆଖୁଆପଦାଠାରେ ନଦୀର ଜଳସ୍ତର ଶୁକ୍ରବାର ସକାଳ ୮ ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ଜଳସ୍ତର…

ବର୍ଷାରେ ବେହାଲ ଭଦ୍ରକ: ୧୦୬୪.୦୩ ମିମି ବର୍ଷା ରେକର୍ଡ

ଭଦ୍ରକ ଅଫିସ, ୨୫।୧୦: ଭଦ୍ରକ ଜିଲାରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଶୁକ୍ରବାର ଜିଲାରେ ୧୦୬୪.୦୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାସୁଦେବପୁର ବ୍ଲକରେ ସର୍ବାଧିକ ୨୨୩ ମିଲିମିଟର ବର୍ଷା ହୋଇଛି। ସେହିପରି ଭଣ୍ଡାରିପୋଖରୀରେ ସର୍ବନିମ୍ନ ୧୧୦…

ଲଗାଣ ବର୍ଷାରେ ସ୍ଥିତି ବେହାଲ: ଖାଲୁଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ ଅଫିସ, ୨୫।୧୦ – ଦୀପାବଳି ପୂର୍ବରୁ ଲଘୁଚାପଜନିତ ବର୍ଷାରେ ଭଦ୍ରକ ସହର ଅବସ୍ଥା ବେହାଲ ହୋଇଛି। ସହରର ଖାଲୁଆ ଅଞ୍ଚଳରେ ପାଣି ଜମିରହି ସ୍ଥିତି ସଙ୍ଗିନ କରିଛି। ବର୍ଷା ବୁଧବାରଠାରୁ ଆରମ୍ଭ ହୋଇ ଗୁରୁବାର ଦିନତମାମ ଲାଗିରହିଥିଲା। ଦୁଇଦିନର ଏହି…

ବଢ଼ୁଛି ଫ୍ୟାନ୍‌ସି ଦୀପର ଚାହିଦା: ସଙ୍କଟରେ କୁମ୍ଭକାରଙ୍କ ବେଉସା

ଭଦ୍ରକ ଅଫିସ, ୨୫ା୧୦- ଦୀପାବଳିିରେ ମାଟି ଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି। ବର୍ତ୍ତମାନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହାଟବଜାରରେ ବିଭିନ୍ନ ଡିଜାଇନ ଓ ରଙ୍ଗର ଫ୍ୟାନ୍‌ସି…

୨୮,୯୭୬ ପିଲାଙ୍କୁ ଦିଆଯିବ ଜାପାନୀ ଜ୍ୱର ଟୀକା

ଭଣ୍ଡାରିପୋଖରୀ, ୨୪।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ମଢିଆଳି ଗ୍ରାମର ଜଣେ କଲେଜ ଛାତ୍ର ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପରେ…

ଲଗାଣ ବର୍ଷା: ସ୍କୁଲ ଓ ଅଙ୍ଗନବାଡି ଛୁଟି

ଭଦ୍ରକ ଅଫିସ,୨୪।୧୦: ରାଜ୍ୟରେ ଲାଗାଣ ବର୍ଷI ଯୋଗୁ ଗୁରୁବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି I

କାଳୀପୂଜା ପାଇଁ ବାସୁଦେବପୁର ଚଳଚଞ୍ଚଳ

ବାସୁଦେବପୁର, ୨୪।୧୦(ଡି.ଏନ.ଏ.)- ପ୍ରସିଦ୍ଧ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବାସୁଦେବପୁର ସହର। ନିଜ ନିଜର ମଣ୍ଡପକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ପୂଜା କମିଟି ଲାଗିପଡ଼ିଛନ୍ତି। ଜିଲା ଓ ରାଜ୍ୟରେ ବାସୁଦେବପୁର କାଳୀପୂଜାର ଯଥେଷ୍ଟ ଗୁରୁତ୍ୱ ରହିଥିବା ବେଳେ ଏହା ଏବେ…

ପରମ୍ପରାକୁ ଫିକା ପକାଉଛି କାଉଁରିଆ କାଠିର ଅଭାବ

ଆରଡ଼ି, ୨୪।୧୦ (ଡି.ଏନ୍‌.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ବଡ଼ବଡ଼ିଆଙ୍କୁ ଡାକିଥାନ୍ତି। ଏହି କାଉଁରିଆ କାଠି ହେଉଛି ପିତୃପୁରୁଷଙ୍କୁ ଆହ୍ବାନ କରିବାର…

ଓମ୍‌ଫେଡ୍‌ ପାର୍ଲରରୁ ୪୦ ହଜାର ଚୋରି

ଭଦ୍ରକ ଅଫିସ, ୨୩।୧୦: ଭଦ୍ରକ ଟାଉନ ଥାନା ରାଜଘାଟ ଛକ ନିକଟସ୍ଥ ସୀତାରାମ କମ୍ପ୍ଲେକ୍ସଠାରେ ଥିବା ଓମ୍‌ଫେଡ୍‌ ପାର୍ଲରରୁ ୪୦ ହଜାର ଟଙ୍କା ଚୋରି ହୋଇଛି। ଏ ନେଇ ପାର୍ଲର ମାଲିକ କମଳା ସାହୁ ଟାଉନ ଥାନାରେ ଏତଲା ଦାଏର କରିବା…

ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟ୍‌: ସୁନାରୂପା ଗହଣା ସହ ୧୮ ହଜାର ନେଇଗଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଭଣ୍ଡାରିପୋଖରୀ,୨୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ବାରିକପୁର ବଜାର ରାସ୍ତାରେ ଜଣେ ବ୍ୟବସାୟୀଙ୍କଠାରୁ ସୋମବାର ରାତିରେ ଲୁଟ ହୋଇଛି। ବ୍ୟବସାୟୀ ପ୍ରଫୁଲ୍ଲ ସାହୁ ନିଜର ସୁନା ଦୋକାନ…

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରବିନ୍ଦ୍ର ବେହେରା(୨୨)ଙ୍କର ମୃତଦେହ ନିକଟସ୍ଥ ପୋଖରୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରୁ ରବିନ୍ଦ୍ର ନିଖୋଜ ଥିଲେ। ବୁଧବାର ମୃତଦେହ ଉଦ୍ଧାର ହୋଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?